ମିଡ୍‌ ଇଷ୍ଟ ଷ୍ଟିଲ କମ୍ପାନୀର ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌ କୋର୍ଟ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ମିଡ୍‌ ଇଷ୍ଟ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ଲିମିଟେଡ୍‌କୁ ଉତ୍ତୋଳିତ ଲୁହାପଥର ବିକ୍ରି ପାଇଁ ଅନୁମତି ଦିଆଯାଉନି। ଏ ସମ୍ପର୍କରେ ଜବାବ ରଖିବା ପାଇଁ ସୋମବାର ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁମତି ଦେବାରେ କାହିଁକି ବିଳମ୍ବ ହେଉଛି ସେନେଇ ଉତ୍ତର ଚାହିଁଛନ୍ତି। ଏଥିସହ ଆସନ୍ତା ୨୫ ତାରିଖ କିମ୍ବା ପରବର୍ତ୍ତୀ ତାରିଖକୁ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଉତ୍ତୋଳିତ ଲୁହା ପଥର ବିକ୍ରି ପାଇଁ ଅଧିକ ସମୟ ଦେବା ଲାଗି ମିଡ୍‌ ଇଷ୍ଟ ଷ୍ଟିଲ କମ୍ପାନୀ ସୁପ୍ରିମ୍‌କୋର୍ଟରେ ଆଦେବନ କରିଛି। ରାଜ୍ୟ ସରକାର ଅନୁମତି ଦେଉ ନ ଥିବାରୁ ତାହାକୁ ବିକ୍ରି କରାଯାଇପାରୁନାହିଁ ବୋଲି କମ୍ପାନୀ ପିଟିଶନରେ ଦର୍ଶାଇଛି। ପୂର୍ବରୁ ସୁପ୍ରିମ୍‌କୋର୍ଟ ଖଣି ଲିଜ୍‌ ନେଇଥିବା କମ୍ପାନୀଗୁଡ଼ିକୁ ସେମାନଙ୍କର ଆଇରନ୍‌ ଓର୍‌ ବିକ୍ରି କରିବା ପାଇଁ ଦୁଇମାସ ସମୟ ଦେବା ସହ ଜରିମାନା ବାବଦ ବକେୟା ରାଶି ଖଣି ବିଭାଗରେ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମିଡ୍‌ ଇଷ୍ଟ କମ୍ପାନୀ ୧୯୯୪ ମେ’ରେ ଯାଜପୁର ଡୁବୁରୀଠାରେ ପିଗ୍‌ ଆଇରନ୍‌ ଏବଂ ଇଷ୍ପାତ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ପାଇଥିଲା। ଏଥିସହ କେନ୍ଦୁଝର ଜିଲାର ବଡବିଲ୍‌ ନିକଟରେ ୧୦୪.୬୮ ଏକର ବିଶିଷ୍ଟ ରଏଡ଼ା ଲୁହାପଥର ଖଣି ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଲିଜ୍‌ ନେଇଥିଲା। ପୂର୍ବରୁ ସୁପ୍ରିମକୋର୍ଟ ବେଆଇନ ଖଣି ଖନନ ପାଇଁ ମିଡ୍‌ ଇଷ୍ଟକୁ ୯୨୪ କୋଟି ୭୫ଲକ୍ଷ ୨୪ ହଜାର ୨୮୩ ଟଙ୍କା କ୍ଷତି ପୂରଣ ବାବଦକୁ ରାଜ୍ୟ ସରକାରଙ୍କ ନିକଟରେ ୨୦୧୭ ଡିସେମ୍ବର ସୁଦ୍ଧା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଯାଏ କମ୍ପାନୀ ଉକ୍ତ ଅର୍ଥ ଜମା କରି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri