Posted inଜାତୀୟ

ମା’ ଚାମୁଣ୍ଡାଙ୍କ ଆଖିରୁ ବାହାରୁଛି ଲୁହ: ଭକ୍ତଙ୍କ ଜମୁଛି ଭିଡ

ଭୋପାଳ,୨୯।୯: ମଧ୍ୟପ୍ରଦେଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ନିମଚ ଜିଲାର ବନ୍ୟା ପ୍ରଭାବିତ ଧାନମଣ୍ଡିରେ ଥିବା ମା’ ଚାମୁଣ୍ଡାଙ୍କ ଆଖିରୁ ଲୁହ ବାହାରୁଛି। ଏହାକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭକ୍ତଙ୍କ ଭିଡ ଜମିଛି। କିଛି ଭକ୍ତ ମା’ଙ୍କ ଆଖିରେ ଲୁହ ଆସିବା ଦେଶ ପାଇଁ ବିପଦ ବୋଲି ମତ ଦେଉଛନ୍ତି। ଗତ କିଛିଦିନ ହେବା ଏଠାରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ଅଧିକାଂଶ ଲୋକଙ୍କ ଘରେ ବନ୍ୟା ପାଣି ପଶିଯିବାରୁ ସେମାନେ ରିଲିଫ୍‌ ସେଣ୍ଟରରେ ବାସ କରୁଛନ୍ତି। ଏପରିସ୍ଥଳରେ ମା’ଙ୍କ ଆଖିରୁ ଲୁହ ବୋହିବା ସ୍ଥାନୀୟ ଅଞ୍ଚଳ ପାଇଁ ଆହୁରି ଅନିଷ୍ଠ ହେବାର ସୂଚନା ଦେଉଛି ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ମା’ ଚାମୁଣ୍ଡାଙ୍କ ଆଖିରୁ ଲୁହ ବାହାରିଥିବା ପୂଜକମାନେ କହିଥିଲେ। ଏହାପରେ ସେଠାକୁ ଭକ୍ତଙ୍କ ସୁଅ ଛୁଟିଥିଲା। କିଛି ମହିଳା ଭଜନ କୀର୍ତ୍ତନ କରି ମନ୍ଦିରରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ନୌ,୨୦।୭: ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଅପରାଧି ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିକାଶଙ୍କ ଶରୀରରେ ୩ଟି...

ଭାରତ ମହାସାଗରରେ ପାଟ୍ରୋଲିଂ କରିବ ଜର୍ମାନ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୩ା୧୧: ଆସନ୍ତା ବର୍ଷରୁ ଭାରତ ମହାସାଗରରେ ଜର୍ମାନୀର ଯୁଦ୍ଧଜାହାଜ ପାଟ୍ରୋଲିଂ କରିବ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରଭାବ ବଢ଼ୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ...

ଦୈବୀକୋପ ଭୟରେ ଆତ୍ମସମର୍ପଣ

ମାଙ୍ଗାଲୋରର ସ୍ବାମୀ କୋରାଗଜ୍ଜା ମନ୍ଦିର ଦାନବାକ୍ସରେ ଆପତ୍ତିଜନକ ପଦାର୍ଥ ପକାଇଥିବା ୨ ଅଭିଯୁକ୍ତ ଦୈବୀକୋପ ଭୟରେ ଦୋଷ ସ୍ବୀକାର କରିବା ସହ ପୋଲିସ ନିକଟରେ ଆତ୍ମସମର୍ପଣ...

ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲର ଉଦ୍‌ଘାଟନ କଲେ ରୂପାନି

ଅହମ୍ମଦାବାଦ,୭।୧: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଙ୍ଗଳବାର ଇଣ୍ଟରନ୍ୟାଶନାଲ କାଇଟ୍‌ ଫେଷ୍ଟିଭାଲ ୨୦୨୦ର ଉଦ୍‌ଘାଟନ କରିଛନ୍ତି। ‘ମକର ସଂକ୍ରାନ୍ତି’ ବା ‘ଉତ୍ତରାୟନ’ ଉତ୍ସବ ଅବସରରେ ୧୯୮୯...

ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା...

ନୁପୁର ଶର୍ମାଙ୍କ ଉପରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହେଲେ କଶ୍ମୀରର ୟୁଟ୍ୟୁବର୍‌

ନୂଆଦିଲ୍ଲୀ,୧୧।୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ମୁଣ୍ଡ ବିରୋଧରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହୋଇଛନ୍ତି କଶ୍ମୀରର ୟୁ-ଟ୍ୟୁବର ଫୈଜଲ ୱାନି। ଶନିବାର ତାଙ୍କୁ...

କରୋନା ଭୂତାଣୁ ଉପରେ ଗବେଷଣା: ସ୍ଥାପିତ ହେବ ୧୬ ଜୈବ ବ୍ୟାଙ୍କ

ନୂଆଦିଲ୍ଲୀ,୩୧।୫: ଭାରତରେ କରୋନା ଭୂତାଣୁ ଉପରେ ଅଧିକ ଗବେଷଣା ପାଇଁ ୧୬ଟି ଜୈବ ବ୍ୟାଙ୍କ ସ୍ଥାପନ କରାଯିବ। ଏନେଇ ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ...

ବିଶ୍ୱରେ ୮କୋଟି ବିସ୍ଥାପିତ

ନୂଆଦିଲ୍ଲୀ, ୨୧ା୬: ଯୁଦ୍ଧ, ସଂଘର୍ଷ, ନିର୍ଯାତନା ଏବଂ ମାନବାଧିକାର ଉଲ୍ଲଂଘନ ଭଳି ସମସ୍ୟା ଲୋକଙ୍କୁ ବିସ୍ଥାପିତ କରିଚାଲିଛି। ଏସବୁର ପ୍ରଭାବରେ ୨୦୧୯ରେ ସାରା ବିଶ୍ୱର ୭...

Advertisement
Archives

Model This Week