ମୁମ୍ବାଇ ଭଳି ବହୁ ସହର ସମୁଦ୍ର ଆଁରେ: ୨୦୫୦ ସୁଦ୍ଧା ପ୍ରଭାବିତ ହେବେ ୩ ଶହ ନିୟୁତ !

ନ୍ୟୁୟର୍କ,୩୦।୧୦: ଆସନ୍ତା ୩୦ ବର୍ଷ ମଧ୍ୟରେ ମୁମ୍ବାଇ ଭଳି ପୃଥିବୀର ବହୁ ସହର ସମୁଦ୍ର ଆଁରେ ଲୀନ ହେବ। ଏନେଇ ନ୍ୟୁଜର୍ସି ସ୍ଥିତ ସଂସ୍ଥା କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ପକ୍ଷରୁ ପ୍ରକାଶିତ ନେଚର କମ୍ୟୁନିକେଶନ୍‌ରେ ପତ୍ରିକାରେ ପ୍ରକାଶ ପାଇଛି। ବହୁ ପରିବେଶ ବିଜ୍ଞାନୀ ଏସମ୍ପର୍କରେ ନିଜର ମତାମତ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ, ବିଶ୍ୱ ତାପମାନ ପ୍ରତିବର୍ଷ ୨ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଉଛି। ଏହା ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଫଳରେ ଆଣ୍ଟାର୍କଟିକାଠାରେ ଥିବା ହିମ ପାହାଡ଼ ଧୀରେ ଧୀରେ ତରଳୁଛି। ଫଳରେ ଗତ କିଛି ଦଶନ୍ଧି ଧରି ସମୁଦ୍ରରେ ବର୍ଷ ପିଛା ୪୩୦ ଶହ କୋଟି ଟନ୍‌ ହିମଖଣ୍ଡ ପ୍ରବେଶ କରୁଛି। ଏହା ଯୋଗୁ ପ୍ରତିବର୍ଷ ସମୁଦ୍ର ଜଳସ୍ତର ବଢ଼ିବାରେ ଲାଗିଛି। ୨୧୦୦୦ ବେଳକୁ ଏହା ଅଧା ମିଟର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ଏପରି ହେଲେ ୨୦୫୦ ସୁଦ୍ଧା ସମୁଦ୍ର କୂଳରେ ଥିବା ଅଞ୍ଚଳରେ ପାଣି ମାଡ଼ିଯିବ। ପ୍ରତିବର୍ଷ ଏଠାରେ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହେବ ବୋଲି ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ୱାରା ୩ ଶହ ନିୟୁତ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗର କୋଲକାତା ସମେତ ଅନେକ ଅଞ୍ଚଳ ବନ୍ୟା କବଳିତ ହେବ। ଚାଇନା, ବାଂଲାଦେଶ, ଭାରତ, ଭିଏତ୍‌ନାମ, ଇଣ୍ଡୋନେସିଆ ଓ ଥାଇଲାଣ୍ଡର ଅଧିକାଂଶ ଭୂଭାଗ ସମୁଦ୍ର ପତ୍ତନ ତଥା ଉପକୂଳ ବନ୍ୟାସ୍ତରଠାରୁ ନିମ୍ନରେ ରହିଥିବାରୁ ଏହି ଅଞ୍ଚଳଗୁଡ଼ିକ ବିଶେଷ ପ୍ରଭାବିତ ହେବ। ସମ୍ପ୍ରତି ଉପକୂଳ ଅଞ୍ଚଳରେ ୧୫୦ ନିୟୁତରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ସଂଖ୍ୟା ଆସନ୍ତା ୩୦ ବର୍ଷ ମଧ୍ୟରେ ୩ ଶହ ନିୟୁତ ଛୁଇଁବ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ,ଚାର୍ଜଶିଟ ଦାଖଲ…

ଓ୍ବାଶିଂଟନ,୨।୮ : ଆମେରିକାରେ ହୋଇଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ଚାର୍ଜଶିଟ...

ଆହୁରି ମହାମାରୀ ଆଣିବ ଚାଇନା: ଆମେରିକା!

ୱାଶିଂଟନ,୧୮ ।୧: ଆମେରିକା ପ୍ରଥମଥର ପାଇଁ ଦାବି କରିଛି ଯେ ମହାମାରୀ ବ୍ୟାପୁଥିବା କରୋନା ଭାଇରସ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲୁଆଇବି)ରୁ ଆସିଛି ।...

ଭୂ-ପୃଷ୍ଠର ଜଳସ୍ତର ମାପିବ ସାଟେଲାଇଟ୍‌

ଓ୍ବାଶିଂଟନ୍‌,୧୫।୧୨ : ବିଶ୍ୱର ଅନେକ ଦେଶରେ ଏବେ ଜଳକଷ୍ଟ ବଡ଼ ସମସ୍ୟା ପାଲଟିଛି। ଜଳର ଅପବ୍ୟବହାର ସାଙ୍ଗକୁ ଭୂ-ପୃଷ୍ଠରେ ଜଳସ୍ତର କମିବା ଯୋଗୁ ଅନେକ କୋଟି...

ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…

ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ...

ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ଦେବ ନରୱେ

ଓସ୍ଲୋ,୨୪।୮: ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ଯୋଗାଇବ ନାଟୋ ସଦସ୍ୟ ଦେଶ ନରୱେ। ପ୍ରାୟ ଦେଢ ବର୍ଷ ଧରି ରୁଷିଆ ସହିତ ଯୁଦ୍ଧ କରୁଥିବା ସମୟରେ...

ଜାପାନରେ ହ୍ରାସ ପାଉଛି ଜନ୍ମହାର

ଟୋକିଓ, ୭ା୩ : ଜାପାନରେ ଜନ୍ମହାର ଦ୍ରୁତ ବେଗରେ ହ୍ରାସ ପାଇଚାଲିଛି। ଏହାକୁ ରୋକିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ ନ କଲେ ଜାପାନ ସମ୍ପୂର୍ଣ୍ଣ...

କାବୁଲ ବିମାନବନ୍ଦରରେ ଭୟଙ୍କର ପରିସ୍ଥିତି

କାବୁଲ,୧୬।୮: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ କୌଣସି ଜିନିଷ ନ ନେଇ ଦେଶ ଛାଡି ପଳାଉଛନ୍ତି। ଅନ୍ୟପକ୍ଷରେ...

ଭାରତରୁ ଆସୁଥିବା ଲୋକଙ୍କ ପ୍ରତି ରୋକ ଲଗାଇଲା ଏହି ଦେଶ, କହିଲା ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

କାନ୍‌ବେରା,୨।୫: ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର କେତେକ ଦେଶ ନିଜ...

Advertisement
Archives

Model This Week