ମା’ ଭୂମିକାରେ ସନ୍ତୁଷ୍ଟ ପ୍ରମିଳା

ଯାତ୍ରା ହେଉଛି ଜୀବନ ତଥା ସମାଜର ଛବି। ପାରିବାରିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହୁଏ ନାଟକ। ଆଉ ପରିବାର ବିଷୟ ଉଠିଲେ ଗୋଟିଏ ମା’ର କଥା ନିଶ୍ଚୟ ମନକୁ ଆସେ। ମା’କୁ ବାଦ୍‌ଦେଇ ପରିବାର ସମ୍ପୂର୍ଣ୍ଣ ନୁହେଁ। ସେହିଭଳି ମା’ ଚରିତ୍ରକୁ ବାଦ୍‌ ଦେଲେ କାହାଣୀ ରଚନା ବି ସମ୍ଭବ ନୁହେଁ। ଯାତ୍ରା ଜଗତର ତଥା ନାଟକୀୟ କାହାଣୀର ଜଣେ ମା’ କଳାକାର ହେଉଛନ୍ତି ପ୍ରମିଳା ଲେଙ୍କା। ନୂଆ ଯାତ୍ରା ସିଜନ୍‌ରେ ଯାତ୍ରାନୁଷ୍ଠାନ ‘ସ୍ବପ୍ନମହଲ’ରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥିବା ଏହି ଅଭିନେତ୍ରୀଙ୍କ ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ଆଜିକୁ ୨୭ବର୍ଷ ତଳେ। ଭଦ୍ରକର ମାନ୍ତପୁର ଗ୍ରାମରେ ତାଙ୍କର ଜନ୍ମ। ତାଙ୍କର ଦୁଇଭଉଣୀ ଚମ୍ପା ଓ ମଲ୍ଲୀ ‘ଓଡ଼ିଶା ଅପେରା’ରେ ଅଭିନୟ କରୁଥିଲେ। ସେମାନଙ୍କ ଉତ୍ସାହରେ ମାତ୍ର ୧୪ବର୍ଷ ବୟସରେ ‘ଜଗାବଳିଆ ଅପେରା’ରେ ଜଣେ ଶିଶୁ କଳାକାର ଭାବରେ ଯୋଗ ଦେଇଥିଲେ ପ୍ରମିଳା। ପ୍ରଥମେ ସାନଭଉଣୀ ଭୂମିକା ମିଳୁଥିଲା। ପରେ ସେ ‘ଉର୍ବଶୀ ଗଣନାଟ୍ୟ’ରେ ଯୋଗଦେଲେ। ତେବେ ତାଙ୍କୁ ନାୟିକା ଭୂମିକା ମିଳିଲା ‘ଉତ୍କଳ ଗଣନାଟ୍ୟ’ରେ। ‘ପାଗଳୀ ଆସିଛି ଆମ ଗଁାକୁ’, ‘ବାଉନ ବଜାର ତେପନଗଳି’ ଆଦି ନାଟକରେ ଅଭିନୟ କରି ସେ ଯାତ୍ରା ଜଗତରେ ନିଜର ସ୍ଥିତିକୁ ସୁଦୃଢ଼ କରିଥିଲେ। ଇତିମଧ୍ୟରେ ସେ ‘ସତ୍ୟଶ୍ରୀ ଗଣନାଟ୍ୟ’, ‘ବାଣେଶ୍ୱରୀ, ତ୍ରିରଙ୍ଗା’, ‘ଦୁର୍ଗାଶ୍ରୀ’, ‘ଓମ୍‌ ଶ୍ରୀ’, ‘ଇନ୍ଦ୍ରମହଲ’ ଆଦି ଯାତ୍ରାନୁଷ୍ଠାନରେ ଅଭିନୟ କରିସାରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପୂଜନୀୟ ବାପା’, ‘କାଖରେ କଳସୀ ମୁଣ୍ଡରେ ଗରା’, ‘ଧନରେ ଗେଲ କରିବାକୁ ମନ’, ‘ସଜେଇ ଦିଅଲୋ ବେଦିକି ଯିବି’, ‘ସ୍ବାମୀକୁ ଛୁଇଁଲେ ପାପ’, ‘ଟୋକିଟା ବଡ଼ ବୋକିଟା’, ‘ଫୁଲେଇ ଜହ୍ନ’, ‘ସରକାରୀ ସ୍ବାମୀ’, ‘ସତୀ-ଅସତୀ-ମହାସତୀ’, ‘ଆମ୍ମା ଏକ ରୁଟି ଦେ’, ‘ସିନ୍ଦୂର ପିନ୍ଧିଲେ ଲାଜ ଲାଗୁଛି’, ଉର୍ବଶୀ ଆସୁଛି ଇନ୍ଦ୍ରମହଲ’, ‘ବଡ଼ଲୋକକୁ ଉତ୍ତର ନାହିଁ’, ‘ଗଙ୍ଗା ପାପକଲେ ଧୋଇବ କିଏ’, ‘ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ’, ‘ଚୁପ୍‌ଚାପ୍‌ ରାତି ଟୁପ୍‌ଟାପ୍‌ କଥା’, ‘ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ’ ଏବଂ ଆହୁରି ଅନେକ। ଆସନ୍ତା ନୂଆ ଯାତ୍ରା ସିଜନ୍‌ ପାଇଁ ‘ସ୍ବପ୍ନମହଲ’ରେ ଜାରି ରହିଥିବା ପ୍ରଥମ ନାଟକ ‘ବାପା ବଉ ତୁମେ ଭୁଲକଲ’ରେ ତାଙ୍କୁ ଏକ ଟ୍ରାଜେଡି ମଦର ଚରିତ୍ର ମିଳିଛି ଯେଉଁ ଚରିତ୍ରଟିକୁ ନେଇ ଖୁବ୍‌ ଖୁସି ଅଛନ୍ତି ପ୍ରମିଳା। ସ୍ବାମୀ ତଥା ଅଭିନେତା ରତିକାନ୍ତ ଲେଙ୍କାଙ୍କ ପ୍ରେରଣା ଏବଂ ଦୁଇପୁଅ ସମୀର ଓ ଦିବ୍ୟ ଶେଖରଙ୍କ ସହଯୋଗ ତାଙ୍କୁ ଆଗକୁ ବାଟ କଢ଼େଇ ନେଉଛି ବୋଲି କହୁଥିବା ଏହି ଅଭିନେତ୍ରୀ ୨୭ବର୍ଷର କ୍ୟାରିଅରରେ ବହୁ ନାଟକରେ ଅଭିନୟ କରି ସାରିଥିଲେ ମଧ୍ୟ ଦୁଇଗୋଟି ନାଟକ ତାଙ୍କ ପାଇଁ ଅଭୁଲା ହୋଇ ରହିଯାଇଛି। ସେ ଦୁଇଟି ହେଉଛି ‘କାଖରେ କଳସୀ ମୁଣ୍ଡରେ ଗରା’ ଏବଂ ‘ଚୁପ୍‌ଚାପ୍‌ ରାତି ଟୁପ୍‌ଟାପ୍‌ କଥା’। କାରଣ ଏଥିରେ ତାଙ୍କୁ ତାଙ୍କ ମନଲାଖି ଭୂମିକା ମିଳିଥିଲା। ଆଉ ଦର୍ଶକମାନେ ବି ତାଙ୍କ ଅଭିନୟକୁ ଭୂରିଭୂରି ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର୍‌ ବନିଲେ ଏହି ୟଙ୍ଗ ଆକ୍ଟର; କେବଳ ଐଶ୍ୱର୍ଯ୍ୟା-ବିଜୟ ନୁହେଁ, ଶାହାରୁଖଙ୍କୁ ବି ପକାଇଲେ ପଛରେ…

ମୁମ୍ବାଇ: ଇଣ୍ଟରନେଟ ମୁଭି ଡାଟାବେସ (IMDb) ପକ୍ଷରୁ ଚଳିତ ସପ୍ତାହର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ…

CM ବିଜୟଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଉପହାର! ଥ୍ରୀଏଟରରେ ବଦଳିବ ୭୦ ବର୍ଷର ନିୟମ, ଏବେ ହେବ ଜୋରଦାର ରୋଜଗାର

ଚେନ୍ନାଇ,୨୭।୫: ତାମିଲନାଡୁର ନବନିର୍ୱାଚିତ ମୁଖ୍ୟମନ୍ତ୍ରୀ ତଥା ସୁପରଷ୍ଟାର୍‌ ଥାଲାପତି ବିଜୟ (Thalapathy Vijay) ଏବେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି…

୪୧ ବର୍ଷ ବୟସରେ ଯମଜ ସନ୍ତାନର ମା’ ହେଲେ ଦିବ୍ୟଙ୍କା: ସ୍ବାମୀ କହିଲେ…

ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ମା’ ହୋଇଛନ୍ତି। ତାଙ୍କ ସ୍ବାମୀ ବିବେକ ଦାହିୟା ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଦିବ୍ୟଙ୍କା ୪୧…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଧର୍ମେନ୍ଦ୍ରଙ୍କ…

ମା’ ନୁହେଁ, ପ୍ରଶଂସା ସାଉଁଟିଲେ ଆରାଧ୍ୟା

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri