ମୁଦ୍ରାନୀତି ବୈଠକ ପୂର୍ବରୁ ସୀତାରାମନ୍‌ଙ୍କୁ ଭେଟିଲେ ଗଭର୍ନର

ନୂଆଦିଲ୍ଲୀ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆସନ୍ତା ମୁଦ୍ରାନୀତି ସମୀକ୍ଷା ପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରକାରଙ୍କ ଆର୍ଥିକ ନୀତି, ମୁଦ୍ରାସ୍ଫୀତି, ଜିଡିପି ହାର ହ୍ରାସ ଆଦି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆର୍‌ବିଆଇର ମୁଦ୍ରାନୀତି ଘୋଷଣା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ସହ ଆର୍‌ବିଆଇ ଗଭର୍ନରଙ୍କ ଭେଟ ପାରମ୍ପରିକ ରହିଥାଏ। ବାହାରେ ଅପେକ୍ଷାରତ ଖବରଦାତାଙ୍କ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଘୋଷଣା ସକାରାମତ୍କ ହେବ। ଫଳରେ ଭାରତ ବିଦେଶୀ ନିବେଶକଙ୍କ ଲାଗି ଅତ୍ୟନ୍ତ ଆକର୍ଷଣୀୟ ସ୍ଥଳ ପାଲଟିଯାଇଛି ବୋଲି ସେ କହିଛନ୍ତି।
ଗଭର୍ନର ଦାସ କହିଛନ୍ତି ଯେ, କର୍ପୋରେଟ ଟିକସ ହ୍ରାସ ଦ୍ୱାରା ଭାରତ ଆସିଆନ ଓ ଏସିଆର ଅନ୍ୟ ବିକାଶଶୀଳ ବଜାର ତୁଳନାରେ ଅଧିକ ପ୍ରତିଯୋଗିତାମୂଳକ ହୋଇଛି। ତାଙ୍କ ମତରେ ଆଜି ଭାରତ ପ୍ରତିଯୋଗିତା କ୍ଷେତ୍ରରେ ମଜଭୁତ ସ୍ଥିତିରେ ରହିଛି। ଏହାଦ୍ୱାରା ଦେଶରେ ଅଧିକ ନିବେଶ ହୋଇପାରିବ। ଘରୋଇ ନିବେଶ ସମ୍ପର୍କରେ ମତବ୍ୟକ୍ତ କରି ଶକ୍ତିକାନ୍ତ କହିଛନ୍ତି ଯେ, ବର୍ତ୍ତମାନ କମ୍ପାନୀଙ୍କ ନିକଟରେ ପୁଞ୍ଜିଗତ ନିବେଶ ବଢ଼ାଇବା ଲାଗି ପୂର୍ବାପେକ୍ଷା ଅଧିକ ଅର୍ଥ ସଞ୍ଚୟ ହେବ। ଫଳରେ ସେମାନଙ୍କ ମଧ୍ୟରୁ କେତେକ ନିବେଶ ବଢ଼ାଇବେ ଓ ଅନ୍ୟ କେତେକ ନିଜର ଋଣ ପରିଶୋଧ କରିବେ। ଏହାଦ୍ୱାରା ସେମାନଙ୍କର ବାଲାନ୍ସ ସିଟ୍‌ ସୁଧୁରିଯିବ। ସୂଚନାଥାଉ କି, ଅକ୍ଟୋବର ପହିଲାରୁ ଆର୍‌ବିଆଇର ୩ ଦିନିଆ ମୁଦ୍ରାନୀତି ସମୀକ୍ଷା ବୈଠକ ବସିବାକୁ ଯାଉଛି। ଅକ୍ଟୋବର ୪ରେ ମୁଦ୍ରାନୀତି ଘୋଷଣା କରାଯିବ। ମାନ୍ଦାବସ୍ଥାକୁ ଦୂର କରିବା ତଥା ଆର୍ଥିକ ପ୍ରଗତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଆର୍‌ବିଆଇ ୫ମଥର ପାଇଁ ରେପୋ ରେଟ୍‌ ହ୍ରାସ କରିପାରନ୍ତି ବୋଲି ଆଶାକରାଯାଉଛି। ସ୍ବୟଂ ଗଭର୍ନର ମଧ୍ୟ ଏନେଇ ସଙ୍କେତ ଦେଇଛନ୍ତି। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହା ୪%ଠାରୁ ବହୁ ତଳେ ରହିଛି। ଆସନ୍ତା ବର୍ଷକ ମଧ୍ୟରେ ଏହା ତଳେ ରହିବ ବୋଲି ଅନୁମାନ କରାଯାଉଛି। ଏପରିସ୍ଥିତିରେ ଅଭିବୃଦ୍ଧି ହାର ଧିମା ହୋଇଥିବାରୁ ରେପୋ ରେଟ୍‌ ହ୍ରାସ ହେବାର ବହୁ ସୁଯୋଗ ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଡିପି ୭.୫% ରହିବ: ଜାତିସଂଘ

ନୂଆଦିଲ୍ଲୀ:  କ୍ୟାଲେଣ୍ଡର ବର୍ଷ ୨୦୨୧ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୫% ରହିବା ନେଇ ଜାତିସଂଘ ପକ୍ଷରୁ ବୁଧବାର ଆକଳନ କରାଯାଇଛି। ଜାନୁୟାରୀରେ କରାଯାଇଥିବା ଆକଳନ...

୮୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୮-୩ : ଦେଶର ପୁଞ୍ଜିବଜାରରେ କରୋନା ଆତଙ୍କ ଲାଗି ରହିଛି। ମଙ୍ଗଳବାର ମଧ୍ୟ ସେନ୍‌ସେକ୍ସରେ ଏହାର ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇଛି। କରୋନା ଯୋଗୁ ମାନ୍ଦାବସ୍ଥା...

ଅତନୁ ଚକ୍ରବର୍ତ୍ତୀ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ

ମୁମ୍ବାଇ,୨୫।୪: ଭାରତୀୟ ରିଜର୍ଭ ବ୍ୟାଙ୍କପକ୍ଷରୁ ବରିଷ୍ଟ ପ୍ରଶାସନିକ ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ବ୍ୟାଙ୍କ ତାର ବୋର୍ଡ...

ଗରିବ ରାଜ୍ୟ ଜିଏସ୍‌ଟି ଆଦାୟରେ ଆଗୁଆ; ଓଡ଼ିଶାର ଟିକସ ସଂଗ୍ରହ ୨୦.୮%

ନୂଆଦିଲ୍ଲୀ,୧୪-୮: ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ୪ ମାସରେ ସାମ୍ରଗୀ ଏବଂ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶା, ବିହାର, ୟୁପି ଓ ମଧ୍ୟପ୍ରଦେଶ...

ଶିଳ୍ପ ଶ୍ରମିକଙ୍କ ନୂଆ ଖାଉଟି ମୂଲ୍ୟ ସୂଚୀ ସିରିଜ

ନୂଆଦିଲ୍ଲୀ: ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ(ସିପିଆଇ-ଆଇଡବ୍ଲ୍ୟୁ)ର ନୂଆ ସିରିଜକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହି ସିରିଜକୁ ବ୍ୟବହାର...

ପେଟ୍ରୋଲ ବିକ୍ରି ୬୧%, ଡିଜେଲ ୫୭% ହ୍ରାସ

ନୂଆଦିଲ୍ଲୀ,୫। ୫: ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୫୭% ହ୍ରାସ ଘଟିଛି। କେତେକ କ୍ଷେତ୍ରରେ ଔଦ୍ୟୋଗିକ...

ପାର୍ଲାମେଣ୍ଟରେ ଆଗତ ହୋଇଛି ବିଲ୍‌;ଓଭରଟାଇମ୍‌ ପାଇଁ ଲିଖିତ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ,୩୦-୭: ମୋଦି ସରକାରଙ୍କ ପ୍ରସ୍ତାବ ଲାଗୁ ହେଲେ ସମସ୍ତ କମ୍ପାନୀ ଓ ପ୍ରତିଷ୍ଠାନର କର୍ମଚାରୀଙ୍କ ଉପରେ ନିଯୁକ୍ତିଦାତା ଆଉ ହାକିମାତି ଦେଖାଇପାରିବେ ନାହିଁ। କାମ ଶେଷ...

ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ରିଫଣ୍ଡ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨୭-୫: ରପ୍ତାନିକାରୀଙ୍କ ଲାଗି ଜିଏସ୍‌ଟି ପ୍ରକ୍ରିୟାକୁ ସରଳ କରିବା ତଥା ଏଥିରେ ଗତିଶୀଳତା ଆଣିବା ଲକ୍ଷ୍ୟରେ ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ଯାଉଛି। ଏହା ଅଧୀନରେ...

Advertisement


Archives

Model This Week