ମୁରିବାହାଲ ବ୍ଲକରେ ୩ବର୍ଷ ହେଲା ମରୁଡି ପରିସ୍ଥିତି: ତହସିଲଦାରଙ୍କୁ ଫେରାଦ ହେଲେ ଫସଲ ବୀମାରୁ ବଞ୍ଚିତ ଚାଷୀ

ମୁରିବାହାଲ, ୨୫।୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ କ୍ରମାଗତ ୩ବର୍ଷ ହେଲା ମରୁଡି ପରିସ୍ଥିତି ଦେଖା ଦେଇଛି। ବ୍ଲକରେ ୨୨ଟି ପଞ୍ଚାୟତ ଥିବା ବେଳେ କେବଳ ୧୦ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। ଅବଶିଷ୍ଟ ୧୨ପଞ୍ଚାୟତର ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ରହିଛନ୍ତି। ଏନେଇ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦ କରିଛନ୍ତି ବୀମାରାଶି ପାଇବାରୁ ବାଦ୍‌ ପଡିଥିବା ମୁରିବାହାଲ, ହଳଦୀ, ଗୁଡିଘାଟ, ଡଙ୍ଗରପଡା, ଗଁରେଇ, ଲେବଡା, ତେନ୍ତୁଲିଖୁଣ୍ଟି, ସିରୋଲ, ବାଙ୍କେଲ, ଇଚ୍ଛାପଡା, ଚଲକି ଓ ମାଲିସିରା ପ୍ରଭୃତି ୧୨ପଞ୍ଚାୟତର ଶତାଧିକ ଚାଷୀ। ବିଜେଡି କୃଷକ ମୋର୍ଚ୍ଚା ଜିଲା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ସେମାନେ ମଙ୍ଗଳବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରିଥିଲେ। ସଭାରେ ବକ୍ତବ୍ୟ ରଖି ଚାଷୀମାନେ କହିଥିଲେ ଯେ, କ୍ରମାଗତ ମରୁଡି ଯୋଗୁ ଆର୍ଥିକ ସ୍ଥିତି ଦୁର୍ଗତି ମଧ୍ୟକୁ ଚାଲି ଯାଇଛି। ଏହି ପରିସ୍ଥିତିରେ ଫସଲ ବୀମା ରାଶି ଏକମାତ୍ର ଆଶା ହୋଇଥିବା ବେଳେ ଏ ଯାବତ୍‌ ସେମାନଙ୍କୁ ତାହା ମିଳି ପାରିନାହିଁ। ତେଣୁ ୨୦୧୬-୧୭ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ଏହି ୧୨ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରି ଯଥାଶୀଘ୍ର ସହାୟତା ପ୍ରଦାନ କରିବାକୁ ବିକ୍ଷୋଭ ସମାବେଶରେ ଚାଷୀମାନେ ଦାବି କରିଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ଅମୃତଲାଲ ବେହେରାଙ୍କୁ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ବାଗ, ମୀନକେତନ ପାତ୍ର, ଚତୁର୍ଭୁଜ ମେହେର, ଦିଲୀପ ମହାନନ୍ଦ, ଲକ୍ଷ୍ମୀଧର ନାଏକ, ଅଦିବାସ ମାହାର ପ୍ରମୁଖଙ୍କ ସହ ଶତାଧିକ ଚାଷୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri