ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର ଶ୍ମଶାନ ନିର୍ମାଣ ଲୋକଙ୍କ ବିରୋଧ ପାଇଁ ଆଗେଇ ପାରି ନାହିଁ। ଏପରିସ୍ଥଳେ କରଡ଼ାଗାଡ଼ିଆ ଶ୍ମଶାନ ଉପରେ ସହରବାସୀଙ୍କୁ ନିର୍ଭର କରିବାକୁ ପଡ଼ୁଛି। ହେଲେ ତାହା ବ୍ୟୟବହୁଳ ହେଉଥିବାରୁ ସହରରେ ଶ୍ମଶାନ ନିର୍ମାଣ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା କରିବାକୁ ଦାବି ହେଉଛି।
ରାଜ୍ୟର ବହୁ ସହରରେ ସରକାରୀ ଶ୍ମଶାନ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ରହିଛି। କିନ୍ତୁ ଅନୁଗୋଳରେ ଏହି ସୁବିଧା ଆଦୌ ନାହିଁ। ଏଥିଯୋଗୁ ମୃତଦେହ ପୋଡ଼ିବାକୁ ସମ୍ପୃକ୍ତ ପରିବାର ଓ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଉଚ୍ଚ ଦରରେ କାଠ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଉପକଣ୍ଠରେ ଥିବା ଗ୍ରାମଗୁଡ଼ିକ ସରକାରୀ ଜାଗାରେ ନିଜସ୍ବ ଶ୍ମଶାନ କରିଥିବା ବେଳେ ସହରବାସିନ୍ଦା କିନ୍ତୁ ହଇରାଣ ହେଉଛନ୍ତି। କରଡ଼ାଗାଡ଼ିଆସ୍ଥିତ ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ସହରବାସୀ ହଜାର ହଜାର ଟଙ୍କା ଦେଉଥିଲେ ବି ବର୍ଷା ବେଳେ ସଂସ୍କାର କାର୍ଯ୍ୟ କଷ୍ଟକର ହୋଇପଡ଼ୁଛି। ତେଣୁ ସହରରେ ଶ୍ମଶାନ ସହ ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା କରାଗଲେ କମ୍‌ ଖର୍ଚ୍ଚରେ ଓ ବିନା ଅସୁବିଧାରେ ମୃତଦେହ ଦାହ ହୋଇପାରନ୍ତା ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି।
ସହରବାସିନ୍ଦା ବିଶ୍ୱରଞ୍ଜନ ପଟ୍ଟନାୟକ କହିଛନ୍ତି, ପୌରପାଳିକା ପକ୍ଷରୁ ବିଦ୍ୟୁତ୍‌ ଚୁଲା ଥିବା ଶଶ୍ମାନ ନିର୍ମାଣ କରାଯିବା କଥା। ଅନ୍ୟ ସହରରେ ଏହା ନିର୍ମାଣ କରାଯାଇଛି। ମୃତଦେହ ଦାହ ପାଇଁ କାଠ ବ୍ୟବହାର ବ୍ୟୟବହୁଳ। କାଠର ଦର ବଢ଼ୁଥିବାବେଳେ କରଡ଼ାଗାଡ଼ିଆ ଶ୍ମଶାନ କମିଟି ମୃତଦେହ ପିଛା ୩ରୁ ସାଢ଼େ ୩ ହଜାର ଟଙ୍କା ନେଉଛି। ବିଦ୍ୟୁତ୍‌ ଚୁଲା ହେଲେ ସ୍ବଳ୍ପ ବ୍ୟୟରେ ଲୋକେ ସୁବିଧା ପାଇବା ସହ ଅଚିହ୍ନା ମୃତଦେହ ମଧ୍ୟ ଏହି ଚୁଲାରେ ଦାହ ହୋଇପାରନ୍ତା। ତେଣୁ ପୌରପାଳିକା ପକ୍ଷରୁ ଏଭଳି ଚୁଲା ନିର୍ମାଣ କରାଯିବାକୁ ସେ ଦାବି କରିଛନ୍ତି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା କହିଛନ୍ତି, ସହରରେ ଆଦର୍ଶ ଶ୍ମଶାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି। ତେବେ ହେମସୁରପଡ଼ାରେ ଶ୍ମଶାନ ନିମନ୍ତେ ପୌରପାଳିକା ଜାଗା ଚିହ୍ନଟ କରିଥିଲା। କିନ୍ତୁ ବିରୋଧ ଯୋଗୁ ଉକ୍ତ ସ୍ଥାନରେ କାର୍ଯ୍ୟ ହୋଇପାରିନାହିଁ। କରଡ଼ାଗାଡ଼ିଆ ଶ୍ମଶାନ ଉପରେ ଏଥିପାଇଁ ନିର୍ଭର କରିବାକୁ ପଡ଼ୁଛି। କରଡ଼ାଗାଡ଼ିଆ ପୌରପାଳିକା ଅଧୀନରେ ଆସୁନାହିଁ। ତେଣୁ ସେଠାରେ ଆଦର୍ଶ ଶ୍ମଶାନ କଲେ ସରକାରଙ୍କୁ ଅନୁମତି ମାଗିବାକୁ ପଡ଼ିବ। ଅନୁମତି ମିଳିବା ପରେ ଆଦର୍ଶ ଶ୍ମଶାନ ନିର୍ମାଣ ହେବ। ଏହାପରେ ସେଠାରେ ବିଦ୍ୟୁତ୍‌ ଚୁଲାର ବ୍ୟବସ୍ଥା କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri