ମାସ୍କ, ସାବୁନ ବାଣ୍ଟିଲା ଜନଜାଗରଣ ମଞ୍ଚ

ଖଇରା,୧୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଜନକଲ୍ୟାଣ ସେବାକୁ ବ୍ରତ ଭାବେ ଗ୍ରହଣ କରି ଆସିଥିବା ଜନଜାଗରଣ ମଞ୍ଚ ପୁଣିଥରେ ଅସହାୟଙ୍କୁ ସହାୟତା କରି ଉଦାହରଣ ପାଲଟିଛି। ୧୨ତାରିଖରୁ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ ଓ ସମ୍ପାଦକ ନିରଞ୍ଜନ ବେହେରାଙ୍କ ସଭ୍ୟମାନେ ଖଇରା ବ୍ଲକର ବିଭିନ୍ନ ବସ୍ତି ଓ ସାହି ଅଞ୍ଚଳକୁ ଯାଇ ସଚେତନତା ବାର୍ତ୍ତା ଦେଇଛନ୍ତି। ଏହାସହ ମାସ୍କ ଓ ସାବୁନ ବାଣ୍ଟି ହାତ ଧୋଇବାର କୌଶଳ ଶିଖାଇଛନ୍ତି ା ୧୨ତାରିଖରୁ ସୁଣ୍ଢିରା ପଞ୍ଚାୟତର ସୁଣ୍ଢିରା ଓ ପୂର୍ବପଡା ଗ୍ରାମର ବିଭିନ୍ନ ସାହି, ୧୩ତାରିଖରେ ଗୋଳିହା ପଞ୍ଚାୟତର ମନୋହରପୁର, ମୁହଁଚୁଆଁ ପାଣିଛତ୍ର ଏବଂ ଅମରିଆ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ମାସ୍କ ବାଣ୍ଟିବା ଅବସରରେ ସମସ୍ତେ ଘରେ ରୁହନ୍ତୁ ଓ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଥିଲେ ା ୧୪ତାରିଖରେ ଖଇରା ପଞ୍ଚାୟତର ବଣପାରିଆ, ନଟାପଡା, ସାରୁଗାଁ ପଞ୍ଚାୟତର କାକୁଡିଆ ଆଦି ଗ୍ରାମକୁ ଯାଇ ବଣ୍ଟନ କାର୍ଯ୍ୟ ଶେଷ କରିଥିଲେ। ୧୫ ତାରିଖରେ ନହଙ୍ଗ ଗ୍ରାମରେ ଓ ୧୬ତାରିଖରେ ସାରଡାଙ୍ଗ ପଞ୍ଚାୟତର ଅଲିପୁର, ବୁରେଇସାହି ଏବଂ ହନ୍ନବାବିରେ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏଥିରେ ମଞ୍ଚର କର୍ମକର୍ତ୍ତା କୃଷ୍ଣଚନ୍ଦ୍ର ପତ୍ରୀ, କୈଳାସ ପୃଷ୍ଟି, ବୁଦ୍ଧିରାମ ପାଣିଗ୍ରାହୀ, ସରପଞ୍ଚ ସୁଦର୍ଶନ ସେଠୀ, ମାୟାଧର ନାୟକ, ଦେବେନ୍ଦ୍ର ରାଉତ, ମଧୁସୂଦନ ରାଉଳ, ନରେନ୍ଦ୍ର ବେହେରା, ଛାୟାକାନ୍ତ ମହାନ୍ତି ଓ ସୁରେନ୍ଦ୍ର ଦଳେଇ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩ା୫: ଟାଉନ ଥାନାରୁ ବୁଧବାର ମଧ୍ୟାହ୍ନରେ ପୋଲିସକୁ ଚକ୍‌ମା ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ସେ ହେଲେ ମହମ୍ମଦ ଇମରାନ। ଏକ...

କଲ୍ୟାଣସିଂହପୁରରେ ଲୋକଙ୍କୁ ସଚେତନ କଲେ ମନ୍ତ୍ରୀ

ରାୟଗଡ଼ା ଅଫିସ,୬।୮: ରାୟଗଡ଼ା ଜିଲା କାଶୀପୁର ବ୍ଲକ ପରେ ପଡ଼ୋଶୀ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡ଼ା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଆଦିବାସୀ କଲ୍ୟାଣ...

ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା

କେନ୍ଦୁଝର,୧୫ା୧(ସ୍ବ.ପ୍ର.): ଦୀର୍ଘ ୧୫ ଦିନ ଧରି ପାଣି ସମସ୍ୟା ଦେଖାଦେଇଥିଲା ହେଁ ସମାଧାନ ନ ହେବାରୁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ନୁଦୁରପଡ଼ା-କାଳିଆ ହତା ରାସ୍ତାର...

ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ ଅଫିସ,୧୨। ୯: ପ୍ରାଥମିକ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ତତ୍କାଳୀନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ବିରୋଧରେ ଶୁକ୍ରବାର ରାଜ୍ୟ...

ଢେଙ୍କାନାଳରେ ହେବ ସ୍ମାର୍ଟପାର୍କ  

ଢେଙ୍କାନାଳ ଅଫିସ, ୩।୬-ଢେଙ୍କାନାଳ ପୌରାଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ନିର୍ମାଣ ହେବ ସ୍ମାର୍ଟପାର୍କ। ଏଥିରେ ଖର୍ଚ୍ଚ ହେବ କୋଟିଏ ଟଙ୍କା। ସେହିପରି ଜିଲାର ୩ ଏନ୍‌ଏସି...

ପାଏନ୍‌ ଘେରରେ ଗୌଡ଼ଗାଁ ଅଙ୍ଗନଓ୍ବାଡି କେନ୍ଦ୍ର

ଉଲୁଣ୍ଡା,୧୪ା ୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକରେ ଦିନାକେତେ ହେଲା ଲଘୁଚାପ ପରଭାବରେ ବରଷା ଲାଗି ରହିଛେ। ଲଗାତାର ବରଷା ଲାଗି ଗୌଡ଼ଗଁା ୧ ନମ୍ବର...

ମାଙ୍କଡ଼କୁ ଠାବ କରିବାରେ ବନ ବିଭାଗ ବିଫଳ

ରସୁଲପୁର,୧୯ା୬(ରଂଜିତ ରାଉତ): ରସୁଲପୁର ବ୍ଲକ ଭୋଟକା ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ପଞ୍ଚାୟତ ଅଞ୍ଚଳରେ ଘୁରିବୁଲୁ ଥିବା ମାଙ୍କଡ଼ପଲଙ୍କ ମଧ୍ୟରେ ଗୋଟିଏ ପାଗଳା ମାଙ୍କଡ଼ ରହିଛି।...

ଆଜିଠୁ ସମୁଦ୍ରକୁ ଯିବେ ମତ୍ସ୍ୟଜୀବୀ

ପାରାଦୀପ,୧୪।୬(ଶରତ ରାଉତ): ୨ ମାସର ସାମୁଦ୍ରିକ ମାଛଧରା କଟକଣା ବୁଧବାର ଶେଷ ହେଉଛି। ଏନେଇ ମଙ୍ଗଳବାର ପାରାଦୀପ ମାଛଧରା ବନ୍ଦର ପରିସର ଚଳଚଞ୍ଚଳ ହୋଇଉଠିଛି ।...

Advertisement
Archives

Model This Week