‘ମୁସ୍‌ଲିମ୍‌ ପରିବା ବ୍ୟବସାୟୀଙ୍କୁ ସାବଧାନ’: ବିଧାୟକଙ୍କ ମନ୍ତବ୍ୟକୁ ଭାଜପା ଅଧ୍ୟକ୍ଷଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୯ା୪: ଉତ୍ତରପ୍ରଦେଶର ଦେଓରିଆ ବିଧାୟକ ସୁରେଶ ତିଓ୍ବାରୀ(୭୪) ‘ମୁସଲମାନ୍‌ ପରିବା ବ୍ୟବସାୟୀଙ୍କଠାରୁ ପରିବା କିଣନାହିଁ ଓ ସେମାନଙ୍କଠାରୁ ଦୂରେଇ ରୁହ’ ବୋଲି ସର୍ବସାଧାରଣରେ କହିବା ପରେ ଏହାକୁ ଭାଜପା ଅଧ୍ୟକ୍ଷ ଜେ.ପି.ନଡ୍ଡା ସମାଲୋଚନା କରିଛନ୍ତି। ଲକ୍‌ଡାଉନ୍‌ ପରେ ଲୋକମାନେ ବିଭିନ୍ନ ପରିବା ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିବା ବେଳେ ତିଓ୍ବାରୀଙ୍କ ଏହି ମେସେଜ୍‌ ସୋସିଆଲ୍‌ ମିଡିଆରେ ଏବେ ଘୂରିବୁଲୁଛି। ଏଭଳି ମନ୍ତବ୍ୟକୁ ନେଇ ତିଓ୍ବାରୀ କିଛି ଭୁଲ୍‌ କହି ନ ଥିବା ପ୍ରକାଶ କରିଛନ୍ତି। ମୁସଲମାନ ବ୍ୟବସାୟୀମାନେ ପରିବାରେ ଲାଳ ଲଗାଇବା ନୂଆ ରୋଗୀ ସୃଷ୍ଟିକରୁଛି ବୋଲି ସେ ମତ ରଖିଛନ୍ତି। ତେବେ ଏଭଳି ବିବାଦୀୟ ମନ୍ତବ୍ୟକୁ ବରଦାସ୍ତ କରାଯିବନି ବୋଲି ନଡ୍ଡା କହିଛନ୍ତି। ଏନେଇ ପ୍ରଦେଶ ଭାଜପାକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ମନ୍ତବ୍ୟରୁ ଦୂରେଇ ରହିବା ଲାଗି ସେ ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଗୁଳିରେ ଦୁଇଟି ଶିକାର କଲେ ଗେହଲଟ

ନୂଆଦିଲ୍ଲୀ,୩ ।୧୦: ରାଜନୀତିରେ ମହାରଥ ହାସଲ କରିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ଗେହଲଟ କହିଛନ୍ତି ତାଙ୍କ...

ଆଜି ଇସ୍ତଫା ଦେଇପାରନ୍ତି ଚନ୍ନି

ଅମୃତସର,୧୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ ସିଂହ ଚନ୍ନି ଇସ୍ତଫା ଦେଇପାରନ୍ତି। ଗୋଟିଏ ପଟେ ଗୁରୁବାର ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଚନ୍ନି ଇସ୍ତଫା...

ହଟିଲା କରୋନା କଟକଣା: ଟ୍ରେନ୍‌ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ମୁମ୍ବାଇ,୩୧।୩: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ ହଟାଇଦିଆଯାଇଛି। ଇତିମଧ୍ୟରେ ଗୁରୁବାର ମହାରାଷ୍ଟ୍ର ସରକାର...

ଲାର୍ଭୋଭଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୧।୪: ଭାରତ ଗସ୍ତରେ ଆସିଥିବା ରୁଷିଆର ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭଙ୍କୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଉଭୟ ନେତା ପ୍ରାୟ ୪୦...

‘କଂଗ୍ରେସକୁ ଭୟ କରୁଛନ୍ତି ମୋଦି’

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଭୟ କରୁଛନ୍ତି ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ସଂସଦରେ ମୋଦି କଂଗ୍ରେସକୁ ଟାର୍ଗେଟ...

ଘନକୁହୁଡ଼ି ଯୋଗୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ

ଜୟପୁର,୧୮।୧୧: ରାଜସ୍ଥାନ ବିକାନେର୍‌ରେ ସୋମବାର ସକାଳ ୬ଟା ୩୦ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୫ରୁ ଅଧିକ...

୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା…

ନୂଆଦିଲ୍ଲୀ,୧୨।୧୦: କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇ ନେଇ ଦିଲ୍ଲୀରୁ ଖୁସି ଖବର ଆସିଛି। ଦେଶରେ ଏବେ ୨ ରୁ ୧୮ ବର୍ଷ ବୟସ୍କ...

ଆସାମରେ ୫ ମୁସଲମାନ ସମ୍ପ୍ରଦାୟ ସ୍ବଦେଶୀ…

ଗୁଆହାଟୀ, ୬।୭ : ଆସାମ ମୁଖ୍ୟମନ୍ତ୍ରୀର ହିମନ୍ତ ବିଶ୍ୱ ସରମାଙ୍କ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପାଞ୍ଚଟି ଆସାମ ଭାଷାଭାଷୀ ମୁସଲମାନ ସମ୍ପ୍ରଦାୟକୁ ସରକାର...

Advertisement
Archives

Model This Week