ମୁହଁଦାଗ, ଦାନ୍ତ ଯନ୍ତ୍ରଣାରୁ ମୁକ୍ତିଦିଏ ଫିଟିକିରି

ଫିଟିକିରି ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଏହା ପ୍ରାୟ ସମସ୍ତଙ୍କ ଘରେ ମିଳିଯାଏ। ଯଦିବି ନ ଥାଏ, ବଜାରରେ ସହଜରେ ଉପଲବ୍ଧ ହୋଇଥାଏ। ଏହା ସମସ୍ତେ ଜାଣନ୍ତିଯେ, ଫିଟିକିରିକୁ ପାଣିରେ ପକାଇଲେ ପାଣି ସଫା ହୋଇ ଯାଇଥାଏ। ଏହାଛଡା ଫିଟିକିରିର ଅନେକ ଲାଭକାରୀ ଗୁଣ ରହିଛି, ଯାହା ସମସ୍ତେ ଜାଣି ନ ଥାଆନ୍ତି। ଜାଣନ୍ତୁ ଫିଟିକିରିର ଲାଭକାରୀ ଘରୋଇ ଉପଚାର ସମ୍ପର୍କରେ।

* ଯଦି ମୁହଁର କଳାଦାଗ ସମସ୍ୟାକୁ ନେଇ ଚିନ୍ତିିତ ଥାଆନ୍ତି, ତେବେ ଫିଟିକିରିକୁ ମୁହଁରେ ମସାଜ୍‌ କରିବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

* ଦାନ୍ତରେ ଯନ୍ତ୍ରଣା ହେଉଥିଲେ ଫିଟିକିରିକୁ ଗୁଣ୍ଡକରି ତା’ ପାଉଡରକୁ ଯନ୍ତ୍ରଣା ସ୍ଥାନରେ ଲଗାଇବା ଫଳରେ ତୁରନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

* ଦୁର୍ଗନ୍ଧ ଓ ଶରୀରରୁ କୀଟାଣୁ ଦୂର ଲାଗି ଏହା ମଧ୍ୟ ଉପକାରୀ ହୋଇଥାଏ। ଏହାକୁ ପାଣିରେ ପକାଇ ଗାଧୋଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ।

* ଗ୍ରୀଷ୍ମଋତୁରେ ଶରୀରରୁ ଝାଳ ବାହାରି ଦୁର୍ଗନ୍ଧ ହୋଇଥାଏ। ଝାଳଗନ୍ଧରୁ ମୁକ୍ତି ପାଇବା ଲାଗି ପାଣିରେ ଫିଟିକିରି ପକାଇ ଗାଧାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରୂପ ନା ଗୁଣ- ପୁରୁଷମାନେ କିଭଳି ବାଛିବା କଥା ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

ଶତ୍ରୁଠାରୁ ଅଧିକ ବିପଜ୍ଜନକ ହୋଇଥାନ୍ତି ଏପରି ବନ୍ଧୁ

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ନିଦ୍ରାହୀନତା ସମସ୍ୟା ପାଇଁ ଦାୟୀ କଫି

ଖବରଟି କଫି ପ୍ରେମୀଙ୍କୁ ନିରାଶ ଦେଇପାରେ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଲୋକମାନେ ଦୈନନ୍ଦିନ ଦୁଇ କପ୍‌ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା...

ତ୍ୱଚା ଲାଗି ରସୁଣ

ରସୁଣ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପଦାନ। ଜାଣନ୍ତୁ ଏହାକୁ ବ୍ୟବହାର କରିବାର...

ଲୋ ବ୍ଲଡ୍‌ପ୍ରେସର ଓ ଅଙ୍ଗୁର

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି...

ନୂଆ ଟାଇଫଏଡ୍‌ ଟିକା

ନବଜାତ ଶିଶୁକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିବା ପାଇଁ ଜନ୍ମ ପରେ ହିଁ କେତେକ ଟିକା ଦିଆଯାଇଥାଏ। ଏହି ପ୍ରକ୍ରିୟା କିଛି ବର୍ଷ ପର୍ଯ୍ୟନ୍ତ...

କାକୁଡି ଜୁସ୍‌ର ଫାଇଦା

କାକୁଡ଼ିକୁ ଅନେକେ ସାଲାଡ୍‌ କରି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହାକୁ ଗ୍ରାଇଣ୍ଡିଂ କରି ଏହାର ଜୁସ୍‌ ପିଇଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ।...

ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌...

Advertisement


Archives

Model This Week