ମାଲ୍‌ ପରିବହନରେ ପୂର୍ବତଟ ରେଳପଥର ପ୍ରୋତ୍ସାହନ: ମେ ୩ ଯାଏ ଲାଗୁ ହେବ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ମୁକାବିଲା ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନିମନ୍ତେ ପଣ୍ୟ ଉପଭୋକ୍ତାଙ୍କୁ ସୁବିଧା ପ୍ରଦାନ ସହ ଲଜିଷ୍ଟିକ୍‌ ସହାୟତା ଯୋଗାଇଦେବା ନିମନ୍ତେ ରେଳ କର୍ତ୍ତୃପକ୍ଷ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଣ୍ୟ ଓ ପାର୍ସଲ୍‌ ଟ୍ରାଫିକ୍‌ କ୍ଷେତ୍ରରେ ବିଳମ୍ବଶୁଳ୍କ, ରହଣି ମାହାସୁଲ ଏବଂ କଣ୍ଟେନର ଟ୍ରାଫିକ୍‌ ନିମନ୍ତେ ବିଳମ୍ବଶୁଳ୍କ ଓ ଭିତ୍ତିଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି ହେବ ନାହିଁ। ଏହା ମାର୍ଚ୍ଚ ୨୨ରୁ ମେ ୩ ମଧ୍ୟରେ ଲାଗୁ ହେବ। ଉପଭୋକ୍ତାମାନଙ୍କୁ ଗୁଡ୍‌ସେଡ୍‌କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜୀକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ଚାହିଦା ହିସାବରେ ଇଲେକ୍‌ଟ୍ରୋନିକ୍‌ ପଞ୍ଜୀକରଣ (ଇଆଇଡି), ଇଲେକ୍‌ଟ୍ରୋନିକ୍ସ ଟ୍ରାନ୍ସମିିଶନ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା (ଫୋଏସ୍‌) ମାଧ୍ୟମରେ ରେଲୱେ ରସିଦ ପ୍ରଦାନ ଏବଂ ପଣ୍ୟ ବିତରଣ ଇଟିଆର୍‌ଆର୍‌ର ଇ-ସରେଣ୍ଡର ମାଧ୍ୟମରେ କରାଯିବ। ଏହି ସୁବିଧା ପଣ୍ୟ ସହାୟତାକାରୀ, ଲୌହ ଏବଂ ଇସ୍ପାତ, ଲୁହାପଥର ଓ ଲୁଣ ପରିବହନକାରୀକୁ ମଧ୍ୟ ଯୋଗାଇ ଦିଆଯିବ।
ଇଲେକ୍‌ଟ୍ରୋନିକ୍ସ ପଞ୍ଜୀକରଣ ଦ୍ୱାରା ରେଲ୍‌ୱେ ରସିଦ୍‌ (ଇଟିଆର୍‌ଆର୍‌)ର ଇ-ସରେଣ୍ଡର ଦ୍ୱାରା ସାମଗ୍ରୀ ପ୍ରଦାନ କରାଯାଇଛି। ସେଠାରେ ଯେତେ ସମ୍ଭବ ଇ-ରେଲ୍‌ୱେ ରସିଦ୍‌ ପ୍ରଦାନ କରାଯିବ। ସେହିଭଳି ମାର୍ଚ୍ଚ ୨୨ରୁ ମେ ୩ ପର୍ଯ୍ୟନ୍ତ ଖାଲି କଣ୍ଟେନର ଓ ଖାଲି ଫ୍ଲାଟ୍‌ସ ଚଳାଚଳ ଖର୍ଚ୍ଚ ଉପରେ କର ଧାର୍ଯ୍ୟ କରାଯିବ ନାହିଁ। କଣ୍ଟେନର୍‌ ଟ୍ରାଫିକ୍‌ ପାଇଁ ବ୍ୟୟ କରିବାକୁ ହବ୍‌ ଓ ସ୍ପୋକ୍‌ ପଦ୍ଧତିରେ ରିହାତି ଦିଆଯିବ। ବୋଝେଇ ମାଲ୍‌ ଖଲାସ ପାଇଁ ବିଳମ୍ବ ଯୋଗୁ ଇନ୍‌ଲ୍ୟଣ୍ଡ୍‌ କଣ୍ଟେନର୍‌ ଡିପୋ (ଆଇ.ସି.ଡି) ବାଧାପ୍ରାପ୍ତ ହୋଇଥିବା ଦୃଷ୍ଟିରୁ ଟେଲିସ୍କୋପିକ୍‌ ସୁବିଧା ପାଇବା ପାଇଁ ସମୟସୀମା ୫ ଦିନରୁ ୧୫ଦିନକୁ ବୃଦ୍ଧି କରାଯିବ ଅର୍ଥାତ୍‌ ଏହା ଏପ୍ରିଲ୍‌ ୧୬ରୁ ମେ’ ୩୦ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଭଳି ମାଲ୍‌ ପରିବହନ କ୍ଷେତ୍ରରେ ଆନ୍ତଃ ଜୋନ୍‌ ଓ ଜୋନାଲ୍‌ ଟ୍ରାଫିକ୍‌ ନିମନ୍ତେ ୬୦୦ କିମିର ମିନିରେକ୍‌ ଥିବା ଦୂରତା ଅବରୋଧକୁ ୧୫୦୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରେକ୍‌ ବୋଝେଇର ଦୁଇସ୍ଥାନରୁ ବିନାଭିଡ଼ ସମୟରେ ୨୦୦ କିମି ଏବଂ ଭିଡ଼ ସମୟରେ ୪୦୦ କିମି ଦୂରତା ଅବରୋଧକୁ କୋହଳ କରି ବର୍ତ୍ତମାନ ୫୦୦ କିମି ପର୍ଯ୍ୟନ୍ତ ଯେକୌଣସି ସମୟରେ ମାଲ୍‌ ପରିବହନ କରିହେବ। ଏହି କୋହଳ ବ୍ୟବସ୍ଥା ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପ୍ରମୁଖ ବ୍ରିଜ୍‌ ଦୁର୍ଘଟଣା: ବମିଖାଲରୁ ବଲାଙ୍ଗୀର ଯାଏ

ଭୁବନେଶ୍ୱର,୩୧ା୧୦ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲଠାରୁ ବଲାଙ୍ଗୀର ଯାଏ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅନେକ ବ୍ରିଜ୍‌ ଭୁଶୁଡ଼ିବା ଘଟଣା ଦେଖିବାକୁ ମିଳିଛି। ସେଥିରେ କେତେକ ପୁରୁଣା ବ୍ରିଜ୍‌...

ଲୋକ ସଭା ବାଚସ୍ପତି ନିର୍ବାଚନ: ଚର୍ଚ୍ଚାରେ ଜୁଏଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭାଜପା ପରିଚାଳିତ ଏନ୍‌ଡିଏ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ଆସନ୍ତା ୧୭ ତାରିଖରେ ନୂଆ ଲୋକ ସଭାର ପ୍ରଥମ ଅଧିବେଶନ...

ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ : ଜମ୍ମୁ-କଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ,୨୫ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଭାବେ ପରିଚିତ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୫...

ସାତକୋଶିଆରେ ବାଘ ଗଣନା ଆରମ୍ଭ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ସାତକୋଶିଆରେ ଗୁରୁବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି । ପ୍ରି-ମନସୁନ ପୂର୍ବରୁ ସାଧାରଣତଃ ଏହି ଗଣନା ହୋଇଥାଏ । ଏହି ସର୍ଭେ ୭ ଦିନ...

ବିଦ୍ୟାଳୟରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣା: ପ୍ରେମିକାଙ୍କୁ ଉଠାଇ ଆଣିଲା ପୋଲିସ

ଜଗତ୍‌ସିଂହପୁର ଅଫିସ,୮ା୧୦: ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଦାଗାଁ ବିଦ୍ୟାଳୟ (ବାତ୍ୟା ଆଶ୍ରୟସ୍ଥଳ) ବିଲ୍ଡିଂରେ ଗତ ୫ତାରିଖ ରାତିରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଜଣେ...

ନିଖୋଜଙ୍କୁ ଖୋଜିବାରେ ନୈରାଶ୍ୟଜନକ ପ୍ରଦର୍ଶନ

ଭୁବନେଶ୍ୱର,୨।୧୦ (ବ୍ୟୁରୋ): ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ରାଜ୍ୟ ପୋଲିସ ଆରମ୍ଭ କରିଥିଲା ଅପରେଶନ ସ୍ମାଇଲ୍‌। ଏହାସତ୍ତ୍ୱେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଅନ୍ୟ ରାଜ୍ୟ ତୁଳନାରେ...

ଉଠା ଦୋକାନୀଙ୍କ ବିରୋଧ, ଆଜିଠାରୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ବିଏମ୍‌ସି, ବିଡିଏ ଓ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦକୁ ଜୋର୍‌ଦାର ବିରୋଧ କରିଛି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ...

ଭଦ୍ରକରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା, ମୃତକଙ୍କ ପରିବାରକୁ ଦିଆଯିବ ୨ଲକ୍ଷ: ବିଧାୟକ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏକ ବସ୍‌-ଟ୍ରକ୍‌...

Advertisement
Archives

Model This Week