ମିଳିଲା ଭୁଷଣ୍ଡେଶ୍ୱରଙ୍କ ମନ୍ଦିର ଭଗ୍ନାବଶେଷର ସନ୍ଧାନ

ବାଲେଶ୍ୱର ଅଫିସ, ୧।୫-ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ ଭାବେ  ବାବା ଭୁଷଣ୍ଡେଶ୍ୱର ପରିଚିତ। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତରେ ଅବସ୍ଥିତ ଭୁଷଣ୍ଡେଶ୍ୱରଙ୍କ ମନ୍ଦିରର ପ୍ରାଚୀନତା ସମ୍ପର୍କରେ ସମ୍ପ୍ରତି ଆଉ କେତେକ ତଥ୍ୟ ପଦାକୁ ଆସିଛି। ସେଠାରେ ମନ୍ଦିର ପୁନଃ ନିର୍ମାଣ ଲାଗି ଖନନ କରାଯିବା ସମୟରେ ମାଟିତଳୁ କଳା ମୁଗୁନି ପଥରର ଅନେକ ଭଗ୍ନାଂଶ ଉଦ୍ଧାର ହୋଇଛି। ଏସବୁ ଭଗ୍ନାଂଶ ପ୍ରାଚୀନ ମନ୍ଦିରର ଅବସ୍ଥିତି ସୂଚାଉଛି ବୋଲି ‘ମନ୍ଦିର ନିର୍ମାଣ କମିଟି’ ପକ୍ଷରୁ କୁହାଯାଇଛି।

କେତେକ ଐତିହାସିକ କହନ୍ତି, ପ୍ରାୟ ଷୋଡ଼ଶ ଶତାବ୍ଦୀ ବେଳକୁ ସେଠାରେ ଯେଉଁ ପ୍ରାଚୀନ ମନ୍ଦିର ଥିଲା ତାହା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲା ା ୧୯୮୩ରୁ ୧୯୮୬ ମଧ୍ୟରେ ଭୁଷଣ୍ଡେଶ୍ୱର ଶିବଲିଙ୍ଗକୁ ଘେରି ଏକ ମନ୍ଦିର ନିର୍ମାଣ ହୋଇଥିଲା। ୧୯୮୦ରୁ ୧୯୮୫ରେ ଭୋଗରାଇର ତତ୍କାଳୀନ ବିଧାୟକ ଡ. କାର୍ତ୍ତିକେଶ୍ୱର ପାତ୍ର ଓ ଅନ୍ୟ ସ୍ଥାନୀୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୧୯୮୭ ମସିହାରେ ମନ୍ଦିରର ଶୁଭ ଉଦ୍‌ଘାଟନ ହୋଇଥିଲେ ମଧ୍ୟ କାମ ଶେଷ  ହୋଇପାରି ନ ଥିଲା। ଏଥିଲାଗି ମନ୍ଦିର ପୁନରୁଦ୍ଧାର ସକାଶେ ‘ମନ୍ଦିର ନିର୍ମାଣ କମିଟି’ ଗଠନ କରାଯାଇଥିଲା। ୧୫କୋଟି ଟଙ୍କା ବ୍ୟୟରେ ଏବେ କିଛିଦିନ ଆଗରୁ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ଖନନ କରାଯିବା ବେଳେ ୧୦ ଫୁଟ ମାଟି ତଳେ ରହିଥିବା ଏକ ମାଙ୍କଡ଼ା ପଥରର ଆସ୍ତରଣ ଭିତରେ କେତୋଟି କଳା ମୁଗୁନି ପଥରର ସ୍ତମ୍ଭ, ପାହାଚ ଓ ବେଦିକା ଆଦି ଠାବ କରାଯାଇଛି ା ଜେସିବି ଦ୍ୱାରା ଯେଉଁ କଳାମୁଗୁନି ପଥର ଉପରକୁ ଉଠାଇ ଅଣାଯାଇଛି ସେଥିରେ ଗୋଟିଏ ଛିଦ୍ର ରହିଛି। ପିଲାର ସଦୃଶ ଏହି ପଥରର ଲମ୍ବ ୮୭ ଇଞ୍ଚ, ଚଉଡା ୨୨ଇଞ୍ଚ ଓ ଉଚ୍ଚତା ୧୬ ଇଞ୍ଚ ା ସେଥିରେ ପାହାଚ ଭଳି କଟାକଟା ଦାଢ଼ ରହିଛି। ମାଟିତଳୁ ମିଳିଥିବା ଅନ୍ୟ ଏକ ପଥର ଲମ୍ବ ୯୧ ଇଞ୍ଚ, ଚଉଡ଼ା ୪୪ ଇଞ୍ଚ, ଉଚ୍ଚତା ୧୪ ଇଞ୍ଚ ରହିଛି। ଜେସିବି ମାଟି ଉପରକୁ ଉଠାଇ ପାରି ନ ଥିବା ଅନ୍ୟ ଏକ ପଥରର  ଲମ୍ବ ୧୦୬ ଇଞ୍ଚ, ଚଉଡ଼ା ୭୪ ଇଞ୍ଚ। ମାଟି ତଳକୁ ତାହା କେତେ ପୋତି ହୋଇରହିଛି ଜଣାପଡି଼ ନାହିଁ। ସେହିଭଳି ମାଟିତଳୁ ଉଦ୍ଧାର ହୋଇଥିବା ବେଦିକା ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ତିଆରି। ଏହା ଚତୁଃଷ୍କୋଣାକାର। ଦୈର୍ଘ୍ୟ, ପ୍ରସ୍ଥ ୫ଫୁଟ ଲେଖାଏ। ମନ୍ଦିର ପୁନରୁଦ୍ଧାର ପାଇଁ ଚାଲିଥିବା ଖନନ କାର୍ଯ୍ୟର ଆହୁରି ଦୁଇ ତୃତୀୟାଂଶ ବାକି ରହିଛି। ଖନନ କାର୍ଯ୍ୟ ଜାରି ରହିଲେ, ଅନ୍ୟ କିଛି ପ୍ରାଚୀନ କଳାକୃତି ମିଳିପାରେ ବୋଲି ଅନୁମାନ କରାଯାଉଛି। ଏସବୁ ଭଗ୍ନାଂଶ ଷୋଡ଼ଶ ଶତାବ୍ଦୀର କଳା ମୁଗୁନି ପଥରରେ ତିଆରି କଳାକୃତିର ଅବଶେଷ ବୋଲି କୁହାଯାଉଛି। ଭୁଷଣ୍ଡେଶ୍ୱର ମନ୍ଦିର ନିକଟରେ କୌଣସି ପାହାଡ଼ ବା ପଥର ଖାଦାନ ନ ଥିବା ବେଳେ  ମିଳିଥିବା ସମସ୍ତ ପଥର ଏଠାକୁ କିପରି ଅଣାଯାଇଥିଲା ତାହା ଗବେଷଣା ସାପେକ୍ଷ ବୋଲି ମନ୍ଦିର କମିଟି କର୍ମକର୍ତ୍ତା କହିଛନ୍ତି। ଭୁଷଣ୍ଡେଶ୍ୱର ମନ୍ଦିର ପୁନାରୁଦ୍ଧାର ଲାଗି ଚାଲିଥିବା ଖନନ କାର୍ଯ୍ୟ ତ୍ୱରାନ୍ବିତ କରି ପୁରାତନ ମନ୍ଦିର ସମ୍ପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ଲାଗି ପୁନରୁଦ୍ଧାର କମିଟି ସଭାପତି ତଥା ପୂର୍ବତନ ଏମ୍‌ପି ଡ. କାର୍ତ୍ତିକେଶ୍ୱର ପାତ୍ର  ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟମାନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି। ଏଥିସହ ଉଦ୍ଧାର ହୋଇଥିବା ପଥରଗୁଡ଼ିକୁ ବିଶେଷଜ୍ଞମାନଙ୍କ ଦ୍ୱାରା ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଫୁଲାଡ଼ି ଲୁହାପୋଲ : ଯାତାୟାତ ବିଚ୍ଛିନ୍ନ

ବାଲେଶ୍ୱର ଅଫିସ,୧୭।୫- ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ଥିବା ବ୍ରିଟିଶ୍‌ ଅମଳର ଲୁହାପୋଲ ଶନିବାର ସନ୍ଧ୍ୟାରେ ହଠାତ୍‌ ଦବିଯାଇଛି। ଘଟଣା...

ନିଆଁ ଲାଗି ୨ ଏକର ଜଙ୍ଗଲ ଜଳିଗଲା

ସୋର,୧୮।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ସରଳିଆ ନିକଟବର୍ତ୍ତୀ କୁଲଡିହା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଦେବଗିରି ପାଦଦେଶ ଜଙ୍ଗଲରେ ରବିବାର ନିଆଁ ଲାଗିଯାଇଥିଲା। ଏହା ଫଳରେ...

ଝିଅଙ୍କ ଆଗରେ ଚାଲିଗଲା ମା’ଙ୍କ ଜୀବନ

ଭୋଗରାଇ,୧୮।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଦେଉଳା-ଗଣେଶ୍ୱରପୁର ରାସ୍ତା କାଳାହି ଛକଠାରେ ଗୁରୁବାର ଏକ ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ...

ଥରିଲା ବାଲେଶ୍ୱର

ବାଲେଶ୍ୱର ଅଫିସ, ୨୫।୧୨: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରର...

ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା; ଖରିଫ ଧାନଚାଷ ବ୍ୟାପକ କ୍ଷତି

ଜଳେଶ୍ୱର, ୭ା୧୦(ଡି.ଏନ.ଏ.)-ଉତ୍ତର ବାଲେଶ୍ୱର ସହିତ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି ଜଳେଶ୍ୱର, ଭୋଗରାଇ, ବାଲିଆପାଳର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ କରିଥିଲା। ସେହିପରି ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା...

ପାଇପଲାଇନ କାଟି ତେଲ ଚୋରି

ରୂପସା, ୧୦ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମଧୁସୂଦନ ଗ୍ରାମ ନିକଟ ଦେଇ ଯାଉଥିବା ହଳଦିଆ-ପାରାଦ୍ୱୀପ ପାଇପ ଲାଇନ କାଟି ଦୁର୍ବୃତ୍ତ ନିୟମିତ ତେଲ ଚୋରି କରୁଥିବା...

‘ପିଲାଙ୍କ ମନ ଜିଣିବା ଖୁସି ନିଆରା’

(ଦୀପ୍ତିରଞ୍ଜନ ନାୟକ) ଆରଡି, ୨୩।୫ (ଡି.ଏନ.ଏ.)- ହସହସ ମୁହଁ। ହାତରେ ଡମ୍ବରୁ। ମୁଣ୍ଡରେ ଧଳାଟୋପି ା କମରରେ ଭିଡ଼ା ହୋଇଥିବ ଗାମୁଛା। ଏଭଳି ନିଆରା ବେଶଭୂଷାରେ...

୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲାର ଜଳେଶ୍ବରରେ ପୁଣି ଧଳା ଜହର କାରବାରରେ ଏସ୍‌ଟିଏଫ୍‌ ଟିମ ଜଣକୁ ଗିରଫ କରିବା ସହିତ ୮୦୦ ଗ୍ରାମ ବ୍ରାଉନ ସୁଗାର...

Advertisement
Archives

Model This Week