ମାଲ୍‌ ପରିବହନରେ ବାଧା ହଟାଅ

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନାର ଠିକ୍‌ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଟ୍ରକ୍‌ ଦ୍ୱାରା ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଟ୍ରକ୍‌ ମାଲିକ ସଂଘ ଓ ପରିବହନକାରୀ ସଂସ୍ଥା ଧ୍ୟାନ ଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି॥
ଅତ୍ୟାବଶ୍ୟକ ସହ ଅନ୍ୟାନ୍ୟ ସାମଗ୍ରୀ ଟ୍ରକ୍‌ରେ ପରିବହନ ହେଉଥିବା ବେଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଥିବା ଲକ୍ଷ୍ମଣନାଥ ଚେକ୍‌ ଗେଟ୍‌ରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଟ୍ରକ୍‌କୁ ଏହି ଗେଟ୍‌ରେ ଅନୁମତି ମିଳୁଛି। କିନ୍ତୁ ଅନ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌କୁ ଛଡ଼ାଯାଉନାହିଁ। ଅନୁଗୋଳରୁ ଅଧିକାଂଶ ଟ୍ରକ୍‌ ଆଲୁମିନିୟମ ନେଇ ଅନ୍ୟ ରାଜ୍ୟକୁ ଯାଆନ୍ତି ଓ ସେଠାରୁ ଅତ୍ୟାବଶ୍ୟକ ସମେତ ଅନ୍ୟାନ୍ୟ ଜିନିଷ ଧରି ଓଡ଼ିଶା ଫେରିଥାନ୍ତି। କିନ୍ତୁ ତାଲା ବନ୍ଦ ଯୋଗୁ ଅନ୍ୟ ରାଜ୍ୟରୁ କୌଣସି ସାମଗ୍ରୀ ଆସିପାରୁନାହିଁ। ଯାହା କିଛି ଆସୁଛି ଉକ୍ତ ଗେଟ୍‌ରେ ତାହାକୁ ପ୍ରବେଶ ଅନୁମତି ମିଳୁନାହିଁ। ସେହିପରି ଓଡ଼ିଶା ବ୍ୟତୀତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଢାବା ଓ ଗ୍ୟାରେଜ ଖୋଲା ରହୁ ନ ଥିବାରୁ ଟ୍ରକ୍‌ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଲକ୍ଷ୍ମଣନାଥ ଚେକ୍‌ଗେଟ୍‌ରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଜିଲାପାଳ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଅନୁଗୋଳ ଜିଲା ଟ୍ରକ୍‌ ମାଲିକ ସଂଘ ସଭାପତି ବିଭୂତି ଭୂଷଣ ଦାସ, ଜିଲା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ, ନାଲ୍‌କୋ ଟ୍ରକ୍‌ ମାଲିକ ସଂଘ ସଭାପତି ରାଜୀବ ଜେନାଙ୍କ ସମେତ ବିଭିନ୍ନ ପରିବହନ ସଂସ୍ଥାର କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ତୈଳ ବିଶୋଧନାଗାର ରାସ୍ତା

ପାରାଦୀପ,୫ା୮(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ରାସ୍ତାରେ ଫାଟକ ଲଗାଇବାକୁ ନେଇ ୨ବର୍ଷ ତଳେ ଅନେକ ବିବାଦ ମୁଣ୍ଡ ଟେକିଥିଲା। ଏପରି କି ଇଡ୍‌କୋ ଉକ୍ତ ଫାଟକକୁ...

ନଦୀଘାଟରେ ବେଆଇନ ବାଲି ଚୋରା ଚାଲାଣକୁ ପ୍ରଶାସନ ପକ୍ଷରୁ ଚଢାଉ

ମୋରଡା,୯।୬(ଡି.ଏନ.ଏ): ବେଆଇନ ବାଲି ଚୋରା ଚାଲାଣକୁ ଚଢାଉ କରିଛି ମୋରଡା ପ୍ରଶାସନ। ସୂଚନାଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ଯାଏଁ ଉକ୍ତ ନଦୀଘାଟରେ ୨ଟି...

ଏଟିଏମ୍‌ ସେବା ଠପ୍‌ : ଅନ୍ୟ ଅଞ୍ଚଳରୁ ଗ୍ରାହକ ଉଠାଉଛନ୍ତି ଟଙ୍କା

ନିରାକାରପୁର,୨୩ା୫(ଡି.ଏନ.ଏ.): ଫନୀ ପରେ ଖୋର୍ଦ୍ଧା ଜିଲା ନିିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ସେବା ଠପ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଏଟିଏମ୍‌ କେନ୍ଦ୍ର...

ସୁରଟରୁ ଗର୍ଭବତୀ ମହିଳାଙ୍କ ସହ ୫ ପ୍ରବାସୀ ଓଡ଼ିଆ ହାଟଡିହୀ ଫେରିଲେ

ହାଟଡିହୀ,୪।୫(ଡି.ଏନ୍‌.ଏ.): ସୁରଟରୁ ଭଦ୍ରକ ଆସୁଥିବା ବସ୍‌ରେ ଗତ ଶନିବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡ଼ମା ପଞ୍ଚାୟତର ୫ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ରବିବାର ବ୍ଲକ...

ପାରାଦୀପ ବାଲିଯାତ୍ରା ମହୋତ୍ସବ ସ୍ବତନ୍ତ୍ର

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିଲେ। ଅନ୍ୟମାନଙ୍କ...

ଶଙ୍ଖ ଧରିଲେ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ

ଭୁବନେଶ୍ୱର,୫।୧(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରର ଜେଏମ୍‌ଏମ୍‌ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଜେଏମ୍‌ଏମ୍‌ ଉପ ସଭାପତି ଶିବିୟାନ ଆଇଣ୍ଡ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି। ସେ...

ସୁରକ୍ଷା ଶୂନ, ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୨ା୬: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ଯୋଜନାରେ...

ଧରଣୀପଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ବସି ପଢୁଛନ୍ତି ଛାତ୍ରୀଛାତ୍ର

କର୍ଲାମୁଣ୍ଡା:୧୨।୯(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ରିଂଜା ପଞ୍ଚାୟତ ଧରଣୀପଡା (ରିଂଜା)ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ...

Advertisement
Archives

Model This Week