ମୁମ୍ବାଇରେ ଜୀବନଯାପନ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୧୦।୬: ଦେଶର ଆର୍ଥତ୍କ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହରରେ ଜୀବନଯାପନ କରିବା ସବୁଠାରୁ ମହଙ୍ଗା। ନିକଟରେ ହୋଇଥିବା ମରସର୍ସ ୨୦୨୦ କଷ୍ଟ ଅଫ୍‌ ଲିଭିଂ ୨୦୨୦ ସର୍ଭେରୁ ଏହା ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ବ୍ୟୟ ବହୁଳ ସହର ମଧ୍ୟରେ ମୁମ୍ବାଇ ୬୦ତମ ସ୍ଥାନରେ ରହିଛି। ଏହା ଏସିଆର ୧୯ତମ ବ୍ୟୟବହୁଳ ସହର ବୋଲି ଜଣାପଡ଼ିଛି। ଏହି ତାଲିକାରେ ଭାରତୀୟ ସହରଗୁଡିକ ମଧ୍ୟରେ ମୁମ୍ବାଇ ପ୍ରଥମ ସ୍ଥାନରେ ରହିଛି। ସେହିଭଳି ବିଶ୍ୱ ସ୍ତର କଥା ବିଚାର କଲେ ନୂଆଦିଲ୍ଲୀ ୧୦୧ତମ ଏବଂ ଚେନ୍ନାଇ ୧୪୩ତମ ସ୍ଥାନରେ ରହିଛି। ବାଙ୍ଗାଲୋର ୧୭୧, କଲିକତା ୧୮୫ତମ ସ୍ଥାନରେ ରହିଛି। ଭାରତୀୟ ସହରଗୁଡିକ ମଧ୍ୟରେ କଲିକତାରେ ଜୀବନ ଯାପନ ଅପେକ୍ଷାକୃତ ସୁଲଭ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତୀୟ ସହରଗୁଡିକର ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ହୋଇଥିବା ଜଣାପଡିଛି। ସହରଗୁଡିକ ଅନ୍ତତଃପକ୍ଷେ ୪ଟି ସ୍ଥାନ ଲେଖାଏ ବଢ଼ିଛନ୍ତି। ଦିଲ୍ଲୀ ସର୍ବାଧିକ ୧୭ଟି ସ୍ଥାନ ଉପରକୁ ଉଠିଛି। ଅର୍ଥାତ୍‌ ସହରଗୁଡିକରେ ଜୀବନଯାପନ ମହଙ୍ଗା ହୋଇ ଚାଲୁଥିବା ଜଣାପଡିଛି। ବିଶ୍ୱ ସ୍ତରର ତାଲିକାରେ ହଂକଂ ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟରେ ତୁର୍କମେନିସ୍ତାନ, ତୃତୀୟରେ ଜାପାନର ଟୋକିଓ ଚତୁର୍ଥରେ ସୁଇଜରଲାଣ୍ଡର ଜୁରିଚ୍‌, ପଞ୍ଚମରେ ସିଙ୍ଗାପୁର, ୬ନମ୍ବର ସ୍ଥାନରେ ନ୍ୟୁୟର୍କ, ସପ୍ତମରେ ସାଂଘାଇ, ଅଷ୍ଟମରେ ବର୍ନ, ନବମରେ ଜେନେଭା ଏବଂ ଦଶମରେ ବେଜିଂ ରହିଛି। ତାଲିକାରେ ବିଶ୍ୱର ୯ ସହରକୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri