ମୀନାକ୍ଷୀ ମିଶ୍ର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ଭାଜପା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପୋଲିସଠାରୁ ନ୍ୟାୟ ନ ପାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ଯଦି ସରକାର ଓ ପ୍ରଶାସନ ତାଙ୍କ ଅଭିଯୋଗ ଶୁଣିଥାନ୍ତେ ତେବେ ମୀନାକ୍ଷୀଙ୍କ ମୃତ୍ୟୁ ହୋଇ ନ ଥାଆନ୍ତା ବୋଲି ଭାଜପା ଅଭିଯୋଗ କରିଛି। ଏହାସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଭାଜପା ଦାବି କରିଛି।
ଭାଜପା ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡା କହିଛନ୍ତି, ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର, ଗୃହ ବିଭାଗ ଏବଂ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ। ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରି ଜୀବନ ହାରିବା ଘଟଣା ସମଗ୍ର ନାରୀଜାତିକୁ ଅପମାନିତ କରିଛି। ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ଏଥିରେ ମର୍ମାହତ ହୋଇଛି। ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ଫେଲ୍‌ ମାରିଛନ୍ତି। ପୀଡିତାଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ ପ୍ରଶାସନ ପାଖରେ ସମୟ ନାହିଁ। ରାଜ୍ୟରେ କୌଣସି ଘଟଣା ଘଟିଲା ପରେ ପୋଲିସ ଉଦାସୀନ ମନୋଭାବ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପରିଡା କହିଛନ୍ତି। ଥାନାକୁ ଜଣେ ନିରୀହ ଲୋକ ଗଲେ ପୋଲିସ ତାଙ୍କ ସହ ଦୁର୍ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ୪ଟି ବର୍ଗରେ ହେବ ନମୁନା ପରୀକ୍ଷଣ, ସହଯୋଗ ନ କଲେ ହସ୍ତକ୍ଷେପ କରିବ ପୋଲିସ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ୬୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରୁ ୪୬ଜଣ ରହିଛନ୍ତି। ଏହାକୁ ନେଇ ଭୁବନେଶ୍ୱରକୁ ହଟ୍‌ସ୍ପଟ୍‌ କୁହାଯାଉଛି। ଆଗାମୀ ଦିନରେ କରୋନାର...

ବାମନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୧୧ା୯: ଶ୍ରୀମନ୍ଦିର ରତ୍ନସିଂହାସନରେ ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅପୂର୍ବ ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ...

ବିଜେପୁରରେ ୨୬୮ଜଣ କ୍ବାରାଣ୍ଟାଇନରେ: ୧୨ ସାମ୍ପୁଲ ନେଗେଟିଭ

ବିଜେପୁର, ୧୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଭୟ ଯେତିକି ସଚେତନତା ମଧ୍ୟ ସେତିକି। ଅଳ୍ପ କିଛି ଅମାନିଆଙ୍କୁ ଛାଡିନେଲେ ସମସ୍ତେ ପ୍ରଶାସନକୁ ସହଯୋଗ...

ବିବାହିତାଙ୍କୁ ପ୍ରେମ କରି ଠକି ଦେଲେ

ଶେରଗଡ଼,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ...

ଝାରସୁଗୁଡ଼ା ଚାଷୀଙ୍କୁ ଦିଆଗଲାନି

ଭୁବନେଶ୍ୱର,୩ା୫(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ରାଶି ପ୍ରଦାନ କରିଛନ୍ତି। ବ୍ରଜରାଜନଗର...

କଂଗ୍ରେସର ମୋବାଇଲ ଫୋନ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ସମୟରେ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ କଂଗ୍ରେସ ଲୋକଲୋଚନକୁ ଆଣି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲା। ମାସ୍କ, ପିପିଇ, ସାନିଟାଇଜର,...

ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୬୨.୬୩ କୋଟି

ଭୁବନେଶ୍ୱର,୪।୧୧(ବ୍ୟୁରୋ):ପୁରୀ ଜିଲା ସତ୍ୟବାଦୀଠାରେ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ଟେଣ୍ଡର ଶେଷ ହୋଇଛି। ଏଣିକି ଯୁଦ୍ଧକାଳୀନ ଭିତ୍ତିରେ କ୍ଷେତ୍ରସ୍ତରୀୟ କାମ ଆରମ୍ଭ ହେବ। ବିଶ୍ୱବିଦ୍ୟାଳୟ ନିର୍ମାଣ ଲାଗି...

ଫି’ ଛାଡ଼ ମାମଲା: ଘରୋଇ ସ୍କୁଲ ଉପରେ କର୍ତ୍ତୃତ୍ୱ ନାହିଁ

ଘରୋଇ ସ୍କୁଲ ଫି’ ସମସ୍ୟା ଦୂର କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ସେହି କମିଟିରେ...

Advertisement
Archives

Model This Week