Posted inଫୁରସତ

ମା’ ହବ ତ ଏମିତି

ମା’ ହେବ ତ ଏମତି। ଠିକ୍‌ ଯେମିତି ବେକି କ୍ରାଣ୍ଡଲେ। ନିଜ ପୁଅକୁ ନେଇ ସେ ଭାରି ସମ୍ବେଦନଶୀଳ। କେହି ଯଦି ପୁଅ ବିଷୟରେ କିଛି କହିଲା ସେ ପାଗଳୀ ହେଇଯିବେ। ସଙ୍ଗେସଙ୍ଗେ ତାହାର ପ୍ରମାଣ ଖୋଜି ପୁଅକୁ ସୁଧାରିବାକୁ ଲାଗି ପଡ଼ିବେ। ଯଦି ଅଭିଯୋଗ କରିଥିବା ଲୋକ ପ୍ରମାଣ ଦେଲା ତ ଭଲ। ନହେଲେ ତାଙ୍କ କପାଳରେ ଶନି ବସିଲେ ଜାଣ। ବେକି କ୍ରାଣ୍ଡଲେ ଏମିତି ଜଣେ ମହିଳା। ଥରେ ସେ ସ୍କୁଲ୍‌ରୁ ଖବର ପାଇଲେ ଯେ, ତାଙ୍କ ପୁଅ ସ୍କୁଲରେ ଦୁଷ୍ଟ ହେଉଛି। ସେ ତାହାକୁ ହସରେ ଉଡ଼େଇଦେଲେ। କାରଣ ସେ ଜାଣନ୍ତି ତାଙ୍କ ପୁଅ କ’ଣ? ତେଣୁ ସେ ଚୁପ୍‌ଚାପ୍‌ ରହିଗଲେ। ହେଲେ ଲଗାତାର ଦୁଇ ସପ୍ତାହ ଧରି କଲ ଆସିବାକୁ ଲାଗିଲା। ତେଣୁ ସେ ଆଉ ବିଳମ୍ବ ନକରି ଭାବିଲେ ଯେ, ବୋଧହୁଏ ତାଙ୍କ ପୁଅ ସ୍କୁଲରେ କିଛି କରୁଛି। ନହେଲେ ଥରକୁଥର ତା’ ବିରୋଧରେ ଅଭିଯୋଗ ଆସନ୍ତା କ’ଣ ପାଇଁ? ବେକି ସିଧା ଯାଇ ସ୍କୁଲ୍‌ରେ ପହଞ୍ଚତ୍ଗଲେ। ଆଉ କହିଲେ ସେ ଆଉ ଘରକୁ ଯିବେନି। ପୁଅ ଯେତିିକି ସମୟ ସ୍କୁଲରେ ରହିବ ସେ ସେତିକି ସମୟ ରହିବେ। ଏମିତିକି ପୁଅର କ୍ଲାସରୁମ୍‌ରେ ମଧ୍ୟ ବସିବେ। ଆଉ ଦେଖିବେ ତାଙ୍କ ପୁଅ କରୁଛି କ’ଣ? ଏକଥା ଦେଖି ସ୍କୁଲ୍‌ରେ ସମସ୍ତେ ତାଜୁବ। ସତକୁସତ ବେକି ତାହାହିଁ କଲେ। ଏମିତିକି ପୁଅ ପରୀକ୍ଷା ଦେବାବେଳେ ମଧ୍ୟ ତାକୁ ସେ ଜଗି ରହିବାକୁ ପଛେଇଲେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କ ପାଦ ଧୋଇ ପୂଜା କରୁଛନ୍ତି ଶାଶୁ, କାରଣ ଜାଣିଲେ କରିବେ ପ୍ରଶଂସା

ସାଧାରଣତଃ ଶାଶୁ-ବୋହୂ ସମ୍ପର୍କକୁ ନେଇ ବହୁବାର ନକାରାତ୍ମକ କଥା ଶୁଣିବାକୁ ମିଳିଥାଏ। ମାତ୍ର ମହାରାଷ୍ଟ୍ରର ଓ୍ବାଶିମରେ ଏମିତି ଜଣେ ଶାଶୁ ଅଛନ୍ତି, ଯେ କି ନିଜ...

୩ ଫୁଟ୍‌ ଡାଇନୋସର ପାଦଚିହ୍ନ ଠାବ

ୱାଶିଂଟନ୍‌: ଆମେରିକାର ୟୋର୍କସାଇନ୍‌ ଅଞ୍ଚଳରେ ଏକ ଡାଇନୋସରର ପାଦଚିହ୍ନ ମିଳିଛି, ଯାହାର ଲମ୍ବ ପ୍ରାୟ ୩ ଫୁଟ ୩ ଇଞ୍ଚ ରହିଛି। ଏହି ଅଞ୍ଚଳକୁ ଡାଇନୋସରଙ୍କ...

ଗଛ ଭିତରେ ଅଛି ଏମିତି ପକ୍ଷୀ : ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରାୟତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

୪ବର୍ଷ ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ୍‌ ନେଇ ବ୍ୟାଙ୍କରେ ପହଞ୍ଚିଲେ ଦମ୍ପତି, ସତ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୪।୭: ତାମିଲନାଡୁର ଇରୋଡ ଜିଲାରେ ଅଗରବତୀ ବିକ୍ରୟ କରୁଥିବା ଦୃଷ୍ଟିହୀନ ସ୍ତ୍ରୀ-ସ୍ବାମୀ ୪ ବର୍ଷ ପୂର୍ବେ କଷ୍ଟ ଉପାର୍ଜିତରେ ସଞ୍ଚୟ କରିଥିବା ୨୪,୦୦୦ ଟଙ୍କା ମୂଲ୍ୟହୀନ...

ରବିବାର ହେଲେ ଖୋଜାପଡ଼େ ‘ରୟାଲ କ୍ଲବ’

ଦୁନିଆରେ ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି। କାହାକୁ ପ୍ରତିଦିନ ମିଳୁଛି ସ୍ବାଦିଷ୍ଟ ବ୍ୟଞ୍ଜନର ସମ୍ଭାର ତ ଆଉ କାହା ପାଇଁ ଦିନକୁ ଦୁଇଓଳି ଦୁଇମୁଠା ପେଟପୁରା...

ବିଶ୍ୱ ମାନବୀୟ ଦିବସ: ବିପର୍ଯ୍ୟୟରେ ଆଶାର କିରଣ

୨୦୦୩ ଅଗଷ୍ଟ ୧୯ରେ ଇରାକ ବାଗଦାଦସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବୋମାମାଡ଼ ଯୋଗୁ ଇରାକରେ ଜାତିସଂଘର ମୁଖ୍ୟ ହ୍ୟୁମାନିଟାରିଆନ ବା ମାନବୀୟ କର୍ମୀ ସର୍ଜିୟୋ ବିଏରା ଡି...

ନବ୍ୟ ଆନ୍ଦୋଳନର ସାରଥି

ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ...

ଦେଶପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି ପାଇକ ପୁଅ

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼।ଏ ବୀରମାଟିର ଉଷ୍ମ ରକତେ ଯୁଗଯୁଗ ଧରି ଉଷ୍ମତର। ଏପରି ଆହ୍ବାନ ଦେଉଥିବା କବିତା ମନେପକାଇଦିଏ- ଓଡ଼ିଶାର ପାରମ୍ପରିକ ସମରକଳା...

Advertisement
Archives

Model This Week