ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି: ‘ପଞ୍ଚାୟତର ସବୁ କର୍ମଚାରୀଙ୍କ ଲାଗି ସ୍ବାସ୍ଥ୍ୟବୀମା କରାଯାଉ’

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କେବଳ ସ୍ବାସ୍ଥ୍ୟକର୍ମୀ କିମ୍ବା ସରପଞ୍ଚ ନୁହନ୍ତି ବରଂ ପଞ୍ଚାୟତସ୍ତରରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ କରାଯାଉ। ଏହାଦ୍ୱାରା ସ୍ଥାୟୀ ନିଯୁକ୍ତି ପାଇ ନ ଥିବା ଏବଂ ସ୍ବଳ୍ପ ଦରମାରେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସେବା ଯୋଗାଉଥିବା କର୍ମଚାରୀମାନଙ୍କ ପରିବାର ସଦସ୍ୟଙ୍କ ମାନସିକ ସାନ୍ତ୍ୱନା ମିଳିବ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।
ବିରୋଧୀ ଦଳ ନେତା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ ସମ୍ପର୍କରେ ଘୋଷଣା କରିଛନ୍ତି। ଯଦି କୌଣସି ସରପଞ୍ଚ କୋଭିଡ-୧୯ କାର୍ଯ୍ୟ କରିବା ସମୟରେ ମୃତ୍ୟୁବରଣ କରନ୍ତି ତେବେ ସେହି ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ସହାୟତା ମିଳିବ। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜ୍ୟରେ ୬୭୯୮ଟି ଗ୍ରାମପଞ୍ଚାୟତ ରହିଛି। ଏହାମଧ୍ୟରୁ ୪୮୬୨ଟି ପଞ୍ଚାୟତରେ ପିଇଓ(ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) କାର୍ଯ୍ୟ କରୁଛନ୍ତି। ଫଳରେ ଅଧିକାଂଶ ପିଇଓ ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ସେହିଭଳି ଗ୍ରାମ ରୋଜଗାର ସେବାକ(ଜିଆର୍‌ଏସ)ଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ଜଣେ ଲେଖା ଜିଆର୍‌ଏସଙ୍କ ଦାୟିତ୍ୱରେ ଦୁଇଟି ଲେଖାଏ ପଞ୍ଚାୟତ ରହୁଛି। ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଏବଂ ରାତ୍ରି ଜୁଆଳିମାନେ ସ୍ଥାୟୀ ନିଯୁକ୍ତି ପାଇନାହାନ୍ତି, ଏହାସହିତ ସ୍ବଳ୍ପ ଦରମାରେ କାର୍ଯ୍ୟ କରୁଛନ୍ତି। ଏହାସତ୍ତ୍ୱେ ସେମାନେ ଦିନ, ରାତି କାମ କରି ଲୋକଙ୍କୁ ସେବା ଯୋଗାଉଛନ୍ତି। ତେଣୁ ତୃଣମୂଳସ୍ତରରୁ ତର୍ଜମା କରାଯାଇ ଗ୍ରାମପଞ୍ଚାୟତର ସବୁ କର୍ମଚାରୀମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଉ। ଏହାଦ୍ୱାରା କରୋନାରେ କର୍ମଚାରୀଙ୍କ ଜୀବନ ଗଲେ ତାଙ୍କ ପରିବାରବାସୀ ଉପକୃତ ହୋଇପାରିବେ। ଏହାବ୍ୟତୀତ ଉକ୍ତ କର୍ମଚାରୀମାନେ ମଧ୍ୟ ମାନସିକସ୍ତରରେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଇପାରିବେ ବୋଲି ବିରୋଧୀ ଦଳ ନେତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri