ମାଲ୍‌ବାହୀ ଟ୍ରେନ୍‌ରୁ ସାର ଚୋରି

ବଲାଙ୍ଗୀର ଅଫିସ, ୨୯ା୫-ବଲାଙ୍ଗୀର ରେଳ ଷ୍ଟେଶନ୍‌ରେ ଲାଗିଥିବା ମାଲ୍‌ବାହୀ ଟ୍ରେନ୍‌୍‌ରୁ ସାର ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉଭୟ ସାର ଯୋଗାଣ ଠିକାଦାର ଓ ରେଳ ସୁରକ୍ଷା ବଳ ପରସ୍ପର ବିରୋଧରେ ଦୋଷାରୋପ କରିଛନ୍ତି। ବିଶାଖାପାଟଣା ଷ୍ଟେଶନ୍‌ରୁ ବଲାଙ୍ଗୀରକୁ ଏକ ମାଲବାହୀ ଟ୍ରେନ୍‌ରେ ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌ର ସାର ଆସିଥିଲା। ଗୁରୁବାର ମଧ୍ୟରାତ୍ରରେ ଏହି ଟ୍ରେନ୍‌ଟି ପହଞ୍ଚତ୍ଥିଲା। ଶୁକ୍ରବାର ସକାଳେ ଉକ୍ତ ମାଲବାହୀ ଟ୍ରେନ୍‌ରୁ ୭୦ ବସ୍ତାରୁ ଊର୍ଦ୍ଧ୍ୱ ସାର ଚୋରି ହୋଇଯାଇଥିବା ଇଣ୍ଡିଆନ୍‌ ପଟାସ ଲିମିଟେଡ କମ୍ପାନୀ ଠିକାଦାର ସୁବାସ ଚନ୍ଦ୍ର ପୃଷ୍ଟି ଆରପିଏଫ୍‌ ଥାନାରେ ଅଭିଯୋଗ କରିଥିଲେ। ଏହି ଚୋରିରେ ସେ ଆରପିଏଫ୍‌ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରିଛନ୍ତି। ସାର ଭର୍ତ୍ତି ୱାଗନ୍‌ର ସୁରକ୍ଷା ଦାୟିତ୍ୱରେ ଆରପିଏଫ୍‌ କର୍ମଚାରୀ ଥିବାବେଳେ ଷ୍ଟେଶନ୍‌ରୁ କିଭଳି ଚୋରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଠାରୁ ପୂର୍ବରୁ ମଧ୍ୟ ଏଭଳି ଭାବେ ୧୫ରୁ ଅଧିକ ଥର ଚୋରି ହୋଇଥିବା ସେ ଗଣମାଧ୍ୟମକୁ କହିଛନ୍ତି। ସାର କମ୍ପାନୀ ଠିକାଦାରଙ୍କ ଏଭଳି ଅଭିଯୋଗକୁ ଆରପିଏଫ୍‌ ପୋଲିସ କର୍ମଚାରୀ କିନ୍ତୁ ଖଣ୍ଡନ କରିଛନ୍ତି। ହେଡ୍‌ କନଷ୍ଟେବଳ ଗୋକୁଳ ଚନ୍ଦ୍ର ଜୟପୁରିଆ କହିଛନ୍ତି ଯେ, ଆରପିଏଫ୍‌ କର୍ମଚାରୀ ଏଠାରେ ଠିକ୍‌ଠାକ୍‌ ଡ୍ୟୁଟି କରିଛନ୍ତି। ଏଠାରୁ ଚୋରି ହୋଇନାହିଁ। ସାର କମ୍ପାନୀ ଠିକାଦାର ୱାଗନ୍‌ ସିଲ୍‌କୁ ପୋଲିସଙ୍କ ଉପସ୍ଥିତିରେ ଖୋଲିବା କଥା, ମାତ୍ର ଏ ନେଇ ସେମାନଙ୍କୁ କୁହାଯାଇଥିଲେ ମଧ୍ୟ ସେମାନେ ସିଲ୍‌ ଖୋଲି ଦେଇଥିଲେ। ଫଳରେ ୱାଗନ୍‌ରେ ସେଠାରୁ ବାସ୍ତବରେ କେତେ ବସ୍ତା ସାର ଆସିଥିଲା ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି। ସାର ଯୋଗାଣ କମ୍ପାନୀ କର୍ମଚାରୀମାନେ ଏଠାକୁ କମ୍‌ ପରିମାଣର ସାର ଆଣି ପୋଲିସ ଉପରେ ଦୋଷାରୋପ କରୁଛନ୍ତି ବୋଲି ଜୟପୁରିଆ ଗଣମାଧ୍ୟମକୁ କହିଛନ୍ତି। ଅଧିକ ତଦନ୍ତ ହେଲେ ସବୁ ତଥ୍ୟ ଜଣାପଡିବ ବୋଲି ସେ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁର ମୃତଦେହକୁ ଝୁଣି ଖାଉଛି କୁକୁର, ବିଚଳିତ କରୁଛି ଦୃଶ୍ୟ

ବଲାଙ୍ଗୀର ଅଫିସ, ୭।୧୦- ବଲାଙ୍ଗୀର ସହରରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ନବଜାତ ଶିଶୁର ମୃତଦେହକୁ ବୁଲା କୁକୁର ପାଟିରେ...

ଟ୍ରକ୍‌ ପଛରୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର

ବଲାଙ୍ଗୀର ଅଫିସ/ ପୁଇଁତଲା,୯।୨(ଡି.ଏନ୍‌.ଏ.): ବଲାଙ୍ଗୀର-ସୋନପୁର ୫୭ ନଂ. ଜାତୀୟ ରାଜପଥର ବନବାହାଲ ନିକଟରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା...

କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ, ମାମଲା ଦାୟର କଲେ ନରସିଂହ

ବଲାଙ୍ଗୀର ଅଫିସ, ୨୩ା୪-ମହାରାଷ୍ଟ୍ରର ପାଲଘର ମବ୍‌ ଲିଚିଂ ଘଟଣାର ପ୍ରସାରଣରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ଅପମାନଜନକ ମନ୍ତବ୍ୟ ରଖିଥିଲେ...

ସ୍କୁଲ ସମ୍ମୁଖରେ ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ଲୋଇସିଂହା,୨୫।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବକଟି ଉଷାଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଶିକ୍ଷା ବିଭାଗର...

ଗଣ୍ଡାବାଜା କଳାକାରଙ୍କୁ କରୋନା ମାଡ଼

ଲାଠୋର,୨୩।୪ (ଡି.ଏନ.ଏ.): କରୋନା ମୁକାବିଳା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ ଡାଉନ୍‌ ଘୋଷଣା କରଛନ୍ତି। ଏହାଦ୍ୱାରା ସବୁ କ୍ଷେତ୍ର ପ୍ରଭାବିତ ହୋଇଛି।...

ଗୋଚର ଜମିରୁ ମୋରମ ଉଠାଇ ବନ ବିଭାଗ କରୁଛି ରାସ୍ତା କାମ

ପାଟଣାଗଡ଼, ୨୬ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ପ୍ରଶାସନ ବେଆଇନ ମୋରମ ଚୋରା ଚାଲାଣ ବେଳେ ୪ ଟ୍ରାକ୍ଟର, ଗୋଟିଏ ଜେସିବିକୁ ଜବତ କରିଛି। ସୋମବାର...

ଗୋଟିଏ ଦିନରେ କାମ କଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ

ବଲାଙ୍ଗୀର ଅଫିସ, ୫ା୬ – କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ଭଳି ଦାଦନପ୍ରବଣ ଓ ଶିଳ୍ପବିହୀନ ଜିଲାରେ ଲୋକଙ୍କୁ ରୋଜଗାର ଯୋଗାଇବା ଏକ...

ହାତଗଣ୍ଠି ପରେ କନ୍ୟା ଫେରାର: ଶିଶୁପାଳ ହୋଇ ଫେରିଲେ ବର

ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହର ବ୍ରାହ୍ମଣପଡ଼ାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ବେଦୀରେ ବସି ବୈଦିକ ରୀତିରେ ବିବାହ କରିବା ପରେ...

Advertisement
Archives

Model This Week