![](https://www.dharitri.com/wp-content/uploads/2020/04/CMRF-odisha-777x437-1.jpg)
ସୋର, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ରୋକିବା ପାଇଁ ଦୀର୍ଘଦିନ ଧରି ଲକ୍ଡାଉନ୍ କରାଯାଇଥିବାରୁ ଗରିବ ଲୋକଙ୍କୁ ସହାୟତା ପାଇଁ ସୋର ବ୍ଲକ ନଦିଗାଁ, କେଦାରପୁର , ଜଡିଦା ପଞ୍ଚାୟତର ବିଭିନ୍ନ ବ୍ୟକ୍ତିବିଶେଷ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନଦିଗାଁ ପଞ୍ଚାୟତର ମା’ ଦାଣ୍ଡପଶ୍ଚିମା ଏସ୍ଏଚଜି ପକ୍ଷରୁ ୫ହଜାର ୫ଶହ ୫୫ଟଙ୍କା, ବରିଷ୍ଠ ନାଗରିକ ପଦ୍ମଲୋଚନ ଦାସ, ୧ ହଜାର ଟଙ୍କା, ଜଡିଦା ପଞ୍ଚାୟତର ଅନନ୍ତ ପ୍ରସାଦ ରଣା ୧ ହଜାର ଟଙ୍କା, କେଦାରପୁର ପଞ୍ଚାୟତର ମାଧବ ପାଣି ୫ହଜାର ଟଙ୍କା, କେଶରୀପୁର ପଞ୍ଚାୟତର ଠିକାଦାର ହେମନ୍ତ କୁମାର ନାୟକ ୧୧ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ବିଧାୟକ ପର୍ଶୁରାମ ଧଡାଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏହି ସହାୟତା ପାଇଁ ଧଡା ଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି।