ମାସ୍କ ନ ପିନ୍ଧି କାନପୁର ଆଇଜି ଦେଲେ ଜରିମାନା

ଲକ୍ଷ୍ନୌ, ୭।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ଅନ୍ତରରେ ହାତ ଧୋଇବା, ବାହାରେ ଛେପ ନ ପକାଇବା, ମାସ୍କ ପିନ୍ଧିବା ଆଦି ଉପରେ ମାର୍ଗଦର୍ଶିକାରେ ଗୁରୁତ୍ୱାରୋପ କରାଯାଇଛି। ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜରିମାନା ଦଣ୍ଡାଦେଶ କରାଯିବ ବୋଲି ଘୋଷଣା କରାଯାଇଛି। ଏପରିସ୍ଥଳେ କାନପୁର ଆଇଜି ମୋହିତ ଅଗ୍ରଓ୍ବାଲ ମାସ୍କ ନ ପିନ୍ଧିବାରୁ ୧୦୦ ଟଙ୍କା ଜରିମାନା ଦେଇଛନ୍ତି। ସେ ବାହାରକୁ ଯିବା ସମୟରେ ମାସ୍କ ନ ପିନ୍ଧି ମାର୍ଗଦର୍ଶିକାର ଉଲ୍ଲଂଘନ କରିଥିବା ଦର୍ଶାଇ ବାରା ପୋଲିସ ଷ୍ଟେଶନ ଅଧିକାରୀ ରଣଜିତ୍‌ ସିଂଙ୍କୁ ଜରିମାନା ଆଦାୟ କରିବା ଲାଗି କହିଛନ୍ତି। ରଣଜିତ୍‌ ସିଂ ଆଇଜିଙ୍କୁ ଚାଲାଣ ରସିଦ୍‌ ଦେବା ସହିତ ଜରିମାନା ଆଦାୟ କରିଛନ୍ତି। ସୂଚନାଯୋଗ୍ୟ, ଆଇଜି ବାରା ଅଞ୍ଚଳର ଅନୁଧ୍ୟାନ କରିବା ଲାଗି ଯାଇଥିଲେ। ତେବେ ସେ ମାସ୍କ ନ ପିନ୍ଧି ଗାଡ଼ିରୁ ବାହାରକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୟୋଜ୍ୟେଷ୍ଠ ପେନସନ୍‌ଧାରୀଙ୍କୁ ସମ୍ମାନୀତ କଲେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ଉତ୍ସବରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୨...

ଗୁରୁ ଗ୍ରନ୍ଥ ସାହିବ ମୁଣ୍ଡରେ ବୋହି ବିମାନ ବନ୍ଦର ବାହାରକୁ ଆଣିଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନରେ ତାଲିବାନ ସଙ୍କଟ ମଧ୍ୟରେ ପୁଣି ଭାରତୀୟମାନେ ସ୍ବଦେଶ ଫେରିଛନ୍ତି। ତାଜିକିସ୍ତାନର ଦୁଶାନବେରୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନରେ ପ୍ରାୟ ୭୮ ଜଣ...

ହୋଟେଲ ଖୋଲିବାକୁ ଅନୁମତି ମିଳୁ

ପୁରୀ ଅଫିସ,୨୮।୫: କାରୋନା ପାଇଁ ୨ ମାସରୁ ଊର୍ଦ୍ଧ୍ୱ ହେବ ପୁରୀ ହୋଟେଲ ଶିଳ୍ପରେ ତାଲା ଝୁଲୁଛି। ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ହଜାର ହଜାର...

ସରକାର ଭୟଭୀତ: ରାହୁଲ

ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ଭବିଷ୍ୟତ ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ: ସେନା ମୁଖ୍ୟ ବିପିନ୍‌ ରାଓ୍ବତ

ନୂଆଦିଲ୍ଲୀ,୧୫।୧୦: ଭବିଷ୍ୟତରେ ହେବାକୁଥିବା ଯୁଦ୍ଧରେ ସାଇବର-ଲେଜର-ସ୍ପେସ୍‌ ଓ ରୋବଟ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଡିଆର୍‌ଡିଓ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେନା ମୁଖ୍ୟ...

ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଟ୍ରମ୍ପ୍‌: ନିର୍ବାଚନରେ ନିଜ ସ୍ବାର୍ଥ ହାସଲକୁ ଦେଉଛନ୍ତି ଗୁରୁତ୍ୱ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଦାର୍ଶନିକ ନୋଆମ୍‌ ଚୋମ୍‌ସ୍କେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଗୁରୁତର ଅଭିଯୋଗ...

ଚାଷୀଙ୍କ ପାଇଁ ଛାଡ଼ିଥିଲେ ବିଧାୟକ ପଦ, ପୁଣି ଜିତିଲେ

ଚଣ୍ଡିଗଡ଼,୨।୧୧: ଆଇଏନ୍‌ଏଲ୍‌ଡି (ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ) ନେତା ଅଭୟ ଚୌତାଲା ହରିୟାଣାର ଏଲେନାବାଦ୍‌ ବିଧାନସଭା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ସରକାରୀ ଭାଜପା ଦଳର...

ଚାଇନା ଆପ୍‌ ବ୍ୟାନ୍‌: ଟିକ୍‌ଟକ୍‌ ଖୋଲିଲେ ଆସୁଛି ଏଭଳି ନୋଟିସ୍‌

ନୂଆଦିଲ୍ଲୀ,୩୦।୬: ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ଘୋଷଣା କରିଛନ୍ତି। ଏପରିସ୍ଥଳେ ମଙ୍ଗଳବାର ସକାଳୁ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଏହି...

Advertisement
Archives

Model This Week