ମା’ ଭଳି ମାତୃଭାଷାକୁ ଆଦର କର

ବ୍ରହ୍ମପୁର ଅଫିସ୍‌,୧୬ା୭-ଦିନ ଥିଲା, ବ୍ରହ୍ମପୁର ସହରସ୍ଥିତ ବିଦ୍ୟାଳୟଗୁଡ଼ିକରେ ପ୍ରଥମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରୀଛାତ୍ର ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିଲେ ।
ହେଲେ ଇଂଲିଶ ମାଧ୍ୟମର ଗୁରୁତ୍ୱ ଏବଂ ଆବଶ୍ୟକତା ଅନୁଯାୟୀ ତେଲୁଗୁ ପାଠ୍ୟ ପୁସ୍ତକ ନ ମିଳିବାରୁ ଧୀରେ ଧୀରେ ତେଲୁଗୁ ଭାଷାରେ ଅଧ୍ୟୟନ ପ୍ରତି ଛାତ୍ରୀଛାତ୍ରଙ୍କ ରୁଚି କମିବାରେ ଲାଗିଲା।
ସରକାରୀସ୍ତରରେ ତେଲୁଗୁ ଭାଷାର ପାଠ୍ୟ ପୁସ୍ତକ ଯୋଗାଣ ଦିଗରେ ଠୋସ୍‌ ପଦକ୍ଷେପ ନିଆଗଲା ନାହିିଁ । ଏଭଳି ଏକ ସମୟରେ ତେଲୁଗୁ ଭାଷା ସୁରକ୍ଷା ଏବଂ ପ୍ରସାର ଦିଗରେ ଉଦ୍ୟମ କରୁଛି ମହାମତ୍ା ହେଲ୍‌ପିଂ କ୍ଲବ । ଗତ ୫ ବର୍ଷ ହେଲା ଏହି ସଂଗଠନ ପକ୍ଷରୁ ତେଲୁଗୁ ଭାଷାର ପାଠ୍ୟ ପୁସ୍ତକ ମାଗଣାରେ ବଣ୍ଟାଯାଉଛି ।
ସୋମବାର ସହରର ତିନିଟି ପ୍ରମୁଖ ତେଲୁଗୁ ମାଧ୍ୟମ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ମା’ ଯେମିତି ଆମର ଅତି ଆପଣାର, ସେମିତି ମାତୃଭାଷା ମଧ୍ୟ ଆମର ଆପଣାର। ମା’ଙ୍କୁ ଯେମିତି ଆଦର କରୁଛ, ସେମିତି ମାତୃଭାଷାକୁ ମଧ୍ୟ ଆଦର କର । ଅନ୍ୟ ଭାଷା ଶିଖିବା ଭଲ । କିନ୍ତୁ ନିଜ ମାତୃଭାଷାକୁ କେବେ ଭୂଲିବା କିମ୍ବା ଛାଡ଼ିବା ଉଚିତ ନୁହଁ ବୋଲି ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏଥି ସହ ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭ ଛାତ୍ରୀଛାତ୍ରଙ୍କୁ ତେଲୁଗୁ ଭାଷାର ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା।
କୋମଲଭାରୀ ସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା।
୭ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ପୁଷ୍ପା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ପରେ ରେଲୱେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କ ତତ୍ତ୍ୱାବଧାନରେ ୧୫ଜଣ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ବଣ୍ଟା ଯାଇଥିଲା । ଶେଷରେ ସିଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ଜଣ ଛାତ୍ରୀଛାତ୍ରଙ୍କୁ ବହି ଦିଆଯାଇଥିଲା। ପ୍ରଧାନ ଶିକ୍ଷକ କାଳୁ ଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ ପ୍ରମିଳା କୁମାରୀ ସାହୁ ଉପସ୍ଥିତ ଥିଲେ । ମହାତ୍ମା ହେଲପିଂ କ୍ଲବର ଏମ୍‌. ରାଜଗୋପାଳମ୍‌, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ଟି.ରାଜେଶ୍ୱରୀ ଏବଂ ଟି.ମୂର୍ତ୍ତି ଉପସ୍ଥିତ ଥିଲେ। ଏମ୍‌.ଭେଙ୍କେଟରାମଣା ଏବଂ ଏ. ସୁରେଶଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୁ ଚରଣ ପ୍ରଧାନ କୁହନ୍ତି, ତେଲୁଗୁ ମାଧ୍ୟମ ପିଲାଙ୍କ ପାଠ୍ୟପୁସ୍ତକ ନେଇ ସମସ୍ୟା ଦେଖାଦେଉଛି। ଏମ୍‌ଆଇଏଲ୍‌(ତେଲୁଗୁ)ବହି ଆନ୍ଧ୍ରପ୍ରଦେଶ ସରକାର ଛପାଇବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ପିଲାଙ୍କୁ ମାଗଣାରେ ବଣ୍ଟନ କରାଯାଉଛି।
ସର୍ବ ଶିକ୍ଷା ଅଭିଯାନ ଜରିଆରେ ଇଂଲିଶ ବହି ମିଳୁଛି । ହେଲେ ଅନ୍ୟ ବିଷୟର ବହି ମିଳୁନି । ମହାତ୍ମା ହେଲପିଂ ହ୍ୟାଣ୍ଡ ମାଗଣାରେ ବହି ପ୍ରଦାନ କରିବା ପରେ ପିଲାମାନେ ବର୍ତ୍ତମାନ ସହଜରେ ପଢ଼ିପାରିବେ। ମହାତ୍ମା ହେଲପିଂ କ୍ଲବର ଏମ୍‌.ଭେଙ୍କେଟରାମଣା କୁହନ୍ତି, ତେଲୁଗୁ ପିଲାମାନଙ୍କ ସମସ୍ୟା ଜାଣିବା ପରେ ଗତ ୫ ବର୍ଷ ହେଲା ପାଠ୍ୟ ପୁସ୍ତକ ପ୍ରଦାନ କରାଯାଉଛି । ସରକାର ନିଜସ୍ବ ଉଦ୍ୟମରେ ତେଲୁଗୁ ବହି କିଣି, ପିଲାମାନଙ୍କୁ ମାଗଣାରେ ବାଣ୍ଟିଲେ ଭଲ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri