ମିଳୁନି ରୋଜଗାରର ଆଶା ଭରସା

ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ ସେମାନଙ୍କ ହାତରେ କାମ ନାହିଁ। ଏପରି ଅବସ୍ଥାରେ ପରିବାର କେମିତି ଚଳିବ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବସଲା ହଟିଂ ଓ ଟାକିଂ ହଟିଂରେ ବାସ କରୁଥିବା ଶତାଧିକ ଶ୍ରମିକ ପରିବାର। କେବେ କାମ ମିଳିବ ଓ ଭଲ ଦିନ ଫେରିବ ତାହାକୁ ଅପେକ୍ଷା କରି ଘରେ ବସିଛନ୍ତି ସେମାନେ।
ହଟିଂରେ ରହୁଥିବା ପ୍ରାୟ ୫ ଶହ ଶ୍ରମିକ ସ୍ଥାନୀୟ ପ୍ରକଳ୍ପଗୁଡିକ ସହ ବିଭିନ୍ନ ସ୍ଥାନରେ କାମ କରିଥାନ୍ତି। ହେଲେ ପାଖାପାଖି ୨ ମାସର ଲକ୍‌ଡାଉନ ଏହି ଶ୍ରମିକମାନଙ୍କ ଜୀବନକୁ ଏକପ୍ରକାର ଦୁର୍ବିସହ କରିଦେଇଛି। ପୂର୍ବରୁ ଯାହା ଯେତିକି ରୋଜଗାର ହେଉଥିଲା ସେତକ ଏବେ ବନ୍ଦ ହୋଇଯାଇଛି। ଏବେ ସବୁ ବନ୍ଦ ପଡ଼ିଥିବାରୁ ରୋଜଗାରର ଆଶା ଭରସା କେଉଁଠାରେ ଦେଖାଯାଉନି। ସରକାରଙ୍କ ପକ୍ଷରୁ ମିଳିଥିବା କେଇ କିଲୋ ଚାଉଳ ହିଁ ଏବେ ପରିବାରର ଏକମାତ୍ର ପୁଞ୍ଜି ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି। ବସଲା ହଟିଂରେ ରହୁଥିବା ଠିକା ଶ୍ରମିକ କୁମୁଦିନୀ ନାଗ କହିଛନ୍ତି, ଦୀର୍ଘ ବର୍ଷ ହେଲା ସେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଛନ୍ତି। ହେଲେ କରୋନା ରୋଜଗାର ଛଡାଇ ନେଇଥିବାରୁ ବହୁ ଦୁଃଖ କଷ୍ଟରେ ଚଳିବାକୁ ପଡ଼ୁଛି। କେବେ ସବୁକିଛି ସ୍ବାଭାବିକ ହେବ ତାହାକୁ ଅପେକ୍ଷା କରି ରହିଛନ୍ତି। ଠିକା ଶ୍ରମିକ ଭଜମନ ନାୟକ ଓ ମାଇନା ସୋରେନ କହିଛନ୍ତି, ପ୍ଲାଣ୍ଟ ଓ ବିଭିନ୍ନ ଗ୍ରାମାଞ୍ଚଳରେ କାମ କରି ପରିବାର ପ୍ରତିପୋଷଣ କରୁଥିଲୁ। ଲକ୍‌ଡାଉନ ହେବା ପରଠାରୁ କାମ ମିଳୁନି। କେମିତି ଦିନକୁ ଦୁଇମୁଠା ଖାଇବୁ ସେହି ଚିନ୍ତା ଘାରୁଛି। ସରକାରଙ୍କ ପକ୍ଷରୁ ମିଳିଥିବା ଚାଉଳରେ ଯାହା ଯେମିତି ପେଟପୂରୁଛି। ଅସୁବିଧା ପ୍ରତି ସରକାର ଦୃଷ୍ଟି ଦେବାକୁ ଶ୍ରମିକମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଘରେ ପଶିଲେ ଦୁର୍ବୃତ୍ତ: ବେକରେ ଭୁଜାଲି ଲଗାଇ ଲୁଟିନେଲେ ଅଳଙ୍କାର ସହ ନଗଦ ଟଙ୍କା

ଆଳି, ୬।୬(ବନମାଳୀ ସେନାପତି): ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ…

ପରିବେଶ ସୌନ୍ଦର୍ଯ୍ୟ ବଢାଇବାକୁ ପ୍ରୟାସ: କେସିଙ୍ଗା ଏନଏସି ପକ୍ଷରୁ…

କେସିଙ୍ଗା,୬।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଡୁମେର ମୁଣ୍ଡାସ୍ଥିତ ଏମସିସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ…

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ):ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ…

ସରିଲା ଛତ୍ରପୁର ମହୋତ୍ସବ: ମନ ଜିଣିଲେ ଅଙ୍କିତା-ପ୍ରଜ୍ଞା-ସଚିନ

ଛତ୍ରପୁର,୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଶେଷ ହୋଇଛି। ଶେଷ ଦିନ…

ଛତ୍ରପୁରରେ ମହୋତ୍ସବ, ଗଞ୍ଜାମ ସହରରେ କେବେ? ପ୍ରଶାସନ-ରାଜନେତାଙ୍କ ଇଛା ଶକ୍ତି ଅଭାବ ପରିଲକ୍ଷିତ

ଗଞ୍ଜାମ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ହେଡ଼କ୍ୱାର୍ଟର ଛତ୍ରପୁର ଷ୍ଟାଡିୟମଠାରେ ପାଞ୍ଚ ଦିନ ଧରି ଛତ୍ରପୁର ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଥିଲା l ଏହା ଶୁକ୍ରବାର ସନ୍ଧ୍ୟାରେ…

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri