ମୁଗ୍‌ଫଲି ଫସଲରେ ରୋଗ୍‌ପୋକ:କାମ୍‌ ନାଇଁ ଦେବାର୍‌ ଉଷୋ, ଚିଁନ୍‌ତାରେ ଚାଷୀ

ବିଜେପୁର, ୭।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ବ୍ଲକରେ ବଛରକୁତା ଦୁଖ୍‌ ଦୁରଦଶା ଚାଷୀକର ପିଛା ନାଇଁ ଛାଡବାର୍‌। କେତେବେଲେ ବରଷା ପାଏନ୍‌ ଅଭାବୁ ତ ଆର କେତେବେଲେ ଫସଲଥି ରୋଗ୍‌ପୋକ ଲାଗି ଚାଷୀ ସମାଜ ଅଥାଥାଲି ହେଉଛେ। ଏହେଦେ ମୁଗ୍‌ଫଲି ଫସଲଥି ଲାଗିଥିବାର ରୋଗ୍‌ପୋକ ଅଂଚଲର ଚାଷୀକର ନିଦ୍‌ ହଜେଇ ଦେଲାନ। ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକର ଚାଷୀମାନେ ବରଷା ପାଏନ୍‌କେ ଆଶ୍‌ରା କରି ଚାଷ୍‌ବାସ କରୁଛନ୍‌। ଚଲତି ବଛର ମଉସୁମୀ ଉଛୁରରେ ଆଏଲେ ବି ଜୁନ୍‌ ମାସେ ଚାଷବାସ୍‌ ଲାଗି ବତର ହେଇଥିଲା। ସେଥିରଲାଗି ଚାଷୀମାନେ ବଡ଼ା ଉଷତ୍‌ଥି ଧାନ ସଂଗେ ମୁଗ୍‌, ମୁଗ୍‌ଫଲି, ବିରି ବୁନାବୁନି କରିଥିଲେ। ହେଲେ ଜୁଲାଇ ମାସର ଅଭାବି ବରଷା ଚାଷ୍‌ କାମକେ ପଛେଇ ଦେଲା। ଗଲା ହପ୍‌ତେ ହେଲା ଯେନ୍‌ ଟିକେରଁଚେ ବରଷା ହେଇଛେ, ସେଥି କଁା ଭଁା ରୁଆ ବିହିଡ଼ା ଚଲୁଛେ। ଏନ୍‌ତାଥି ମୁଗ୍‌ଫଲି ଗଛ ପାଏନ୍‌ ଭୁରେ ପାଏଲାକେ ଛନ୍‌ଛନେଇ କରି ବଢ଼ୁଛେ। ଫୁଲକଷି ବି ଧରବାର ସମିଆ ହେଲାନ। ଠିକ୍‌ ଇ ସମିଆରେ ଫସଲଥି ପୋକ୍‌ ଲାଗି ମୁଗ୍‌ଫଲି ଫୁଲକେ ଖାଇଯାଉଛନ୍‌। ଫସଲଥି ଯେତେ ଉଷୋକଷା ଝିଁଟ୍‌ଲେ ବି କାମ୍‌ ନାଇଁ ଦେଉଥିବାର ଚାଷୀ ଅଭିଯୋଗ କରିଛନ୍‌। କୃଷି ବିଭାଗ ଇ ଦିଗେ ଧିଆନ୍‌ ଦେଇ ଭଲ ଉଷୋକଷା ଦେବାକେ ଅଂଚଲର ଚାଷୀ ଦାବି କରିଛନ୍‌। କନ୍‌ଡ଼ିହିର ଚାଷୀ ସୁଶାନ୍ତ ପଟେଲ କହିଛନ୍‌ ଯେ, ଆମର ଗଁାରେ ଖାଲି ନୁହେ। ବିଜେପୁର ଅଂଚଲର ଭିନେ ଭିନେ ଗଁାଥି ମୁଗ୍‌ଫଲି ଚାଷ୍‌ଥି ଇ ପୋକ୍‌ ଲାଗିଛନ୍‌। ଯେତେ ଉଷୋକଷା ଦେଲେ ବି କିଛି କାମ୍‌ ନାଇଁ ଦେବାର। କୃଷି ବିଭାଗ୍‌ ସବସିଡିଥି ଉଷୋ ଯୁଗେଇ ଦେଲେ ଆମେ ଚାଷୀମାନେ ଚିଁନ୍‌ତାଥୁ ମୁକ୍‌ତି ପାଏତୁଁ। ସେନ୍‌ତା ପଁାକେଲଡ଼ିହିର ଚାଷୀ ଦୀନବନ୍ଧୁ ସାହୁ କହିଛନ ଯେ, ଆମେ ଚାଷୀମାନେ ଖାଲି ନୁକ୍‌ସାନ ସହୁଛୁଁ। ବରଷା ପାଏନ୍‌ ଟିକେ ହେଲା ଯେ ଖାଲି ମଁଦା ଜିଁଛେ। ମୁଗ୍‌ଫଲି ଫସଲଥି ଇ ପୋକ ଲାଗି ଆମେ ଆନାଏତ୍‌ ହେଇଗଲୁଁନ। ଯେତେ ଉଷୋ ଦେଲେ କିଛି ଲାଭ ନାଇଁ ହେବାର। ବ୍ଲକ ସହକାରୀ କୃଷି ଅଧ୍‌କାରୀ ଲକ୍ଷ୍ମୀ ପ୍ରସାଦ ପଟେଲକୁଁ ପଚରାଲାରୁ ଗଁା ଗଁା ଯାଇ ଚାଷୀମାନକୁ ସହଯୋଗ କରବାକେ ଭିଏଡବ୍ଲୁମାନକୁ ପରାମଶ୍‌ ଦିଆଯାଇଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

୩୪ ବର୍ଷ ପରେ ପ୍ରଥମ ବାର୍ଷିକ ଉତ୍ସବ: ଛାତ୍ରୀଛାତ୍ରଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ

ଦାରିଙ୍ଗବାଡି, ୨୦/୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ପାଟ୍ଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଶୁକ୍ରବାର ବିଦ୍ୟାଳୟର…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା: ୧୪୦ରୁ ଊଦ୍ଧର୍‌ବ ପ୍ରତିଯୋଗୀଙ୍କ କୃତିତ୍ୱ ଅର୍ଜନ

ଭଞ୍ଜନଗର,୧୯/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଭଞ୍ଜନଗର ସବ ଟ୍ରେଜେରୀ ଅଫିସର୍‌…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri