Posted inରାଜ୍ୟ

ମିଳିଲାନି ମ୍ୟାଚୁରିଟି ଟଙ୍କା: ଅର୍ଥାଭାବରୁ ଦିବ୍ୟାଙ୍ଗ ଝିଅଙ୍କ ବିବାହ ବନ୍ଦ, ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ନିରାକାରପୁର,୨୬ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ଶ୍ରୀରାମ ବଜାର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଫାଟକରେ ମଙ୍ଗଳବାର ଜମାକାରୀମାନେ ତାଲା ପକାଇଦେଇଛନ୍ତି। ମ୍ୟାଚୁରିଟି (ପୂର୍ଣ୍ଣ ଅବଧି) ପରେ ଗ୍ରାହକମାନେ ଟଙ୍କା ଫେରି ନ ପାଇବାରୁ ଉତ୍ତ୍ୟକ୍ତ ହୋଇ ଏଭଳି କରିଥିଲେ। ଏହା ପୂର୍ବରୁ ନିଜର ଟଙ୍କା ଫେରି ପାଇବା ପାଇଁ କାର୍ଯ୍ୟାଳୟକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଏବଂ କେତେଜଣ ଜମାକାରୀଙ୍କ ପ୍ରତି ଦୁର୍ବ୍ୟବହାର କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ କିଛି ପ୍ରଭାବଶାଳୀ ଏଜେଣ୍ଟଙ୍କ ଯୋଗୁ ପୋଲିସ ମଧ୍ୟ ଉକ୍ତ ଘଟଣାରେ ନୀରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ନିଜର କଷ୍ଟଅର୍ଜିତ ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିବାବେଳେ ଅବଧି ପୂର୍ଣ୍ଣ ପରେ ମଧ୍ୟ ସେମାନଙ୍କ ଜମାରାଶି ନ ମିଳିବାରୁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଟଙ୍କା ନ ମିଳିବା ଏବଂ ଏଜେଣ୍ଟମାନେ ଧରାଛୁଆଁ ଦେଇ ନ ଥିବାରୁ ମଧ୍ୟାହ୍ନ ୧୨ଟାରୁ ୧.୧୩ ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ବାଧ୍ୟ ହୋଇ ତାଲା ପକାଇଥିବା ସୂଚନା ମିଳିଛି। ତେବେ ଶାଖା ପରିଚାଳକ ଓ କେତେଜଣ ଏଜେଣ୍ଟ ଲୋକଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନକାରୀ ତାଲା ଖୋଲିଥିଲେ। କମ୍ପାନୀର ଏଭଳି କାର୍ଯ୍ୟକଳାପ ଯୋଗୁ ମାଡ଼ଗାଳି ଆଶଙ୍କାରେ କେତେଜଣ ଏଜେଣ୍ଟ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି।
ପୁରୀ ଜିଲା କଣାସ ବ୍ଲକ ଦେଇପୁର ପଞ୍ଚାୟତସ୍ଥ ଚନ୍ଦ୍ରମା ପାଟପୁର ଗ୍ରାମର ଜଣେ ଜମାକାରୀ କେଳି ସାହୁ(୭୦) କହନ୍ତି, ଦୀର୍ଘ ୬ ମାସ ଏବଂ ଏବେ ଟାଣ ଖରାରେ ଟଙ୍କା ପାଇବା ପାଇଁ ମୁଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲିଣି। ମୋ ପୁଅ ଜଣେ ମାନସିକ ଭିନ୍ନକ୍ଷମ। ମୋ ପୁଅ ତା ଝିଅର ବିବାହ ନିମନ୍ତେ ଟଙ୍କା ଜମା କରିଥିଲା। ମ୍ୟାଚୁରିଟି ଟଙ୍କା ନ ମିଳିବାରୁ ଠିକ୍‌ ହୋଇ ସାରିଥିଲେ ମଧ୍ୟ ମୋ ନାତୁଣୀର ବାହାଘର ହୋଇପାରିଲାନି। ସେ କହିଥିଲେ, ଟଙ୍କା ନ ନେଲେ ଏଠାରୁ ମୁଁ ଯିବିନାହିଁ।
ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀକାନ୍ତ ପ୍ରଧାନ କହନ୍ତି, ମୁଁ ଜଣେ ଅତି ଗରିବ ଲୋକ । ବହୁ କଷ୍ଟରେ ପେଟରୁ କାଟି ଭିନ୍ନକ୍ଷମ ଝିଅର ବିବାହ ନିମନ୍ତେ ଟଙ୍କା ରଖିଥିଲି। କିନ୍ତୁ ମ୍ୟାଚୁରିଟି ପରେ ମଧ୍ୟ ଜମାଟଙ୍କା ନ ମିଳିବାରୁ ତା’ର ବାହାଘର ଭାଙ୍ଗିଗଲା।
ସେହିପରି ଯାଜପୁର ଗ୍ରାମ(ଲେଣ୍ଡେ ପଞ୍ଚାୟତ)ର ନଳିନୀ ପ୍ରଧାନ କହିଥିଲେ ଯେ, ଆମ ଗ୍ରାମର କେତେଜଣ ବୋହୁ ୧୯ ହଜାର, ୨୧ ହଜାର ଆଦି ଜମାରାଶି ରଖିଥିଲେ। କିନ୍ତୁ ୬ ମାସ ପରେ ମଧ୍ୟ ମ୍ୟାଚୁରିଟି ନ ମିଳିବାରୁ ଆମେ ବାଧ୍ୟ ହୋଇ ତାଲା ପକାଇଥିଲୁ।
ତଇଲା(କଣାସ)ର ସୁକାନ୍ତ ତାଡ଼ କହିଥିଲେ, ନିଜର ଜମା ଟଙ୍କା ପାଇବା ପାଇଁ ସେ ମ୍ୟାନେଜରଙ୍କୁ ଦେଖା କରିଥିଲେ। ତେବେ ମ୍ୟାନେଜର ତାଙ୍କୁ କହିଥିଲେ ଯେ ଯେଉଁ ଏଜେଣ୍ଟଙ୍କୁ ଟଙ୍କା ଦେଇଛ ତାକୁ ଧର। ଆମେ କିଛି କରିପାରିବୁ ନାହିଁ।
ଏ ସମସ୍ତ ସମସ୍ୟା ନେଇ ନିରାକାରପୁର ଶାଖା, ସାହାରା ଇଣ୍ଡିଆର ପରିଚାଳକ ସଞ୍ଜୀବ କୁମାର ଦାସଙ୍କୁ ପଚାରିବାରୁ ସେ କହିଥିଲେ କି, କମ୍ପାନୀର ଆକାଉଣ୍ଟରେ ଗୋଟିଏ ପ୍ରତିବନ୍ଧକ ଲାଗିଛି। ସେଥିପାଇଁ ଟଙ୍କା ମିଳିବାରେ ଟିକିଏ ଅସୁବିଧା ହେଉଛି। ତେବେ ମ୍ୟାଚୁରିଟି ଟଙ୍କା ଡେରି ହେଲେ ଆମେ ତାର ସୁଧ ଦେଉଛୁ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାସେ ଘୁଞ୍ଚିଲା ଓଟିଇଟି-୨୦୨୬ ଅନଲାଇନ୍‌ ଆବେଦନ ସମୟସୀମା

ଭୁବନେଶ୍ୱର,୧୦।୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି-୨୦୨୬)ଅନଲାଇନ୍‌ ଆବେଦନ ସମୟସୀମା ମେ’ ୯ ତାରିଖ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର…

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ,୧୦।୪: ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri