ମାସ୍କ ନ ପିନ୍ଧି କରୁଥିଲେ ସଉଦା: ୬୦ଜଣ ଗଣିଲେ ୧୨ ହଜାର ଟଙ୍କା ଜରିମାନା

ବିଜେପୁର, ୨୧।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ କିଛି ଅମାନିଆ ଏହାକୁ ଉଲଂଘନ କରୁଥିବା ଦେଖାଯାଉଛି। ବରଗଡ଼ ଜିଲା ବିଜେପୁର ତହସିଲ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଲାଉମୁଣ୍ଡା ସାପ୍ତାହିକ ବଜାରରେ ଚଢାଉ ହୋଇଥିଲା। ବଜାରରେ ପରିବା କିଣୁଥିବା ଅନେକ ଲୋକ ମାସ୍କ ପିନ୍ଧି ନ ଥିବାବେଳେ କେତେକ ଦୋକାନୀ ମଧ୍ୟ ଏହାର ଉଲ୍ଲଂଘନ କରୁଥିବା ଚଢାଉବେଳେ ଜଣାପଡିଥିଲା। ସମୁଦାୟ ୬୦ଜଣ ମାସ୍କ ପିନ୍ଧି ନ ଥିବାରୁ ୧୨୦୦୦ଟଙ୍କା ଜରିମାନା ଗଣିଥିଲେ। ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର କୁଳମଣି ରଣବିଡାଙ୍କ ନେତୃତ୍ୱରେ ଆଇଆଇସି ରାଜେନ୍ଦ୍ର ସିଆଲଙ୍କ ସମେତ ବିଭାଗୀୟ କର୍ମଚାରୀ ଉକ୍ତ ଚଢାଉରେ ସାମିଲ ହୋଇଥିଲେ। ଲାଉମୁଣ୍ଡା ସାପ୍ତାହିକ ବଜାରଟିର ସ୍ଥାନ ସଂକୀର୍ଣ୍ଣ ହୋଇଛି। ତେଣୁ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ସାମାଜିକ ଦରତ୍ୱ ଓ ମାସ୍କ ଲଗାଇବା ଦିଗରେ ଜନସାଧାରଣଙ୍କୁ ସଚେତନ କରିବାକୁ ସରପଞ୍ଚ ସୁବର୍ଣ୍ଣ ମେହେରଙ୍କୁ ତହସିଲଦାର କୁଳମଣି ରଣବିଡା ପରାମର୍ଶ ଦେଇଥିଲେ। ଗୋଟିଏ ଦିନରେ ୬୦ଜଣ ମାସ୍କ ନ ପିନ୍ଧି ୧୨୦୦୦ଟଙ୍କା ତଣ୍ଡ ଗଣିଥିବାରୁ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ କୁରାଢ଼ୀରେ ଛେଚି ହତ୍ୟା କଲେ ସ୍ବାମୀ

ବାରିପଦା ଅଫିସ,୨୦।୧୧: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ମାଳିହତା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶିବପ୍ରସାଦ ମହାନ୍ତ ସ୍ତ୍ରୀ ପାର୍ବତୀ...

ଫୁଲବାଣୀରେ ତାଣ୍ଡବ ରଚିଲା ବର୍ଷା, ପବନ: ୮ ଶିଶୁ ସମେତ ୧୫ରୁ ଊର୍ଦ୍ଧ୍ୱ ଆହତ

ଫୁଲବାଣୀ ଅଫିସ, ୨୬ା୨-କନ୍ଧମାଳ ଜିଲା ଫୁଲବାଣୀ ସହରରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା, ପବନ ହୋଇଥିଲା। ସକାଳ ପ୍ରାୟ ସାଢ଼େ ୭ଟାରେ ପବନ ବହିବା ଆରମ୍ଭ...

ଦୃଷ୍ଟି ଆଢୁଆଳରେ ମା’ ଝାରୀ କୁଆଁଦେଈ ପୀଠ: ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଛେଣ୍ଡିପଦା, ୩୦।୧୧(ସ୍ବ.ପ୍ର.) ମନୋରମ ପରିବେଶ, ଉଷ୍ମ ପ୍ରସ୍ରବଣ, ଜନ ସାଧାରଣଙ୍କ ସମାଗମ ଲାଗି ରହିବା ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ତଥା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅନୁଗୋଳ...

ଅବ୍ୟବସ୍ଥା ଘେରରେ ବ୍ରିଟିଶ୍‌ ଅମଳର ହାଟ: ହେଉଛି ଶୁଳ୍କ ଆଦାୟ, ହେଉନି ବିକାଶ

ଛେଣ୍ଡିପଦା,୧୧।୮ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ବ୍ରିଟିଶ ଅମଳର ବାଗଡ଼ିଆ ହାଟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ନିୟନ୍ତ୍ରିତ ବଜାର କମିଟି ଅଧୀନରେ...

ମାସ୍କ, ସାନିଟାଇଜର୍‌ ଦେଇ ସଚେତନ କଲେ ଯବାନ

ଚନ୍ଦ୍ରପୁର,୧୫ା୪: ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ଡାଙ୍ଗସୋରଡ଼ାସ୍ଥିତ ସିଆର୍‌ପିଏଫ୍‌ ୮ମ ବାଟାଲିୟନ୍‌ ପକ୍ଷରୁ ବିଭିନ୍ନ ଗ୍ରାମରେ କରୋନାରୁ ସୁରକ୍ଷା ପାଇଁ ସଚେତନ କରିବା ସହ ୨୫୦ରୁ...

କ୍ଷୁଦ୍ର ଜଳସେଚନ ବିଭାଗରେ ସରକାରୀ ଅର୍ଥ ବ୍ୟୟ

ପାରଳାଖେମୁଣ୍ଡି,୧୭।୫(ଡି.ଏନ୍‌.ଏ.): ଗଜପତି ଜିଲା କ୍ଷୁଦ୍ର ଜଳସେଚନ ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଯୋଗୁ ପାରଳା ମହାରାଜାଙ୍କ ଅମଳର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶିଥିଳ ଭାବେ...

ଘରେ ଘରେ ଅହିଂସା ବାର୍ତ୍ତା ପହଞ୍ଚାଉଛି ରଥ

ପୁରୁଷୋତ୍ତମପୁର,୨୬।୯(ଡି.ଏନ୍‌.ଏ.): ଭାରତକୁ ସ୍ବାଧୀନତା ଆଣିବାରେ ସଂଗ୍ରାମୀଙ୍କ ସଂଗ୍ରାମ, ବୀରତ୍ୱ, ବଳିଦାନ ଏବଂ ଅହିଂସାର ମୂଳମନ୍ତ୍ରକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଥିବା ଅହିଂସା ରଥ ସୋମବାର...

କ୍ୱାରାଣ୍ଟାଇନ୍‌ ସେଣ୍ଟର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀ ଓଡ଼ିଆମାନେ ରହୁଛନ୍ତି। ବିଭିନ୍ନ ସମୟରେ କେତେକ ପ୍ରବାସୀ ବିଶୃଙ୍ଖଳା କରୁଛନ୍ତି। ପରିବାର ଲୋକେ ମଧ୍ୟ କ୍ୱାରାଣ୍ଟାଇନ୍‌...

Advertisement
Archives

Model This Week