ମୁହଁରେ ରିଙ୍କିଲ୍ସ୍‌ ହୋଇଯାଇଛି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ବିଶେଷ କରି ମହିଳାମାନେ ଏହାକୁ ନେଇ ବହୁ ଚିନ୍ତିତ ମଧ୍ୟ ହୋଇଥାନ୍ତି। ୩୦ ବର୍ଷ ବୟସ ପରେ ଚର୍ମ ପ୍ରତି ଖାସ ଧ୍ୟାନ ଦେବାକୁ ପଡ଼ିଥାଏ। ସାଧାରଣତଃ ରିଙ୍କିଲ୍ସ ୨ ପ୍ରକାରର। ପ୍ରଥମ ବୟସ ବୃଦ୍ଧି ହେବା ଓ ଦ୍ୱିତୀୟଟି ଆଖପାଖର ବାତାବରଣ। ଯେପରିକି ଖରା, ପ୍ରଦୂଷଣ, ଲାଇଫଷ୍ଟାଇଲ ଇତ୍ୟାଦି। ଯଦି ଆପଣ ଏହି ରିଙ୍କିଲ୍ସରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପାୟ ଆପଣାନ୍ତୁ।
*ଗୋଲାପ ଜଳ: ୨ଚାମଚ ଗୋଲାପ ଜଳ,ଅଧା ଚାମଚ ଲେମ୍ବୁ ରସ ଓ ଗ୍ଲିସେରିନର କିଛି ବୁନ୍ଦା ପକାଇ ଏହାର ମିଶ୍ରଣ କରନ୍ତୁ। ଏହାକୁ ତୁଳାରେ ନେଇ ନିଜ ମୁହଁରେ ଲଗାନ୍ତୁ। ପ୍ରତିଦିନ ଶୋଇବା ଆଗରୁ ନିଜ ମୁହଁରେ ଏହି ମିଶ୍ରଣକୁ ଲଗାଇ ଛାଡ଼ି ଦିଅନ୍ତୁ। ସକାଳୁ ଉଠି ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। କିଛି ଦିନ କରିବା ପରେ ଏହାର ପରିଣାମ ଆପଣ ନିଜ ମୁହଁରେ ଦେଖିପାରିବେ।
* ଅଣ୍ଡା: ଗୋଟିଏ ଅଣ୍ଡାରୁ କେଶର କାଢ଼ି ତାକୁ ଚର୍ମରେ ଲଗାଇ କିଛି ସମୟ ରଖନ୍ତୁ। ଏହାପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚର୍ମ ଟାଇଟ ହେବା ସହ ଭାଙ୍ଗ ମଧ୍ୟ ଲିଭିଯିବ।
*ମୁଲତାନୀ ମାଟି: ମହୁ ଓ ଗ୍ଲିସେରିନ ସହ ମୁଲତାନୀ ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହାଦ୍ବାରା ତ୍ୱଚା ସୁସ୍ଥ ରହିବା ସହ ଉଜ୍ବଳତା ମଧ୍ୟ ବଜାୟ ରହିବ।
*କ୍ଷୀର: ଗୋଟିଏ ପାତ୍ରରେ କିଛି କ୍ଷୀର ଆଣି ଏଥିରେ ମୁଲତାନୀ ମାଟି ମିଶାଇ ମୁହଁରେ ଲଗାନ୍ତୁ। ଏହା ପ୍ରାକୃତିକ ପ୍ରଣାଳୀରେ ଚର୍ମକୁ ଟାଇଟ କରିଥାଏ।
*ବସା ଦହି: ବସା ଦହିକୁ ମଧ୍ୟ ଲୋଚାକୋଚା ହୋଇ ଯାଇଥିବା ଚର୍ମରେ ବ୍ୟବହାର କରିପାରିବେ। ବସା ଦହି ଚର୍ମକୁ ପୁନଃ ସୁଗଠିତ ଓ ସୁନ୍ଦର କରିବା ସହ ଚର୍ମକୁ କୋମଳ ଓ ଚମକପ୍ରଦ କରିଥାଏ।
*ମହୁ: ଏକ ଚାମଚ ମହୁ ସହ ଗ୍ଲିସେରିନ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨-୩ ମିନିଟ ମାଲିସ କରି ଶୁଖିବା ଯାଏଁ ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ସଫା କରି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଦେଶକୁ ନିଶାମୁକ୍ତ କରିବା ପାଇଁ ଶାହଙ୍କ ପ୍ରୟାସ ଆରମ୍ଭ; ନିଶାଦ୍ରବ୍ୟ ବିରୋଧରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ଭାରତକୁ ନକ୍ସଲବାଦରୁ ସଫଳତାର ସହିତ ମୁକ୍ତ କରିବା ପରେ, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଏବେ ଦେଶକୁ ନିଶାମୁକ୍ତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri