ମୁଣ୍ଡ କାଟି ଗଛରେ ଟାଙ୍ଗିଦେଲେ; ୨ ଦିନ ପରେ ମିଳିଲା ମୃତଦେହ

କେନ୍ଦୁଝର,୨୪ା୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ସୁକଡୋଳା ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ଏକ ଗାମୁଛାରେ ଗୁଡାଇ ଗଛରେ ଟାଙ୍ଗିଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୟାକୋଟ ଥାନା ପୋଲିସ ରବିବାର ଘଟଣାସ୍ଥଳକୁ ଯାଇ ଗଛରେ ଟଙ୍ଗା ଯାଇଥିବା କଟାମୁଣ୍ଡ ଓ ଅଳ୍ପ ଦୂରରେ ପଡ଼ିଥିବା ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ମୃତ ଯୁବକଙ୍କ ନାମ ଭଦ୍ର ପ୍ରଧାନ (୨୪)। ତାଙ୍କ ଘର ସୁକଡୋଳା ଗ୍ରାମରେ। ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଦୁଇ ଦିନ ତଳେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ରଜ ଉତ୍ସବରେ ଦୋଳି ଗୀତ ଗାଇବାକୁ ଯାଇ ସେ ପ୍ରାୟ ସପ୍ତାହେ ହେବ ନିଖୋଜ ଥିବା ପରିବାରବର୍ଗ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସୁକଡୋଳା ଗ୍ରାମଠାରୁ ପ୍ରାୟ ୧ କି.ମି. ଦୂର ଜଙ୍ଗଲରେ ଏହି ଯୁବକଙ୍କ ମୃତଦେହ ରବିବାର ସକାଳେ ଗ୍ରାମବାସୀ ଠାବ କରି ଥାନାକୁ ଖବର ଦେଇଥିଲେ। ସଦର ଏସଡିପିଓ ଜେ.ଟପ୍ପୋ ଏବଂ ନୟାକୋଟ ଥାନା ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ କରିଥିଲେ। ଘଟଣା ସ୍ଥଳରୁ ଏକ ରକ୍ତଭିଜା ଗାମୁଛା ଜବତ କରାଯାଇଥିଲା। ପରେ ପୋଲିସର ଏକ ବିଶେଷଜ୍ଞ ଦଳ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ରଜ ଉତ୍ସବରେ ଭୋଜିକୁ ନେଇ ଘଟିଥିବା ଗଣ୍ଡଗୋଳ ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ଗ୍ରାମବାସୀଙ୍କ ସୂଚନାକୁ ଆଧାର କରି ପୋଲିସ କହିଛି।
ଏସଡିପିଓ ଟପ୍ପୋଙ୍କୁ ପଚାରିବାରୁ କହିଛନ୍ତି, ଏହି ବୀଭତ୍ସ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ପଚରାଉଚରା ଜାରି ରହିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ବିଭିନ୍ନ ଦିଗକୁ ତର୍ଜମା କରି ତଦନ୍ତ କରାଯାଉଛି। ଖୁବ ଶୀଘ୍ର ହତ୍ୟାକାରୀମାନେ ଧରାପଡିବେ ବୋଲି ସେ କହିଛନ୍ତି। ପୋଲିସ ଏନେଇ ଥାନାରେ ଏକ ହତ୍ୟା ମାମଲା (ନଂ.୧୬/୨୦୧୯) ରୁଜୁ କରିଛି। ଏହି ବୀଭତ୍ସ ହତ୍ୟା ଘଟଣା ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଗାଁରେ ଭୟ ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ: ୪ ଗିରଫ

ସଜନାଗଡ଼, ୮।୩(ଡି.ଏନ.ଏ.)-ନୀଳଗିରି ତହସିଲ ବେଗୁନିଆ ପଞ୍ଚାୟତ ଅଧୀନ ଡୁମଗଣ୍ଡିରା ଗ୍ରାମରୁ ଦିନରାତି ହଜାର ହଜାର ଟ୍ରିପ ବାଲି ଚୋରାରେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଗତ...

ଭୋଗରାଇ ତହସିଲ ଆଗରେ ବିକ୍ଷୋଭ

ଭୋଗରାଇ, ୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ତହସିଲ ସମ୍ମୁଖରେ ସୋମବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଭାଜପାର ମିଳିତ ସହଯୋଗରେ ଶତାଧିକ ମହିଳା ଏବଂ ପୁରୁଷ...

ଖରିଫ୍‌ ଧାନ ବିକ୍ରିକୁ ୩ ମାସ ବିତିଲା, ମିଳିଲାନି ପ୍ରାପ୍ୟ: ଯୋଗାଣ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଚାଷୀ

ବାଲେଶ୍ୱର ଅଫିସ, ୧୧।୬-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ସେବା ସମବାୟ ସମିତିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଧାନ ବିକ୍ରି ସହାୟକ ମୂଲ୍ୟ ମିଳି...

୨ ଭାଲୁ ଆକ୍ରମଣରେ ୬ ଗୁରୁତର

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଏବଂ ଟଣକା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ୨ଟି ଭାଲୁ ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି।...

ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ,ସ୍ବାମୀ ଓ ଝିଅ ଗୁରୁତର

କେନ୍ଦୁଝର, ୯ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍‌ ଧକ୍କାରେ ସ୍ବାମୀ ଓ ଝିଅଙ୍କ ସହ...

ନିଷେଧାସତ୍ତ୍ୱେ ଚାଲିଛି ବାଲି ଚୋରା ଚାଲାଣ

ଜଳେଶ୍ୱର, ୩୦।୧୨(ସ୍ବ.ପ୍ର.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ନିଷେଧାଦେଶ ପରେ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଖନନ ବନ୍ଦ ରହିଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ବାଲି ସମସ୍ୟା...

ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି

ରୂପ୍‌ସା/ସଜନାଗଡ଼/ବାହାନଗା, ୨୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ମଙ୍ଗଳବାର ପୋଖରୀରେ ବୁଡି ୩ଜଣଙ୍କ ସଳିଳ ସମାଧି ଘଟିଛି। ମୃତକମାନେ ହେଲେ ରୂପ୍‌ସା ଥାନା ପୋଡ଼ାଡ଼ିହା ଗ୍ରାମର ଗୋପାଳ...

୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଦୁର୍ବୃତ୍ତ ଫେରାର

ବାଲେଶ୍ୱର ଅଫିସ,୭।୧୦: ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଝାଡ଼େଶ୍ବର ମନ୍ଦିର ନିକଟରେ ସୋମବାର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି ନ...

Advertisement


Archives

Model This Week