Posted inଖେଳ

‘ମୁଁ ଗମ୍ଭୀରଙ୍କ କ୍ୟାରିୟରର ଶେଷ କରିଛି’

କରାଚୀ,୭।୧୦: ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର କ୍ରିକେଟ ଛାଡ଼ି ରାଜନେତା ହେବା ପରେ ସର୍ବଦା ଖବରରେ ରହି ଆସୁଛନ୍ତି। କ୍ରିକେଟ କ୍ୟାରିୟରରେ ସେ ଆହୁରି ସଫଳତା ପାଇପାରିଥାନ୍ତେ, ଯଦି ତାଙ୍କୁ ସୁଯୋଗ ମିଳିଥାନ୍ତା। ଏଥିନେଇ ତାଙ୍କ କ୍ରିକେଟ କ୍ୟାରିୟରର ଶେଷ ହୋଇଥିବା ଗମ୍ଭୀର କୁହନ୍ତି। କିନ୍ତୁ ତାଙ୍କ କ୍ୟାରିୟରକୁ ଶେଷ କରିଥିବା ଦାବି କରିଛନ୍ତି ପାକିସ୍ତାନ ପେସର ମହମ୍ମଦ ଇର୍ଫାନ। ୨୦୧୨ ଦ୍ୱିପାକ୍ଷିକ ସିରିଜ୍‌ବେଳେ ଗମ୍ଭୀର ତାଙ୍କ ବଲକୁ ଖେଳିପାରୁ ନ ଥିଲେ। ଉକ୍ତ ଗସ୍ତରେ ୭.୧ ଇଞ୍ଚ ଲମ୍ବା ବୋଲର ଗମ୍ଭୀରଙ୍କୁ ୪ଥର ଆଉଟ୍‌ କରିଥିଲେ। ଏହାପରେ ବାମହାତୀ ବ୍ୟାଟ୍ସମ୍ୟାନ ଗମ୍ଭୀର ଜାତୀୟ ଦଳରୁ ବାଦ୍‌ ପଡ଼ିବା ପୂର୍ବରୁ ଆଉ ମାତ୍ର ଗୋଟିଏ ସିରିଜ୍‌ (ଇଂଲଣ୍ଡ)ରେ ଖେଳିବାକୁ ସୁଯୋଗ ମିଳିଥିଲା। ଯେତେବେଳେ ମୁଁ ଭାରତ ବିପକ୍ଷରେ ଖେଳେ, ସେମାନେ ମୋ ବଲକୁ ଖେଳିପାରନ୍ତି ନାହିଁ। କିଛି ଭାରତୀୟ ବ୍ୟାଟ୍ସମ୍ୟାନ ୨୦୧୨ରେ କହିଥିଲେ ମୋ ଉଚ୍ଚତା ଯୋଗୁ ବଲକୁ ସେମାନେ ଦେଖି ପାରୁ ନାହାନ୍ତି। ଗମ୍ଭୀର ମୋତେ ଖେଳିବାକୁ ପସନ୍ଦ କରନ୍ତି ନାହିଁ। ସେ ମୋ ସହ କଦାପି ଆଖି ମିଳାନ୍ତି ନାହିଁ। ୨୦୧୨ ସିରିଜ୍‌ରେ ମୁଁ ତାଙ୍କୁ ୪ ଥର ଆଉଟ୍‌ କରିଛି ବୋଲି ଇର୍ଫାନ ପାକିସ୍ତାନ ଚ୍ୟାନେଲ ‘ସମା’ରେ କହିଛନ୍ତି। ଉକ୍ତ ସିରିଜରେ ଗମ୍ଭୀର କ୍ୟାରିୟରର ଅନ୍ତିମ ଟି୨୦ ସିରିଜ୍‌ ଖେଳିଥିଲେ। ଏହାପରେ ତାଙ୍କୁ କଦାପି ସୀମିତ ଓଭର ସିରିଜ୍‌ରେ ଖେଳିବାକୁ ସୁଯୋଗ ମିଳି ନ ଥିଲା। ଉଲ୍ଲେଖଥାଉ କି, ଗମ୍ଭୀର ୫୮ ଟେଷ୍ଟ, ୧୪୭ ଦିନିକିଆ ଓ ୩୭ ଟି୨୦ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri