ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲା ଦୁର୍ଗା ପୂଜା କମିଟିର ମା ଗୌରୀ ଦେବୀ ଟ୍ରଷ୍ଟ ତରଫରୁ ଶନିବାର ପୂର୍ବାହ୍ନରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କା ଦାନ କରାଯାଇଛି । ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ପଦ୍ମପୁର ଉପ ଜିଲାପାଳ ତନ୍ମୟ କୁମାର ଦରୁଆନ ଏହି ଚେକକୁ ଗ୍ରହଣ କରିଥିଲେ । ଟ୍ରଷ୍ଟର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, କାର୍ଯ୍ୟକାରୀ ସଭାପତି ତଥା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସମ୍ପାଦକ ଲଳିତ କୁମାର ଅଗ୍ରୱାଲ ଉପଜିଲାପାଳଙ୍କୁ ୧ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ । ଅନ୍ୟପେକ୍ଷ ଶୁକ୍ରବାର ସୋହେଲା ବ୍ଲକ ବାଉଁଶେନମୁରା ଗ୍ରାମର ରବି ପଧାନଙ୍କ ଝିଅ ମନୀଷା ଓ ପୁଅ ଅମନ ବିଡ଼ିଓ ବିଶ୍ୱରଞ୍ଜନ କରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭ ହଜାର ଟଙ୍କା ଦାନ କରିଛନ୍ତି । ସେହିପରି ସ୍ଥାନୀୟ ମାରୱାଡି ମହିଳା ମଣ୍ଡଳ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୩୦ ହଜାର ଟଙ୍କା ଦାନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା କଂସ ଚୟନକୁ ବିରୋଧ : ଏକଜୁଟ୍‌ ହେଲେ କଳାକାର ସଂଘ

ବରଗଡ଼ ଅଫିସ,୧୧।୧୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହେବ। ୨୦୨୦ ଜାନୁଆରୀ ୧୦ ପର୍ଯ୍ୟନ୍ତ ଦୀର୍ଘ ୧୧...

ପୁଣି ବାଦାମବାଡ଼ି ରାସ୍ତାରେ ଭୂତଳ ପାଇପ୍‌ ଫାଟିଲା

କଟକ ଅଫିସ,୧୧ା୧୦: କଟକ ବାଦାମବାଡି ଟ୍ରାଫିକ ଛକରେ ରବିବାର ଅପରାହ୍ନରେ ପୁଣିଥରେ ଭୂତଳ ପାଣି ପାଇପ ଫାଟିଥିଲା। ଏଥିଯୋଗୁ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହେବା...

ବଜ୍ରପାତରେ ଜଣେ ମୃତ

ଚମ୍ପୁଆ, ୯।୧୦(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଠାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥ ଚନ୍ଦ୍ର ମହାନ୍ତ। ଖବର...

ସୁବର୍ଣ୍ଣପୁରରେ ରାହଗିରି ପାଇଁ ପ୍ରସ୍ତୁତି

ସୋନପୁର,୨୮।୩(ନି.ପ୍ର.): ଅପ୍ରେଲ ୧ ତାରିଖ ଓଡିଶା ଦିବସ ଓ ୩୦ତମ ସୁବର୍ଣ୍ଣପୁର ଜିଲା ପ୍ରତିଷ୍ଠା ଦିବସ। ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ...

କରୋନା କଟକଣା: ୪୦ ହଜାର ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେବେ

ମାଲକାନଗିରି,୧୪ା୫ (ଡି.ଏନ୍‌.ଏ.)-ରାଜ୍ୟରେ କରୋନା ମହାମାରୀରେ ଯେପରି ଛାତ୍ରୀଛାତ୍ରମାନେ ସଂକ୍ରମିତ ନ ହୁଅନ୍ତି ଏହାକୁ ଦଅଟେିରେ ରଖି ସରକାର ଗତ ମାର୍ଚ୍ଚ ମାସରେ ପ୍ରଥମରୁ ନବମ ଶ୍ରେଣୀ...

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ସାମୁଦ୍ରିକ କଉ

ଭୋଗରାଇ, ୧୬ା୨(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ଜାଲରେ ପଡିଛି। ଟ୍ରଲର...

ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ଜୀବନ ଗଲା

ଗୁଣୁପୁର/ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି...

ଶାବକ ଜନ୍ମ କରି ଛାଡ଼ି ପଳାଇଲା ମା’ ହାତୀ

ଢ଼େଙ୍କାନାଳ ଅଫିସ,୧୨।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ରାସୋଳ ଥାନା କୁନୁଆ ଶବର ସାହିରେ ଶନିବାର ଏକ ମାଈ ହାତୀ ଶାବକ ଜନ୍ମ କରି ନିକଟସ୍ଥ...

Advertisement
Archives

Model This Week