ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୯।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକ୍‌ଭୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଚିଠି ଲେଖିଛନ୍ତି। ୨ଟି ପ୍ରସଙ୍ଗରେ ଧର୍ମେନ୍ଦ୍ର ପୃଥକ ପୃଥକ ଚିଠି ଲେଖିଥିବା ଜଣାପଡ଼ିଛି। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍‌ ପ୍ରତିଷ୍ଠା ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ଅନ୍ୟ ଏକ ପୃଥକ ପତ୍ରରେ ନକ୍‌ଭୀଙ୍କୁ ଭୁବନେଶ୍ୱରରେ ସ୍କୁଲ କିମ୍ବା କଲେଜରେ ପାଠ ପଢୁଥିବା ସଂଖ୍ୟାଲଘୁ ଛାତ୍ରୀମାନଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଭଦ୍ରକ ଜିଲାରେ କୌଣସି ଆଞ୍ଚଳିକ ମେଡିକାଲର ସୁବିଧା ନାହିଁ। ଏହି ଜିଲାରେ ମେଡିକାଲ କଲେଜ ନିର୍ମାଣ ହେଲେ ଭଦ୍ରକ ବା ଆଖପାଖରେ ରହୁଥିବା ଲୋକମାନେ ମେଡିକାଲର ସୁବିଧା ପାଇପାରିବେ। ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ(ପିଏମ୍‌ଜେଭିକେ) ଯୋଜନା ସଂଖ୍ୟାଲଘୁ ମନ୍ତ୍ରଣାଳୟ(ଏମ୍‌ଓଏମ୍‌ଏ) ଦ୍ୱାରା କ୍ରିୟାନ୍ବୟନ କରାଯାଇଛି। ଏହି ଯୋଜନା ଅଧୀନରେ ସ୍ବାସ୍ଥ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ା ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦରକାରୀ ବୈଧାନିକ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କରନ୍ତୁ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷାଙ୍ଗିକ ଖର୍ଚ୍ଚର
ଦାୟିତ୍ୱ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୪।୨(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜଳ ସମ୍ପଦ ବିଭାଗର ଅତିରିକ୍ତ...

ଗଠନ ହେଲା ଓବିସି କମିଶନ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)ଙ୍କ ପ୍ରକୃତ ସଂଖ୍ୟା କେତେ , ସେ ସମ୍ପର୍କରେ କୌଣସି ସରକାରୀ ହିସାବ...

ଯୁବକଙ୍କୁ ଛୁରାମାଡ଼ କରି ଲୁଟ୍‌

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। କେତେବେଳେ ସୁନାଦୋକାନୀଙ୍କୁ ଗୁଳିମାଡ଼ କରି ଲୁଟୁଛନ୍ତି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଛୁରାମାଡ଼...

‘ମଙ୍କିପକ୍ସ’ମୁକାବିଲା ନେଇ ଅପରାହ୍ନରେ ବସିବ ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ‘ମଙ୍କିପକ୍ସ’ମାମଲା ଚିନ୍ତା ବଢାଇଲାଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।...

ମନୋଜ ଦାସ ପାଇବେ ‘କଳିଙ୍ଗ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର,୬ା୨(ବ୍ୟୁରୋ): ‘ମାଇଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ-୨୦୨୦’ରେ ବିଶିଷ୍ଟ ସାହିତି୍ୟକ ତଥା କଥାକାର ପ୍ରଫେସର ମନୋଜ ଦାସ ଚଳିତବର୍ଷ ପାଇଁ ‘କଳିଙ୍ଗ ସାହିତ୍ୟ ସମ୍ମାନ’ ପାଇବେ। ଓଡ଼ିଶା ଡାଏରୀ...

ସରକାରୀ ସ୍କୁଲରେ ପାଠ ପଢିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ

ଭୁବନେଶ୍ୱର,୨୮।୧୨(ବୁରୋ)-ସରକାରୀ ସ୍କୁଲରେ ଏଣିକି ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ସୋମବାର ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଡାକ୍ତରୀ ଓ ଇଂଜିନିୟରିଂ...

ନରସିଂହପୁର ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ

ନରସିଂହପୁର,୨ା୬ (ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ପକ୍ଷରୁ...

ଶିଖରଚଣ୍ଡୀ ସ୍ଥିତି ଅନୁଧ୍ୟାନକଲା ଏନ୍‌ଜିଟି ଟିମ

ଭୁବନେଶ୍ୱର,୨୫।୬ (ବନ୍ଦନା ସେଠୀ)ଶିଖରଚଣ୍ଡୀ ପାହାଡ଼ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା କ୍ଷୟକ୍ଷତିକୁ ଶନିବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଟିମ୍‌ ଦେଖିବା ସହ...

Advertisement
Archives

Model This Week