ମାସ୍କ ବାଣ୍ଟିଲେ ପୂର୍ବତନ ବିଧାୟକ

ସଜନାଗଡ଼, ୧।୪(ଡି.ଏନ.ଏ.)-ଧର୍ମଠାରୁ ବଡ଼ ମାନବ ସେବା। ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିଜ ପେନସନ ଅର୍ଥରେ ୨ହଜାରରୁ ଊର୍ଦ୍ଧ୍ୱ ମାସ୍କ କିଣି ବଣ୍ଟନ କରିଛନ୍ତି। ମଙ୍ଗଳବାର ସେ ପ୍ରଥମେ ସାପ୍ତାହିକ ହାଟକୁ ଯାଇ ସେଠାକୁ ଆସୁଥିବା ସାଧାରଣ ଗରିବ ଲୋକ ଓ ଦୋକାନୀଙ୍କୁ ମାସ୍କ ଦେଇଥିଲେ। ଏହାପରେ ଷଡଙ୍ଗୀ ନୀଳଗିରି ମେଡ଼ିକାଲକୁ ଯାଇ ସେଠାରେ କାର୍ଯ୍ୟରତ କର୍ମଚାରୀ, ଚିକିତ୍ସାଧୀନ ରୋଗୀ ଓ ସେଠାରେ ଉପସ୍ଥିତ ଥିବା ପରିବାର ଲୋକଙ୍କୁ ମାସ୍କ ପ୍ରଦାନ କରିଥିଲେ। ଏହାସହ ନୀଳଗିରି ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ମାସ୍କ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୀଳଗିରି ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ପଣ୍ଡା, ବରୁଣ କର, ଦେବାନନ୍ଦ ଦାସ, ରଘୁନାଥ ସିଂ, କିଶୋର ଦାସଙ୍କ ସମେତ ହାଇଟେକ୍‌ ମେଡ଼ିକାଲ କଲେଜର ଶେଷବର୍ଷର ଛାତ୍ର ବ୍ରହ୍ମପ୍ରସାଦ ଷଡ଼ଙ୍ଗୀ ଓ ସସ୍ମିତ ରଞ୍ଜନ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ

ବାରିପଦା ଅଫିସ,୩୧ା୫- ମୟୂରଭଞ୍ଜ ଜିଲା ବାରିପଦାର ରଙ୍ଗମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ରବିବାରଠାରୁ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଜିଲାପାଳ ବିନୀତ ଭରଦ୍ୱାଜ...

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ଲଞ୍ଚ୍‌ରେ ସ୍ବାଭିମାନ ଅଞ୍ଚଳକୁ ଗଲେ ପୋଲିଂ ପାର୍ଟି

ଚିତ୍ରକୋଣ୍ଡା,୨୩ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ଗୁରୁବାର ହେବ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଚିତ୍ରକୋଣ୍ଡା ବ୍ଲକର ୧୮ଟି...

ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୫ ଘଡ଼ିଆଳ

ବନ୍ତଳା, ୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଶୁକ୍ରବାର ଅପରାହ୍ନରେ ୫ଟି ଘଡିଆଳ କୁମ୍ଭୀର ଛଡାଯାଇଛି। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନରୁ ସେଠାକୁ...

ଘରୋଇ କମ୍ପାନୀକୁ କେନ୍ଦୁପତ୍ର ବିକ୍ରି କରିବା ବିରୋଧ କରି ଦାବିପତ୍ର ଦେଲେ କର୍ମଚାରୀ

କୋକସରା,୧୦।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ ଅନ୍ତର୍ଭୁକ୍ତ ବିଜମରା ସେକ୍ସନ ଅଧୀନରେ କାର୍ଯ୍ୟ କରୁଥିବା ମୁନସି, ଚେକର, ଚପରାଶି ଓ...

ଚାଷ ଜମିକୁ ଯିବା ହେଲା କାଳ, ବୁଡିଗଲେ ୨ ଶିଶୁ

ବାଲିଗୁଡା,୨୨।୮:(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଚାଷ ଜମିରେ ବୁଡି ୨...

ସର୍ବସାଧାରଣରେ ମଦ ବ୍ୟବହାର ନିଷ୍ପତ୍ତିକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୧- ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଫେସର...

ବାଣ ବିସ୍ଫୋରଣରେ ଆହତ ଛାତ୍ରଙ୍କୁ ସହାୟତାର ସୁଅ

ମାଲକାନଗିରି,୩୦।୧୦(ଡି.ଏନ୍‌.ଏ): ଦୀପାବଳି ଅବସରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମାଟିହାଣ୍ଡିରେ ବାଣ ରଖି ଫୁଟାଇବାବେଳେ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ଛାତ୍ରଟି ଗୁରୁତର ଆହତ ହୋଇ...

ଅଧାରେ ଅଟକିଛି ପାଇପ୍‌ ବିଛା କାର୍ଯ୍ୟ -୨ ବିଭାଗର ସମନ୍ବୟ ଅଭାବ ଯୋଗୁ ହୋଇପାରୁନି କାର୍ଯ୍ୟ

ନାଉଗଁ। ,୮ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ...

Advertisement
Archives

Model This Week