ମୁମ୍ବାଇରେ ଡାକ୍ତର, ନର୍ସ କରୋନା ସଂକ୍ରମିତ: ୨ ଘରୋଇ ହସ୍ପିଟାଲ ସିଲ୍‌

ମୁମ୍ବାଇ,୭।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଦେଖାଯିବାରୁ ଚିନ୍ତାର କାରଣ ପାଲଟିଯାଇଛି। ଏଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ପାଖାପାଖି ୫୨ ଜଣ ଡାକ୍ତର ଓ ନର୍ସ କରୋନା ଭାଇରସରେ ପୀଡ଼ିତ ହେବା ପରେ ଉକ୍ତ ହସ୍ପିଟାଲକୁ ସିଲ୍‌ କରି ଦିଆଯାଇଛି। ସେହିପରି ଅନ୍ୟଏକ ଘରୋଇ ହସ୍ପିଟାଲରେ ୧୫ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ସେଥିମଧ୍ୟରୁ ୨ ଜଣ ରୋଗୀ ଥିବା ବେଳେ ଅନ୍ୟ ସମସ୍ତ ପଜିଟିଭ ନର୍ସିଂ ଷ୍ଟାଫ ବୋଲି ଜଣାପଡିଛି। ଏହାପରେ ଉକ୍ତ ହସ୍ପିଟାଲକୁ ମଧ୍ୟ ସିଲ୍‌ କରି ଦିଆଯାଇଛି। ଏବେ ହସ୍ପିଟାଲ ଭିତରେ ଥିବା କୌଣସି ଲୋକଙ୍କୁ ବାହାରକୁ ଛାଡି ଦିଆଯାଉ ନ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ଦେଶରେ ପ୍ରଥମେ ପ୍ରାୟ ୫୦ ଡାକ୍ତର କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଫଳରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢି ଯାଇଥିଲା। ଏବେ କିନ୍ତୁ ଏହି ଡାକ୍ତରମାନେ ରୋଗୀଙ୍କଠାରୁ ସଂକ୍ରମିତ ହେଉଛନ୍ତି ନା ଅନ୍ୟ କେମିତି ସଂକ୍ରମିତ ହେଉଛନ୍ତି ତା’ଉପରେ କାମ ଆରମ୍ଭ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ ୨୩ ନୂଆ ରୋଗୀ ଚିହ୍ନଟ ହେବା ପରେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୯୧ରେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ଗଠବନ୍ଧନ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଲେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଦଳ ଇଣ୍ଡିଆ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ବୈଠକ ଡିସେମ୍ବର ୬...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

ରେଭନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେଭନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି...

‘ଇଣ୍ଡିଆ’ ମେଣ୍ଟରେ ଫାଟ! ବୈଠକରେ ଯୋଗଦେବେନି ଅଖିଳେଶ

ନୂଆଦିଲ୍ଲୀ,୫।୧୨: ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ...

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri