Posted inଜାତୀୟ

ମୁହଁ ଖୋଲନ୍ତୁ ମୋଦି

ହାଇଦ୍ରାବାଦ,୨ା୩(ଆଇଏଏନ୍‌ଏସ୍‌): ଦିଲ୍ଲୀ ହିଂସା ଏକ ପ୍ରାୟୋଜିତ ଗଣହତ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭଙ୍ଗ କରନ୍ତୁ। ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇ ଦୋଷୀଙ୍କୁ ଆଇନର କାଠଗଡ଼ାରେ ଛିଡ଼ା କରାନ୍ତୁ ବୋଲି ରବିବାର ଅଲ୍‌ ଇଣ୍ଡିଆ ମଜ୍‌ଲିସ-ଇ-ଇତ୍ତେହାଦୁଲ ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ଆହ୍ବାନ ଦେଇଛନ୍ତି। ହଇଦ୍ରାବାଦରେ ଏଆଇଏମ୍‌ଆଇଏମ୍‌ର ୬୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସଭାକୁ ସମ୍ବୋଧିତ କରି ସ୍ଥାନୀୟ ଏମ୍‌ପି ଓଓ୍ବାଇସି କହିଛନ୍ତି, ମୁସଲମାନମାନଙ୍କ ବିରୋଧରେ ଏକ ‘ଘୃଣାର ଝଡ଼’ ସୃଷ୍ଟି କରାଯାଇଛି। ଏହା ଦେଶ ପାଇଁ ଶୁଭଙ୍କର ନୁହେଁ। ଦିଲ୍ଲୀରେ ଘଟିଥିବା ହିଂସା ନିୟୋଜିତ ଆକ୍ରମଣ। ଏହାର ଉତ୍ତରଦାୟିତ୍ୱ କେନ୍ଦ୍ରର ଭାଜପା ସରକାରଙ୍କର। ତେବେ ଅନ୍ୟ ସମୁଦାୟର ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦ ଭିତରକୁ ଠେଲି ଦେଇଥିବା ଲୋକେ ଅନ୍ଧକାରରେ ଆଶାର କିରଣ ବୋଲି ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୨୦୦୨ ଗୁଜରାଟ ଗଣହତ୍ୟାରୁ ଶିକ୍ଷାଲାଭ କରିବେ ବୋଲି ସେ ମନେକରୁଥିଲେ। ହେଲେ ସେପରି କିଛି ଦେଖିବାକୁ ମିଳିଲାନାହିଁ। ବିଗତ ସାଢ଼େ ୫ ବର୍ଷରେ ମୁସଲିମ୍‌ ସମ୍ପ୍ରଦାୟ ବିରୋଧରେ ଦେଶରେ ଘୃଣା ବିସ୍ତାର ଲାଭ କରିଛି। ହିଂସାରେ ପ୍ରାଣ ହରାଇଥିବା ଉଭୟ ସମ୍ପ୍ରଦାୟର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁହଁ ଖୋଲିବା ଉଚିତ ବୋଲି ଓଓ୍ବାଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୯୦ ସେକେଣ୍ଡ୍‌ରେ ଗର୍ଭସ୍ଥ ଶିଶୁର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ବିରଳ ଅସ୍ତ୍ରୋପଚାର ହୋଇଛି। ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ହୃଦପିଣ୍ଡ ମାତ୍ର...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଫାରୁକ ଅବଦୁଲ୍ଲା

ଲକ୍ଷ୍ନୌ,୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର ସାମିଲ ହୋଇଛନ୍ତି। କଂଗ୍ରେସର ଭାରତ ଯୋଡୋ...

ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢିବାକୁ ପଡ଼ିବ: ଖାର୍ଗେ

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମଲ୍ଲିକାର୍ଜୁନ ଖାର୍ଗେ। ବିଜୟ ପରେ ସେ ଏକ ଖବରଦାତା ଏକ ଖବରଦାତା ସମ୍ମିଳନୀ କରି ନିଜ...

ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା

ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ରାଲିରେ ଖାଲି ପଡିଲା ଚୌକି, କାର୍ଯ୍ୟକ୍ରମ ଛାଡି ସିଏମ୍ ଚାଲିଲେ ବନ୍ଧୁ ଘର

ଚଣ୍ଡିଗଡ଼,୧୬ ।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନୀଙ୍କ ସମସ୍ୟା ଯେମିତି ତାଙ୍କ ପିଛା ଛାଡୁନି । ମୁଖ୍ୟମନ୍ତ୍ରୀ ଚନୀ ପଞ୍ଜାବ ଗୁରଦାସପୁରରେ ହେଉଥିବା ରାଲିରେ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଲା: ଜଣେ ମୃତ

ନୂଆଦିଲ୍ଲୀ,୧୩।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ୭୫ ଜଣ କରୋନା ଭାଇରସରେ ସଂକ୍ରମିତ ହେବା ସହ ଜଣଙ୍କର ମୃତ୍ୟୁ...

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ, ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୧ : ଦେଶରେ ବିଦ୍ୟୁତ୍‌ ଆଘାତ ଯୋଗୁ ହାତୀ ମୃତ୍ୟୁ ଘଟଣା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଏକ ଜନସ୍ବାର୍ଥ ମାମଲାର ବିଚାର କରାଯାଇ କେନ୍ଦ୍ର...

ମଦର ଟେରେସାଙ୍କ ଚ୍ୟାରିଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଛି କେନ୍ଦ୍ର

କୋଲକାତା, ୨୭।୧୨: ମଦର ଟେରେସାଙ୍କ ଦ୍ୱାରା ପ୍ରତିଷ୍ଠିତ ମିଶନାରିଜ୍‌ ଅଫ୍‌ ଚ୍ୟାରିଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାର ଅଚଳ କରିଦେଇଥିବା ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week