ମା’ ତୁମେ ବହୁତ ମନେ ପଡୁଛ…

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୨୪ ଫେବୃୟାରୀ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ସିନେପ୍ରେମୀଙ୍କୁ ହତବାକ କରିଦେଇଥିଲା। ୨୦୧୮ ଫେବୃୟାରୀ ୨୪ରେ ଦୁବାଇରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସ୍ବାମୀ ବୋନିକ କପୁର, ଝିଅ ଜାହ୍ନବୀ ଏବଂ ଖୁସି ବହୁତ ମର୍ମାହତ ହୋଇଥିଲେ। ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀରେ ମା’ଙ୍କ ସହ ଥିବା ପିଲାଦିନର ଏକ ଫଟୋ ଶେୟାର କରି ଏଥିରେ କ୍ୟାପଶନ୍‌ ଲେଖିଛନ୍ତି, ମା’ ତୁମେ ବହୁତ ମନେ ପଡୁଛ। ଏହି ଫଟୋରେ ଜାହ୍ନବୀ ଏକ ସୋଫା ଉପରେ ଶୋଇ ମା’ଙ୍କୁ ଜୋର୍‌ରେ ଜାବୁଡ଼ି ଧରିଛନ୍ତି। କଳାଧଳା ଫଟୋଟି ଖୁବ୍‌ ସୁନ୍ଦର ଦେଖାଯାଉଛି। ଏଥିରେ ଝିଅ ପ୍ରତି ଥିବା ହୃଦୟଭରା ଭଲପାଇବା ଫୁଟିକି ଦିଶୁଛି। ଜାହ୍ନବୀଙ୍କ ଏହି ଫଟୋରେ ବଲିଉଡ୍‌ର କରଣ ଜୋହର, ମନୀଷ ମାଲହୋତ୍ରା, ସ୍ମୃତି ଇରାନୀ, ଜୟା ଅଖତର, ସଞ୍ଜୟ କପୁର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାହ୍ନବୀଙ୍କୁ ସମବେଦନା ଜଣାଇଛନ୍ତି। ଶ୍ରୀଦେବୀଙ୍କ ସ୍ବପ୍ନ ଥିଲା ଝିଅଙ୍କୁ ସୁପରଷ୍ଟାର କରାଇବେ। କିନ୍ତୁ ଜାହ୍ନବୀଙ୍କ ପ୍ରଥମ ଫିଲ୍ମର ଡେବ୍ୟୁ ପୂର୍ବରୁ ମା’ସବୁଦିନ ପାଇଁ ଛାଡ଼ି ଚାଲିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁମାନ ଯାହା ଚାହୁଁଥିଲେ..

ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ...

୨୨ ବର୍ଷ ହେଲା ମୋ ଜୀବନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି: ଅଜୟ ଦେବ୍‌ଗନ

କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଲକ୍‌ଡାଉନ୍‌ ପାଇଁ ପ୍ରାୟ ସମସ୍ତେ ଏବେ ଘରେ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର।...

ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ...

ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଲେ ନୂଆ ଅତିଥି, ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଏବେ ନୂଆ ଅତିଥି ଆସିଛନ୍ତି। ଏନେଇ ପ୍ରିୟଙ୍କା ଫଟୋ ଶେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଅସଲ...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ...

ରୀନାଙ୍କୁ ଏଥର ନେଗେଟିଭ୍‌

ନା ସେ ଗଁ। ରେ ଡ୍ରାମା କରିଥିଲେ। ନା ତାଙ୍କର ଅଭିନୟର କୌଣସି ଅଭିଜ୍ଞତା ଥିଲା। ସେ କେବଳ ଭଲ ପାଉଥିଲେ ଯାତ୍ରାକୁ। ଯାତ୍ରା ପ୍ରତି...

କଟ୍ରିନାଙ୍କ ଏହି ସବୁ ଫଟୋ ପାଇଁ ପାଗଳ ପ୍ରଶଂସକ

କଟ୍ରିନା କୈଫ୍‌ ତାଙ୍କର ଫିଗର ପାଇଁ ବଲିଉଡରେ ଜଣାଶୁଣା। ସେ ୱାର୍କଆଉଟ ଏବଂ ଜିମରୁ ପାଇଥିବା ଏହି ଫିଗରକୁ ହାତଛଡା କରିବାକୁ ଚାହାନ୍ତି ନାହିଁ।। ସେଥିପାଇଁ,...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଫଣ୍ଡକୁ ସହଯୋଗର ହାତ ବଢାଇ ନାନା ପାଟେକର ଦେଲେ ଭଲ ଉପଦେଶ

ମୁମ୍ବାଇ,୩୧।୩: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ। ଭାରତରେ ବି ବେଳକୁ ବେଳ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏକେ କରୋନା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *