ମୁକୁଳା ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଚୌଦ୍ୱାର,୧୬ା୫(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର କଳିଙ୍ଗ ଛକର ବ୍ୟସ୍ତବହୁଳ ଜାଗାରେ ବସିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଦୀର୍ଘଦିନ ହେବ ମୁକୁଳା ଅବସ୍ଥାରେ ପଡ଼ିରହିଛି। ଯାହାଫଳରେ ଏହା ଏବେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଅନ୍ୟପଟେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେଇ ଟ୍ରାନ୍ସଫର୍ମର ବସିଥିବା ପିଣ୍ଡିକୁ ପ୍ଲାଷ୍ଟର୍‌ କାର୍ଯ୍ୟ କରୁଥିବା ନ଼େଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରାନ୍ସଫର୍ମର ନିକଟରେ ଏକ ମାର୍କେଟ କମ୍ପ୍ଲେକ୍ସ ଥିବାବେଳେ ଏଠାରେ ଲୋକଙ୍କ ଭିଡ଼ ଲାଗିଥାଏ। କାରୋନା ଭୂତାଣୁ ରୋକିବା ପାଇଁ କମ୍ପ୍ଲେକ୍ସ ସମ୍ମୁଖରେ ବ୍ୟବସାୟୀମାନେ କମ୍ପ୍ଲେକ୍ସ ପ୍ରବେଶ ପଥରେ ବାଉଁଶ ବାନ୍ଧିଥିବାରୁ ଲୋକେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ନିକଟରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ବିଦ୍ୟୁତ୍‌ ବିଭାଗ ଟ୍ରାନ୍ସଫର୍ମରକୁ ସମ୍ପୂର୍ଣ୍ଣ ଆବଦ୍ଧ ନ କରି ପିଣ୍ଡିକୁ ସଜାଡ଼ିବାରେ ଲାଗିଛି। ତୁରନ୍ତ ବିଦ୍ୟୁତ୍‌ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଚୌଦ୍ୱାର ସେସୁ ଏସ୍‌ଡିଓ ସମୀର ପଢ଼ିଆରି କୁହନ୍ତି, ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ ପ୍ଲାଷ୍ଟର ପାଇଁ ବ୍ୟୟ ଅଟକଳ ସରିଥିବା ବେଳେ ଖୁବଶୀଘ୍ର କାମ ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୨୧ରୁ ମାଟ୍ରିକ ଖାତା ଦେଖା, ୫୮ କେନ୍ଦ୍ରରେ ଦେଖାଯିବ ଖାତା

କଟକ ଅଫିସ,୧୩।୫ : ସଂସ୍କୃତ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ମାଟ୍ରିକ ପରୀକ୍ଷା ଖାତା ଦେଖା ମେ ୨୧ ତାରିଖରୁ ଆରମ୍ଭ ହେବ ।...

ଜଗନ୍ନାଥ ମନ୍ଦିର ନିଯୋଗକୁ କୋଟିଏ ଟଙ୍କାର ଘର ଦାନ

ନବରଙ୍ଗପୁର,୧୬।୧୨(ବି.ପ୍ର.): ସାଧାରଣତଃ ମଣିଷ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପରିବାର ଅଥବା ବନ୍ଧୁଙ୍କୁ ଦାନ କରିଥାନ୍ତି। କିନ୍ତୁ ନବରଙ୍ଗପୁର ସହର ଭଗବତୀ ସାହି ବାସିନ୍ଧା...

ନଦୀରେ ବୁଡିଗଲେ ୩ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

ରେମୁଣା, ୧୬।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ବୁଢାବଳଙ୍ଗ ନଦୀର କାଠସଙ୍ଗଡା ଘାଟରେ ସୋମବାର ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ୩ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି।...

ୟାସ୍‌ ପ୍ରଭାବ: ଭାଙ୍ଗିଲା ଗଛ, ଜନଜୀବନ ଅସ୍ତବ୍ୟସ୍ତ

ହାଟଡିହୀ,୨୬।୫(ଡିି.ଏନ୍‌.ଏ.): ବାତ୍ୟା ୟାସ୍‌ର ପ୍ରଭାବ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ବଡ଼ ଧରଣର କୌଣସି କ୍ଷୟକ୍ଷତି ହୋଇ ନ ଥିଲେ...

ପାହାଡ଼ ଉପରୁ ଅନ୍‌ଲାଇନ୍‌ କ୍ଲାସ ସାରି ଫେରୁଥିଲେ ତଳକୁ: ହେଲେ ବିଧାତାର ଥିଲା ଆଉ କିଛି ଇଚ୍ଛା…

ରାୟଗଡା ଅଫିସ, ୧୮।୮: ମନରେ ପାଠ ପଢ଼ା ନିଶା ଏତେ ଥିଲା ଯେ, ସବୁ ବାଧା ବିଘ୍ନକୁ ଏଡ଼ାଇ ସାମାନ୍ୟ ନେଟନ୍‌ଓ୍ବାର୍କ ପାଇଁ ପାହାଡ ଉପରକୁ...

ଭସାଣି ଶୋଭାଯାତ୍ରାବେଳେ ଗୋଷ୍ଠୀ ବିବାଦ

ଦିଗପହଣ୍ଡି,୬ା୯(ଡି.ଏନ.ଏ.) – ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗାଁରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି।...

ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଚାରାରୋପଣ

ଧର୍ମଶାଳା,୧୬ା୯(ଡି.ଏନ୍‌.ଏ.)- ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ ଧର୍ମଶାଳା ଶାଖା ପକ୍ଷରୁ ରବିବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗନ୍ନାଥ ସଡ଼କର ଉଭୟ...

ଗୋଷ୍ଠୀ ସଂଘର୍ଷରୁ ଯୁବ ଇଞ୍ଜିନିୟରଙ୍କୁ ହତ୍ୟା

ନୟାଗଡ଼ ଅଫିସ,୧୪।୪:  ନୟାଗଡ଼ ସହରରେ ଦଣ୍ଡପବର୍ର୍ ବୁଧବାର ରାତିରେ ଶୋଭାଯାତ୍ରା ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ଅଧୀନ...

Advertisement
Archives

Model This Week