ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ/ଖଇରା/ଭଦ୍ରକ ଅଫିସ, ୨୯।୩(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ତାଙ୍କର ଏକ ମାସର ଦରମା ପ୍ରଦାନ କରିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜ ହାତପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ା ଏ ସମ୍ପର୍କରେ ସେ ବାଲେଶ୍ୱର ଜିଲାପାଳଙ୍କୁ ୨୭ତାରିଖରେ ଲିଖିତ ଭାବେ ଅବଗତ କରାଇଛନ୍ତି ା ମନ୍ତ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ୨୪ତାରିଖରେ ୩ମାସର ଦରମା ବାବଦକୁ ୧ଲକ୍ଷ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି ା ସେହିପରି ଭଦ୍ରକ ଜିଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀ ସୁଦର୍ଶନ ବାରିକ ୨୦ହଜାର ଟଙ୍କା, ବିଜେଡି ଯୁବ ନେତା ପ୍ରିୟବ୍ରତ ନାୟକ ୨୩ହଜାର, ପୂର୍ବତନ ଜିଲା ଚିକିତ୍ସାଧିକାରୀ ଡ. ରବୀନ୍ଦ୍ର କୁମାର ନାୟକ ୫୦ହଜାର, ତିହିଡ଼ି ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍‌ ଲତା ନାୟକ ୫୦ହଜାର, ପଣ୍ଡିତ ଦୟାନିଧି ଦାସ ୩୦ ହଜାର ଓ ଭଦ୍ରକ ବ୍ଲକ ଚେୟାରମ୍ୟାନ ରଘୁନାଥ ଧଳ ୬ ମାସର ଦରମା ପ୍ରଶାସନିକ ଅଧିକାରୀମାନଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଭିମାନ ଅଞ୍ଚଳ ଜଙ୍ଗଲରୁ ମାଓବାଦୀ ଡମ୍ପ ଜବତ

ମାଲକାନଗିରି,୨୫।୭ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଘନବେଡାରେ ବିଏସ୍‌ଏଫ୍‌ ବାହିନୀ ଏକ ମାଓବାଦୀ ଡମ୍ପ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିଶେଷ…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

ଦିଗପହଣ୍ଡି ରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ:  ପ୍ରତିମୂର୍ତ୍ତୀରେ …

ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri