ମୁମ୍ବାଇରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା/କୋକସରା,(ସ୍ବ.ପ୍ର/ଡିଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର କହ୍ନେଇ ମାଝୀ (୨୩) ନାମକ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍‌ଡାଉନ ପୂର୍ବରୁ କହ୍ନେଇ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇ ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ୨୪ ତାରିଖ ରାତିରେ ସେ ଘର ଲୋକଙ୍କ ସହ ମୋବାଇଲରେ କଥା ହୋଇଥିଲେ। ଏହି ସମୟରେ ସେ ଗାଁକୁ ଫେରିବା ପାଇଁ ତାଙ୍କ ନାମ ପଞ୍ଜୀକରଣ କରିଦେବାକୁ ଘର ଲୋକଙ୍କୁ କହିଥିଲେ। ତେବେ ଉକ୍ତ ରାତିରେ ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ କମ୍ପାନୀ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ କହ୍ନେଇଙ୍କ ମୃତଦେହ ଗାଁକୁ ଆସୁଥିବା ଖବର ଜଣାପଡିବା ପରେ ଅଞ୍ଚଳରେ ଅଜଣା ଭୟ ଦେଖିବାକୁ ମିଳିଛି। କାରଣ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ରୋଗୀ ସଂଖ୍ୟା ସାରା ଦେଶରେ ଅଧିକ ରହିଛି। ଏ ନେଇ ମୂଷାପାଲି ସରପଞ୍ଚ ରଶ୍ମିରେଖା ରାଉତଙ୍କୁ ପଚାରିବାରୁ ଏ ବିଷୟରେ କୋକସରା ବ୍ଲକ ପ୍ରଶାସନକୁ ଅବଗତ କରାଇଛି । ଏହାସହ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ : ନନ୍ଦନକାନନ ପାଦଚଲା ବିହଙ୍ଗ ସରଣୀ ବନ୍ଦ

ବାରଙ୍ଗ,୨୮।୧(ଡି.ଏନ୍‌.ଏ.): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ମିଳିଛି। ଏହା ସ୍ପଷ୍ଟ ହେବା ପରେ ନନ୍ଦନକାନନ ପାଦଚଲା...

ଅଗ୍ନିଶମ ବିଭାଗ, ହୋମଗାର୍ଡର ଏଡିଜିପି ଭାବେ ଦାୟିତ୍ୱ ଗ୍ରହଣକଲେ ଡ. ସୌମ୍ୟା ମିଶ୍ର

କଟକ ଅଫିସ,୩୦।୬: ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡର ଏଡିଜିପି ଭାବେ ବରିଷ୍ଠ ଆଇପିଏସ୍‌ ଅଫିସର ଡ. ସୌମ୍ୟା ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଗ୍ନିଶମ...

ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବରେ ଶ୍ରଦ୍ଧାଳୁଙ୍କ ସମାଗମ

ସୋରଡ଼ା,୧୧।୨(ଡି.ଏନ୍‌.ଏ.): ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରସିଦ୍ଧ ଲୁର୍ଦୁ ମେରି ପର୍ବ ଅସୁରବନ୍ଧ ପଞ୍ଚାୟତର ଦନ୍ତଲିଙ୍ଗି ଗ୍ରାମରେ ଶୁଭାରମ୍ଭ ହୋଇଯାଇଛି। ମିଶନ ଧର୍ମ ସଂଘର ପ୍ରୋଭିନସିଆଲ ଫାଦର ମ୍ୟାଥୁ...

ମେଡିକାଲରୁ ଆଉ ୨ ଦଲାଲ ଗିରଫ

ଭଦ୍ରକ ଅଫିସ, ୨୮ା୯: ଭଦ୍ରକ ଜିଲା ଚିକିତ୍ସାଳୟରୁ ଶନିବାର ଆଉ ୨ ଦଲାଲଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ରାଜ୍ୟ ସରକାର ମେଡିକାଲ ଓ...

ବୃକ୍ଷ ହିଁ ମଣିଷର ଶ୍ରେଷ୍ଠ ବନ୍ଧୁ

ବ୍ରହ୍ମପୁର ଅଫିସ୍‌,୫ା୮-ନିଜ ଜୀବନକାଳ ମଧ୍ୟରେ ମଣିଷକୁ ପ୍ରତ୍ୟେକ ସମୟରେ ସାହାଯ୍ୟ କରିଥାଏ ବୃକ୍ଷ । ଖାଦ୍ୟଠାରୁ ଆରମ୍ଭ କରି ଔଷଧ, ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନଠାରୁ...

ହାଇଓ୍ବା ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଯୋଡ଼ା, ୭।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବାମେବାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ହାଇଓ୍ବା ଧକାରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ...

ଯାତ୍ରୀଙ୍କୁ ମିଳୁନି ବସ୍‌ ଟିକେଟ, ପଥହୁଡ଼ି ଭୋଗୁଛନ୍ତି ହୀନସ୍ତା

ଆନନ୍ଦପୁର,୨୧ା୫(ସ୍ବ.ପ୍ର.): ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ବ୍ରିଜଛକ ନିକଟରେ ଜଣେ ଯାତ୍ରୀ ପଥହୁଡ଼ି କ୍ୟାବିନ ତଳେ ଆଶ୍ରୟ ନେବା ଭଳି ଘଟଣା ଚର୍ଚ୍ଚାକୁ ଆସିଛି।...

ଅଞ୍ଚଳର ବିକାଶ ଉପରେ ସମୀକ୍ଷା କଲେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ

ସୋରଡ଼ା,୨୭ା୧୧(ଡି.ଏନ୍‌.ଏ.): ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ ଭି ଏବଂ ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ଜେ ସୋନାଲ ରବିବାର ସକାଳେ ସୋରଡ଼ାଗ୍ରସ୍ତ କରି ଫେରିଛନ୍ତି।...

Advertisement
Archives

Model This Week