Posted inରାଜ୍ୟ

ମିଳୁନି ଉଚିତ୍‌ ପାରିଶ୍ରମିକ :ବେଉସା ଛାଡ଼ିବେ ଜରିମେଢ଼ କାରିଗର

ଚୌଦ୍ୱାର, ୧୬ା୯(ଡି.ଏନ୍‌.ଏ.)-ଗଣେଶ ଚତୁର୍ଥୀଠାରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁ କାର୍ତ୍ତିକ ପୂର୍ଣ୍ଣମୀରେ ଶେଷ ହୋଇଥାଏ। ପୂଜା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମେଢ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦିନକୁ ଦିନ ଚାନ୍ଦିମେଢ଼ର ଚାହିଦା ବଢ଼ୁଥିବାବେଳେ ଜରିମେଢର ଆବଶ୍ୟକତା ମଧ୍ୟ କମିନାହିଁ। କଟକ ଜିଲା ଚୌଦ୍ୱାର ଅଞ୍ଚଳର ଜେନିପୁର, ଚଷାପଡ଼ା, ପାଇକରାପୁର, ମୁରାଦ୍‌ଖଁାପାଟଣା ଓ ଗୋଡିପାଟଣାରେ ଲୋକେ ମେଢ଼ ପ୍ରସ୍ତୁତି ପାଇଁ ନାଁ କରିଛନ୍ତି। ପିଢି ପରେ ପିଢି ଜରିମେଢ କାମରେ ନିୟୋଜିତ ହୋଇ ପେଟ ପୋଷୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାରର ଏବେ ଚିନ୍ତାରେ। ଉଚିତ୍‌ ପାରିଶ୍ରମିକ ମିଳୁ ନ ଥିବାରୁ ବେଉସା ଛାଡିବାକୁ ବସିଥିବା କୁହନ୍ତି, ଏହି ଅଞ୍ଚଳର କାରିଗର ମାନେ।
ଠିକ୍‌ ସମୟରେ କାମଦେବା ପାଇଁ ଲାଗିପଡିଛନ୍ତି ଘରର ମହିଳା, ପୁରୁଷ ଓ କୁନିକୁନି ପିଲା। ପରିବାରର ସମସ୍ତେ ଏହି କାମକୁ ଅତି ଆଦରର ସହ କରିଥାନ୍ତି। ପାର୍ବଣ ଋତୁରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ସେମାନେ ବର୍ଷସାରା ଚଳିଥାନ୍ତି ବୋଲି କୁହନ୍ତି, ପାଇକରାପୁରର ପୁରଣା କାରିଗର ରାମଚନ୍ଦ୍ର ଗିରି(୬୦)। ବାଉଁଶ ବତା, କାଗଜ, ଜରି, ନାନା ରଙ୍ଗର ଭେଲବେଟ୍‌ କାଗଜ, ଚୁମୁକି ଏବଂ ମାଳି ପ୍ରଭୃତି କଲିକତା ଓ କଟକରୁ ଆଣି ଜରିମେଢ ପ୍ରସ୍ତୁତ କରାଯାଏ। ୧୯୬୦ରେ ମେଢ଼ କାମ ପାଇଁ ମାତ୍ର ୬୦ ଟଙ୍କାରେ ହେଉଥିବାବେଳେ ବର୍ତ୍ତମାନ ୧୦ହଜାରରୁ ଆରମ୍ଭ କରି ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚତ୍ଲାଣି। ମାତ୍ର ବ୍ୟବହାର ହେଉଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଦୈନିକ ଅଣକୁଶଳୀ କାରୀଗରଙ୍କ ମଜୁରୀ ବୃଦ୍ଧି ଯୋଗୁ ପରିବାର ଚଳାଇବା କଷ୍ଟକର ହୋଇପଡୁଥିବା କହିଛନ୍ତି ମହିଳା କାରିଗର ସୁସନ୍ଧ୍ୟା ପ୍ରଧାନ। ଏଠି ତିଆରି ହେଉଥିବା ମେଢର ଚାହିଦା କଟକ, ଢେଙ୍କାନାଳ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ଜିଲା ତଥା ରାଜ୍ୟ ବାହାରେ ମଧ୍ୟ ରହିଛି। ଯଦି ସରକାର ଏହାକୁ କୁଟିରଶିଳ୍ପର ମାନ୍ୟତା ଦେଇ ଅନୁଦାନ ଯୋଗାଇ ଦିଅନ୍ତେ ତେବେ ଆଗାମୀ ପିଢି ଏହାକୁ ନିଜର ଜୀବିକା କରିପାରନ୍ତେ ବୋଲି କାରିଗର ସୁଧାକର ପାଣି, ଆଶିଷ ଗିରି, ବିଭୁତି ଭୁଷଣ ରାଉତଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

ଯୁଦ୍ଧ ଉତ୍ତେଜନା ଭିତରେ ଭାରତ-ଚାଇନା ମୁହାଁମୁହିଁ, ସୀମାରେ ହଲଚଲ!

ନୂଆଦିଲ୍ଲୀ,୧୪।୪: ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ କାଳ୍ପନିକ ନାମ ଦେବା ବିରୋଧରେ ଭାରତର ପ୍ରତିବାଦ ପରେ, ଚାଇନା ମଙ୍ଗଳବାର (୧୪ ଏପ୍ରିଲ, ୨୦୨୬) ଆଉ ଏକ ଆପତ୍ତିଜନକ ବିବୃତ୍ତି…

ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କେନ୍ଦୁ ଗଣ୍ଡି କାଠ, ଖବରପାଇ ଅଚାନକ ଚଢାଉ କଲା ବନବିଭାଗ, ମିଳିଲା ଏତେ ମୂଲ୍ୟର…

ବଲାଙ୍ଗୀର,୧୪।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ଖଣ୍ଡ ବିଭାଗ ପକ୍ଷରୁ ସିନଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କେନ୍ଦୁ ଗଣ୍ଡି କାଠ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଗାଁ ଗାଁରେ ସଚେତନ ପାଇଁ ଅଣ୍ଟା ଭିଡ଼ିଲେ ଅଗ୍ନିଶମ କର୍ମଚାରୀ, କହିଲେ-ନିଆଁ ଲିଭାଇବା ପାଇଁ ବ୍ୟବହାର କରିବେ ଏହି ଟ୍ରିକ୍‌

ଦାରିଙ୍ଗବାଡି, ୧୪ ।୪ (ଅରୁଣ ସାହୁ ): ଜାତୀୟ ଅଗ୍ନିଶମ ସେବା ସପ୍ତାହ ଅବସରରେ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଗାଁ ଗାଁରେ ସଚେତନ ପାଇଁ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri