ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୫୬୭ ଚିକିତ୍ସିତ

ଭବାନୀପାଟଣା,୩୦ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ସୋମବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ୨ ଦିନରେ ଜିଲାର ୫୬୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ମଙ୍ଗଳବାର ଦ୍ୱିତୀୟ ଦିନରେ ୫ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ବିମାନ ଯୋଗେ ଉତ୍କେଲା ଏୟାର ଷ୍ଟ୍ରିପ୍‌ରେ ପହଞ୍ଚତ୍ଥିଲେ। ସେଠାରୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚତ୍ ୩ଶହ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ସେଥିମଧ୍ୟରୁ ୪ଜଣଙ୍କ ଅସ୍ତ୍ରୋପଚାର କରାଯାଇଛି। ଏହି ଡାକ୍ତରୀ ଦଳରେ ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ଦତ୍ତେଶ୍ବର ହୋତା, କାର୍ଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ସତ୍ୟ ନାରାୟଣ ରାଉତ, ଆନାସ୍ଥେସିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ଦେବପ୍ରସାଦ ମହାନ୍ତି, ନ୍ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ଅଶୋକ ମଲ୍ଲିକ, ନେଫ୍ରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ବିବେକାନନ୍ଦ କର ପ୍ରମୁଖ ରହିଥିଲେ। ସୋମବାର ପ୍ରଥମ ଦିନରେ ୭ଜଣ ସୁପର ସ୍ପେଶାଲିଷ୍ଟ ଡାକ୍ତର ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚତ୍ଥିଲେ। ଏଥିରେ ୟୁରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ସୁରେଶ ରୁଲାନିଆ, ଡାକ୍ତର କିଶୋର ଟନଜି, ରେଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ଶାନ୍ତିଭୂଷଣ ଦାସ, କାର୍ଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ଜେ. ସତ୍ୟ ସାରଥି, ନେଫ୍ରୋଲୋଜି ସ୍ପେଶାଲିଷ୍ଟ ଡାକ୍ତର ରାକେଶ କୁମାର ରାଉତରାୟ ପ୍ରମୁଖ ରହିଥିଲେ। ସେମାନେ ଜିଲାର ୨୬୭ ଜଣ ରୋଗୀଙ୍କୁ ପରୀକ୍ଷା କରି ଚିକିତ୍ସା କରିଥିଲେ। ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା କାର୍ଯ୍ୟକ୍ରମ ଯୋଗୁ ରୋଗୀମାନେ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ବୁଧବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ଗର୍ତ୍ତ

ଆରଡ଼ି, ୧୫ା୧୧ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ସମ୍ମୁଖ ୨୦ ନଂ. ଜାତୀୟ ରାଜପଥରେ ଥିବା ଏକ କଲଭର୍ଟ ଦବି ଯିବାରୁ ଏଠାରେ ଏକ ବିରାଟ...

ଭୁବନେଶ୍ୱରରେ ପହଞ୍ଚିଲା ୨ ଶହୀଦ ନନ୍ଦୁରାମ ସୋରେନ, ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଚାଇନା ସେନାର ଆକ୍ରମଣରେ ଶହୀଦ ହୋଇଥିବା ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଗୁରୁବାର ଭୁବନେଶ୍ୱରରେ...

ବିଦ୍ୟୁତ ଆଘାତରେ ମୋଟର ମେକାନିକ ମୃତ

ବ୍ରହ୍ମପୁର ଅଫିସ,୨୫ା୮-ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ମୋଟର ମେକାନିକଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି। ସେ...

ବନ୍ଦ ହେବାକୁ ବସିଛି ଫାର୍ମାସୀ କଲେଜ

ସାରସକଣା,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ଇନଷ୍ଟିଚ୍ୟୁଟ ଅଫ୍‌ ଫାର୍ମାସିଟିକାଲ ସାଇନ୍ସ କଲେଜ ଏବେ ବନ୍ଦ ହେବାକୁ ବସିଛି। ଏକଦା ଏହି କଲେଜ...

ଟ୍ରାଫିକ ନିୟମ କୋହଳ କରିବାକୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବାଲେଶ୍ୱର ଅଫିସ, ୭।୯-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୋଦିତ ନୂତନ ସଂଶୋଧିତ ଟ୍ରାଫିକ ଜରିମାନା ବ୍ୟବସ୍ଥାକୁ ଛାତ୍ରୀଛାତ୍ରମାନଙ୍କ ପ୍ରତି କିଛି ପରିମାଣରେ କୋହଳ କରିବାକୁ ଦାବି କରାଯାଇଛି।...

ଅବାଧ ବାଲି ଚାଲାଣ: ନଦୀବନ୍ଧ ଦୁର୍ବଳ

ଆଳି,୨୯ା୧୧(ଡି.ଏନ୍‌.ଏ.): ରାଜ୍ୟ ସରକାର ନଦୀ ଗ୍ରାସରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚକରି ନଦୀବନ୍ଧ ସୁଦୃଢ଼ କରାଯାଉଛି। ବାଲି...

ନବ ନିର୍ମାଣ କୃଷକ ସଙ୍ଗଠନର ଶୋଭାଯାତ୍ରା

ଜଗତ୍‌ସିଂହପୁର ଅଫିସ, ୧୭ା୧୨: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ନିକଟରୁ ଟାଉନ ହଲ ପର୍ଯ୍ୟନ୍ତ ଏକ ବିକ୍ଷୋଭ ଶୋଭାଯାତ୍ରା...

୪୮ଘଣ୍ଟାରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା...

Advertisement
Archives

Model This Week