Posted inଖେଳ

ମୁଜିବୁର ରହମାନ ଶତବାର୍ଷିକୀ ଟି୨୦: କୋହଲି ଖେଳିବା ନେଇ ବିସିବିର ଅନୁରୋଧ

ନୂଆଦିଲ୍ଲୀ, ୨୨।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆୟୋଜନ କରିବାକୁ ଯାଉଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ସାମିଲ ହେବା ନେଇ ବିସିବି ଅନୁରୋଧ ଜଣାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଏ ନେଇ ବିଚାର କରୁଛି। ଅବଶ୍ୟ ଦୁଇ ଦଳ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି ଦୁଇଟି ମ୍ୟାଚ୍‌ ଆସନ୍ତା ମାର୍ଚ୍ଚ ୧୮ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ ବୋଲି ବିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି। ଖୁବ୍‌ଶୀଘ୍ର ମ୍ୟାଚ୍‌ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରାଯିବ। ଦୁଇ ଦଳରେ ବିଭିନ୍ନ ଦେଶର ଖେଳାଳିଙ୍କୁ ସାମିଲ କରିବା ନେଇ କାର୍ଯ୍ୟ ଚାଲୁ ରହିଛି ବୋଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର କ୍ରମାଗତ ତୃତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶାର ଦଳର...

୬୩ ବର୍ଷରେ ଆଇପିଏଲ୍‌ ଖେଳିବାକୁ ମନ ବଳାଇଲେ ବିଶିଷ୍ଟ ବ୍ୟବସାୟୀ, ରଖିଲେ ୨ଟି ସର୍ତ୍ତ

ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜିନ୍‌ ଆରମ୍ଭ ହୋଇଛି। କ୍ରିକେଟ ଖବର ଏବେ ସମସ୍ତଙ୍କ ମନରେ ଚାଲିଛି । ବିଶିଷ୍ଟ ବ୍ୟବସାୟୀ ତଥା ଆରପିଜି...

ଗେରୀ ପେଟନ୍‌ ଓଡ଼ିଶା ଏଫ୍‌ସିର ସହକାରୀ କୋଚ୍‌

ଭୁବନେଶ୍ୱର, ୨୭ା୬ (ସ୍ପୋଟର୍‌ସ ବ୍ୟୁରୋ)-ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣ ପାଇଁ ୬୪ବର୍ଷୀୟ ଗେରୀ ପେଟନ୍‌ଙ୍କୁ ଓଡ଼ିଶା ଏଫ୍‌ସି ଫୁଟ୍‌ବଲ ଦଳର ସହକାର...

ପିତାଙ୍କୁ ହରାଇବା ପରେ ୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୧୩।୧: ଅଷ୍ଟ୍ରେଲିଆ ଗସ୍ତରେ ହନୁମା ବିହାରୀ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଖରାପ ବ୍ୟାଟିଂ ପାଇଁ ଏବଂ ପରେ ଖରାପ ଫିଲ୍ଡିଂ ପାଇଁ ।...

ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ

ପ୍ୟାରିସ୍‌, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍‌ ଟେନିସ୍‌ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର...

ଅନ୍ତିମ ଥର ଟି୨୦ ଖେଳିବାକୁ ଯାଉଛନ୍ତି କ୍ୟାପଟେନ କୋହଲି

ନୂଆଦିଲ୍ଲୀ,୮।୧୧: ଟି୨୦ ବିଶ୍ୱକପ ପରେ ବିରାଟ କୋହଲି ଛୋଟିଆ ଫର୍ମାଟରୁ ଅଧିନାୟକ ଭାବେ ଅବସର ନେବାକୁ ଯାଉଛନ୍ତି। କ୍ୟାପଟେନ ଭାବେ କୋହଲି ସୋମବାର ନାମ୍ବିଆ ବିପକ୍ଷରେ...

ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବ ଖେଳରତ୍ନ ପୁରସ୍କାର: ମୋଦି

ନୂଆଦିଲ୍ଲୀ,୬।୮: ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯିବ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବାଦ୍‌ ପଡ଼ିଲେ ହସରଙ୍ଗା

ନୂଆଦିଲ୍ଲୀ,୨୩।୨: ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ ଶ୍ରୀଲଙ୍କା ଟିମ୍‌କୁ ଲାଗିଛି ଝଟ୍‌କା। ଦଳର କିମ୍ବଦନ୍ତୀ ଖେଳାଳି ଓ୍ବାନିଣ୍ଡୁ ହସରଙ୍ଗା ଏହି ସିରିଜରୁ ବାଦ୍‌...

Advertisement
Archives

Model This Week