ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

ଭୁବନେଶ୍ୱର, ୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ଦୁଗ୍ଧଚାଷୀମାନେ ମଧ୍ୟ ବ୍ୟାପକ କ୍ଷତି ସହିବାରେ ଲାଗିଛନ୍ତି। ସେମାନେ ଆଉ ପୂର୍ବଭଳି କୌଣସି ସଂସ୍ଥାକୁ କ୍ଷୀର ଯୋଗାଇପାରୁ ନ ଥିବାବେଳେ ଦୋକାନ, ବଜାର ବନ୍ଦ କାରଣରୁ ପ୍ରଚୁର ପରିମାଣର କ୍ଷତି ସହୁଛନ୍ତି। ସେହିପରି ଓମ୍‌ଫେଡ୍‌ ମଧ୍ୟ ସେମାନଙ୍କଠାରୁ ଯେତିକି କ୍ଷୀର ନେଉଥିଲା ତା’ର ପରିମାଣ କମିଯାଇଛି; ଯେଉଁଥିଲାଗି ଓଡ଼ିଶାର ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖି ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଟୁଇଟ୍‌କରି ଉଲ୍ଲେଖ କରିଛନ୍ତି, ଗୋପାଳକମାନେ ବର୍ତ୍ତମାନ ସମୟରେ ଦୋକାନ, ବଜାର ବନ୍ଦ ଯୋଗୁ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିପାରୁନାହାନ୍ତି। ଓମ୍‌ଫେଡ୍‌ ମଧ୍ୟ ନିଜ କ୍ଷମତାଠାରୁ କମ୍‌ ପରିମାଣର ଦୁଗ୍ଧ ଚାଷୀଙ୍କଠାରୁ ସଂଗ୍ରହ କରୁଛି। ଫଳରେ ଚାଷୀମାନେ ହତାଶ ହୋଇ ଦୁଗ୍ଧ ଢାଳି ଦେଉଛନ୍ତି। ଏଥିଲାଗି ସେମାନେ ଘୋର କ୍ଷତିର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଗୋପାଳକମାନଙ୍କୁ କିଛି କ୍ଷତିପୂରଣ ଦେବା ସହ ଏହି ସମସ୍ୟାର ସମାଧାନ କରିବା ଲାଗି ଷଡ଼ଙ୍ଗୀ ଚିଠିରେ ଉଲ୍ଲେଖ କରିଛନ୍ତି। ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ ନିଜ ଟୁଇଟରରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର, ଜାତୀୟ ଗୀତକୁ ଅପମାନ କଲେ…

ନୂଆଦିଲ୍ଲୀ,୨୪ା୭: ଗୃହରେ ହଟ୍ଟଗୋଳ ପରେ, ରାଜ୍ୟ ସଭାର କାର୍ଯ୍ୟ ଅପରାହ୍ନ ୨ଟାରେ ପୁଣି ଆରମ୍ଭ ହୋଇଥିଲା। ଏହାପରେ ‘ବନ୍ଦେ ମାତରମ୍’ର ସମ୍ମାନ ସମ୍ପର୍କରେ ସଂସଦର ଉଚ୍ଚ ସଦନ…

NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର, ପୁରୁଷବନ୍ଧୁଙ୍କୁ ବନ୍ଧୁଙ୍କୁ ମାଡ଼ ମାରି ବୁଦାରେ ଫିଙ୍ଗିଦେଲେ

ନୂଆଦିଲ୍ଲୀ,୨୪ା୭: ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ସୀମାନ୍ତରେ ଅବସ୍ଥିତ ଏକ ପବିତ୍ର ସହର ଚିତ୍ରକୂଟର ଦେବାଙ୍ଗନା ଉପତ୍ୟକା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ମଧ୍ୟପ୍ରଦେଶର ସତନାର…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଜାରି ରହିବ କଡ଼ା ଆଭିମୁଖ୍ୟ: ଏସ୍‌ପି

ଛତ୍ରପୁର,୨୪ା୭(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଚୋରି, ଡକାୟତି, ଦାଦାବଟି ଭଳି ୧୨ଟି ଆପରାଧିକ ମାମଲାରେ ସଂଶ୍ଳିଷ୍ଟ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଘନଶ୍ୟାମ ବେହେରା ଓରଫ କାଳିଆକୁ ପୁରୁଷୋତ୍ତମପୁର ଥାନା…

ଚାଷଜମିକୁ ଯାଇଥିଲେ ଚାଷୀ, ଚୋଟ ମାରିଲା ସାପ, ଘରକୁ ଫେରିବା ପରେ…

ବଞ୍ଚୋ,୨୪ା୭(ପ୍ରଦୋଷ ବିଶ୍ୱାଳ): ଜଣେ ଚାଷୀ ଚାଷଜମିକୁ ଯାଇଥିବାବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଆନନ୍ଦପୁର ଥାନା ବଞ୍ଚୋ ଗାଁର ଅନାମ…

‘ଆଜି ରାତିରେ CJP ନେତାମାନଙ୍କୁ ଗିରଫ କରାଯିବ’ – ଜନ୍ତର ମନ୍ତରରୁ ଅଭିଜିତ ଦୀପକେଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୨୪।୭: ଶୁକ୍ରବାର କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର ମନ୍ତରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀ ସମୟରେ ଅଭିଜିତ ଦୀପକେ…

ପେପର ଲିକ୍‌: କେନ୍ଦ୍ର, NTAକୁ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪।୩: NEET UG ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଓ NTAକୁ ସତ୍ୟପାଠ ଦାଖଲ ପାଇଁ କୋର୍ଟ କହିଛନ୍ତି। ପେପର ଲିକ୍‌…

Social Media Ban: ୧୫ ବର୍ଷରୁ କମ ବୟସର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ, ସଂସଦରେ ବିଲ ଗୃହୀତ

ପ୍ୟାରିସ,୨୪।୭: ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନେତୃତ୍ୱରେ, ବିଶ୍ୱର ସବୁଠାରୁ ଆଧୁନିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଫ୍ରାନ୍ସର ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସଂସଦ ୧୫ ବର୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri