ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ/ଖଇରା/ଭଦ୍ରକ ଅଫିସ, ୨୯।୩(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ତାଙ୍କର ଏକ ମାସର ଦରମା ପ୍ରଦାନ କରିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜ ହାତପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ା ଏ ସମ୍ପର୍କରେ ସେ ବାଲେଶ୍ୱର ଜିଲାପାଳଙ୍କୁ ୨୭ତାରିଖରେ ଲିଖିତ ଭାବେ ଅବଗତ କରାଇଛନ୍ତି ା ମନ୍ତ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ୨୪ତାରିଖରେ ୩ମାସର ଦରମା ବାବଦକୁ ୧ଲକ୍ଷ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି ା ସେହିପରି ଭଦ୍ରକ ଜିଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀ ସୁଦର୍ଶନ ବାରିକ ୨୦ହଜାର ଟଙ୍କା, ବିଜେଡି ଯୁବ ନେତା ପ୍ରିୟବ୍ରତ ନାୟକ ୨୩ହଜାର, ପୂର୍ବତନ ଜିଲା ଚିକିତ୍ସାଧିକାରୀ ଡ. ରବୀନ୍ଦ୍ର କୁମାର ନାୟକ ୫୦ହଜାର, ତିହିଡ଼ି ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍‌ ଲତା ନାୟକ ୫୦ହଜାର, ପଣ୍ଡିତ ଦୟାନିଧି ଦାସ ୩୦ ହଜାର ଓ ଭଦ୍ରକ ବ୍ଲକ ଚେୟାରମ୍ୟାନ ରଘୁନାଥ ଧଳ ୬ ମାସର ଦରମା ପ୍ରଶାସନିକ ଅଧିକାରୀମାନଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିଲେ ୨୩ ପ୍ରବାସୀ ଓଡିଆ

ବନ୍ତ,୫।୫(ଡି.ଏନ୍‌.ଏ.)-କରୋନା ଲକ୍‌ ଡାଉନ୍‌ ସମୟରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ମାନେ ଏବେ ବସ୍‌ ଯୋଗେ ଆସି ନିଜ ଗ୍ରାମରେ ପହଞ୍ଚିଥିବାର ଦେଖାଯାଇଛି। ଭଦ୍ରକ...

କରୋନା ସଂକ୍ରମିତଙ୍କ ଘର ଜଗିବେ ସେନା!

ସିଡ୍‌ନୀ,୩୧ ।୭: କରୋନା ମହାମାରୀର ଗୋଟିଏ ପରେ ଗୋଟିଏ ଲହର ଶେଷ ହେଉଥିବା ବେଳେ ପୁଣି ମାଡି ଆସୁଥିବା ତୃତୀୟ ଓ ଚତୁର୍ଥ ଲହର ଏବେ...

ବାବୁହତା ଏବେ ଚାରଣଭୂଇଁ

କେନ୍ଦ୍ରାପଡ଼ା ଅଫିସ, ୧୮ା୬: କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗର ପୁରୁଣା ଆବାସିକ କାର୍ଯ୍ୟାଳୟ ବାବୁହତା ଏବେ ଚାରଣଭୂଇଁ ପାଲଟିଛି। ଏହା ଅପରାଧୀମାନଙ୍କ ଆଡ୍ଡାସ୍ଥଳ...

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ; ମାଷ୍ଟରମାଇଣ୍ଡଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬ା୯-ବ୍ରହ୍ମପୁର ବଡ ବଜାର ଥାନା ସୀତାଢ଼ିମ୍ବିରା ସାହିରେ ଗତ ୨୧ ତାରିଖ ରାତିରେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ...

ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା...

ଶ୍ରୀମନ୍ଦିରରେ ଅଘଟଣ: ଗରମ ଡାଲି ପଡ଼ି ଦୁଇ ଗୁରୁତର

ପୁରୀ ଅଫିସ, ୨୭।୫: ଶ୍ରୀମନ୍ଦିରରେ ଶନିବାର ଅଘଟଣ ଘଟିଛି। ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହୁଥିଲେ ।...

ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା: ସମ୍ବୋଧନ, ଗାନ୍ଧୀଛକ ନାଟକ ମଞ୍ଚସ୍ଥ

ଦେବଗଡ଼,୧୩ା୧(ଡି.ଏନ.ଏ.) ଦେବଗଡ ଟାଉନ ହଲ୍‌ଠାରେ ନାଟ୍ୟାନୁଷ୍ଠାନ ଜାଗରଣ ଆର୍ଟ ଇଣ୍ଟର୍‌ ନ୍ୟାଶନାଲ ପକ୍ଷରୁ ୧୭ତମ ସର୍ବ ଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାର...

ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ କଟକଣା

ପାରାଦୀପ,୧।୧୧(ସ୍ବ.ପ୍ର.): ଅଲିଭ୍‌ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ନଭେମ୍ବର ୧ରୁ ମେ’୩୧ ତାରିଖ ଯାଏ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା...

Advertisement
Archives

Model This Week