Posted inଜାତୀୟ

ମିଳିଲା ବଳାତ୍କାର ଓ ହତ୍ୟା ଅଭିଯୁକ୍ତଙ୍କ ମୃତଦେହ

ହାଇଦ୍ରାବାଦ୍‌,୧୬।୯: ଗୁରୁବାର ସକାଳେ ରେଳ ଧାରଣରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ହାଇଦ୍ରାବାଦ୍‌ ଠାରୁ ପ୍ରାୟ ୧୩୦ କିମି ଦୂରରେ ମିଳିଥିବା ମୃତଦେହଟି ୬ ବର୍ଷୀୟା ନାବାଳିକାଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ପାଲାକୋଣ୍ଡା ରାଜୁଙ୍କର ବୋଲି ପୋଲିସ ପକ୍ଷରୁ କୁହାଯାଇଛି। କାରଣ ପାଲାକୋଣ୍ଡାଙ୍କ ହାତରେ ଥିବା ଟାଟୁ ମୃତଦେହରେ ଥିବା ଟାଟୁ ମେଳ ଖାଉଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଥିବା ହାଇଦ୍ରାବାଦ୍‌ ପୋଲିସ କମିଶନର ଅଞ୍ଜାନି କୁମାର କହିଛନ୍ତି।

ଗତ ଗୁରୁବାର (ସେପ୍ଟେମ୍ବର ୯)ସନ୍ଧ୍ୟାରେ ୬ ବର୍ଷୀୟା ଝିଅ ସିଙ୍ଗାରେନି କଲୋନିସ୍ଥିତ ଘରୁ ନିଖୋଜ ହୋଇଯାଇଥିଲେ। ସେହି ଦିନ ପଡ଼ୋଶୀଙ୍କ ଘରୁ ମିଳିଥିଲା କୁନି ଝିଅର ମୃତଦେହ। ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟା ପୂର୍ବରୁ ପୀଡ଼ିତାଙ୍କ ସହ ବଳାତ୍କାର ହୋଇଥିବା ଜଣାପଡ଼ିଥିଲା। ତା’ ପରଠୁ ପୋଲିସ ଅଭିଯୁକ୍ତ ପାଲାକୋଣ୍ଡାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନ ଚଢ଼ାଉ କରି ବିଫଳ ହୋଇଥିଲା। ଏପରି କି ଅଭିଯୁକ୍ତଙ୍କୁ ଧରିବା ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ହାଇଦ୍ରାବାଦ ପୋଲିସ। ଏପରି କି ଜଣେ ମନ୍ତ୍ରୀ ବଳାତ୍କାରୀଙ୍କୁ ଧରିବା ପରେ ଏନ୍‌କାଉଣ୍ଟର କରାଯିବ ବୋଲି ଟୁଇଟ୍‌ କରିଥିଲେ।

ରେଳ ଧାରଣରୁ ମିଳିଥିବା ମୃତଦେହର ଫଟୋ ତେଲାଙ୍ଗାନା ପୋଲିସ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ମୃତଦେହଟି ବଳାତ୍କାର ଓ ହତ୍ୟା ଅଭିଯୁକ୍ତ ପାଲାକୋଣ୍ଡାଙ୍କ(୩୦)ର ହୋଇଥାଇପାରେ। ମୃତକଙ୍କ ହାତରେ ଥିବା ଟାଟୁ ଓ ତାଙ୍କ ହେୟାର ଷ୍ଟାଇଲ କାରଣରୁ ଆମେ ସନ୍ଦେହ କରୁଛି। ତେବେ ଫିଙ୍ଗରପ୍ରିଣ୍ଟ ଆନାଲିସିସ୍‌ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ହାଇଦ୍ରାବାଦ୍‌ ପୋଲିସ ମୁଖ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ବର୍ଷରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ: ୫ ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ,୧୦।୧୨: ଦେଶରେ ମାନବାଧିକାରକୁ ଅଣଦେଖା କରାଯାଉଛି। ଫଳରେ ୧୯୯୩ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୨୬ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୩୧ ହଜାର ୮୪୫...

ଖରାପ ରହିଲା ଲକ୍‌ଡାଉନ ୪.୦: ପ୍ରତି ଘଣ୍ଟାରେ ସଂକ୍ରମିତ ହେଲେ ୨୭୧ ଜଣ

ନୂଆଦିଲ୍ଲୀ,୩୧।୫: ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି କରୋନା ଭାଇରସ ସଂକ୍ରମଣ। ଏହାକୁ ରୋକିବାକୁ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଲକ୍‌ଡାଉନ ଜାରି କରାଯାଇଛି। ତେବେ...

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ...

ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ହଜାରିବାଗ୍‌, ୧୦ା୨: ଝାଡ଼ଖଣ୍ଡର ହଜାରିବାଗ୍‌ରେ ଦୁର୍ବୃତ୍ତମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଓ୍ବାର୍ଡ ନଂ. ୨୪ର କୁମ୍‌ହାର ଟୋଲିରେ ନିର୍ମିତ ଏହି ପ୍ରତିମୂର୍ତ୍ତିରେ ଗାନ୍ଧିଜୀ...

ଲାଲୁଙ୍କ ଜୀବନ ବିପଦରେ: ରାବ୍ରୀ

ପାଟନା,୨୧ା୪(ପି.ଟି.): ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଜୀବନ ବିପଦରେ ବୋଲି ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅଭିଯୋଗ...

ଇଦ୍‌ରେ ଅଶାନ୍ତ ଶ୍ରୀନଗର: ଜାମିଆ ମସଜିଦ୍‌ ଆଗରେ ଲାଗିଲା ଆଇଏସ ପତାକା

ଶ୍ରୀନଗର, ୫।୬: ସାରା ଦେଶରେ ବୁଧବାର ଆନନ୍ଦଉଲ୍ଲାସରେ ଇଦ୍‌ ପାଳନ ଚାଲିଥିବାବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଇଦ ପ୍ରାର୍ଥନା ପରେ ଜାମିଆ ମସଜିଦ...

ଅବୁଝମାଡ୍‌ ଅଞ୍ଚଳରେ ରହିଛି କେତେ ଗାଁ ତାହା ସରକାରଙ୍କୁ ନାହିଁ ଜଣା

ରାୟପୁର,୮।୭: ଛତିଶଗଡ଼ର ମାଓବାଦୀ ପ୍ରବଣ ଅଞ୍ଚଳ ଅବୁଝମାଡ୍‌ରେ କେତେ ଗାଁ ରହିଛି ସେ ନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଘନ ଜଙ୍ଗଲ ଦ୍ୱାରା...

ଆଉ ଏକ ଶାହିନ୍‌ବାଗ କରନାହିଁ: ଭାଜପା

ନୂଆଦିଲ୍ଲୀ,୪ା୨(ପି.ଟି.): ପାର୍ଲାମେଣ୍ଟରେ ବ୍ୟାପକ ବିଚାର ବିମର୍ଶ ପରେ ନୂଆ କୃଷି ଆଇନ ଗୃହୀତ ହୋଇଛି। ଆପୋସ ଆଲୋଚନାରେ ସମସ୍ୟାର ସମାଧାନ ଲାଗି କୃଷକମାନଙ୍କ ପାଇଁ ବାଟ...

Advertisement


Archives

Model This Week