ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ

ମାଲକାନଗିରି,୩୧।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ପ୍ରସ୍ତାବିତ ବିମାନ ବନ୍ଦର କାର୍ଯ୍ୟ ଅନେକ ବର୍ଷ ପରେ ଆରମ୍ଭ ହୋଇଛି। ଏନେଇ ଜିଲାବାସୀଙ୍କ ମନରେ ଆଗାମୀ ଦିନରେ ବିମାନ ସେବା ପାଇଁ ଆଶା ସଞ୍ଚାର ହୋଇଛି ା ଏଥିପାଇଁ ୨୮ କୋଟିରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ ହୋଇଛି। ବର୍ତ୍ତମାନ ୩୭ ଲକ୍ଷ ୪୪ ହଜାର ୩୦୭ ଟଙ୍କା ବ୍ୟୟରେ ବିମାନ ବନ୍ଦର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ା ତେବେ ଏହି ବିମାନ ବନ୍ଦର ପାଇଁ ୪ କିଲୋମିଟର ଲମ୍ବ ଓ ୪୦୦ ମିଟର ଓସାରରେ ରାଜସ୍ବ ବିଭାଗର ୯୫.୧୭୧ ହେକ୍ଟର ଜାଗା, ବନ ବିଭାଗର ୧୩.୨୩୩ ହେକ୍ଟର ଜାଗା ରହିଛି ା ତେବେ ରାଜସ୍ବ ବିଭାଗର ଜାଗାରେ ଥିବା ବାଟପାଲି, ନିଳିମାରୀ, ଗୋରେଇଗୁଡ଼ା ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ କେତେକ ପରିବାରକୁ ପ୍ରଦାନ କରାଯାଇଛି। ଆଉ କେତେକ ପରିବାର ଏହା ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ବାଟପାଲି ଗ୍ରାମର ୩୧ ଜଣଙ୍କ ମଧ୍ୟରୁ ୪ଟି ପରିବାର ଓ ନିଳିମାରୀ ଗ୍ରାମର ୩୮ ଜଣଙ୍କ ମଧ୍ୟରୁ ୩ଟି ପରିବାର କ୍ଷତିପୂରଣ ନ ନେଇ ଜମି ବଦଳରେ ଜମି ଦାବି କରୁଛନ୍ତି। ଇତି ମଧ୍ୟରେ ବନ ବିଭାଗ ଅଧୀନରେ ଥିବା ୧୩.୨୩୩ ହେକ୍ଟର ଜଙ୍ଗଲ ଜମି ବିମାନ ବନ୍ଦର ପାଇଁ ହସ୍ତାନ୍ତର କରିବା ପାଇଁ ରାଜସ୍ବ ବିଭାଗ ବନ ବିଭାଗକୁ ଅନୁରୋଧ କରିଛି। ନିୟମ ଅନୁଯାୟୀ ରାଜସ୍ବ ବିଭାଗ ସମ ପରିମାଣର ଜମି ବନ ବିଭାଗକୁ ହସ୍ତାନ୍ତର କରିବ ା ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ବନ୍ଦର ଚତୁଃପାର୍ଶ୍ୱରେ ଥିବା ପରିବେଶ ପଦ୍ୟୁଷଣମୁକ୍ତ ନେଇ ପ୍ରମାଣପତ୍ର ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଆବେଦନ କରାଯାଇଛି। ରାସ୍ତା ଓ ଗୃହ ବିଭାଜନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶାନ୍ତନୁ ବେହେରା କହିଛନ୍ତି ଯେ, ବର୍ତ୍ତମାନ ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ବିମାନ ବନ୍ଦର ଭିତରେ ରନ ୱେ ନିର୍ମାଣ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୨୮ କୋଟି ମଞ୍ଜୁର ହୋଇଛି। ଟେଣ୍ଡର ହେବା ପରେ କାର୍ଯ୍ୟ ଆରମ୍ଭ ହେବ ା ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲାରେ ରେଳ ଲାଇନ ପାଇଁ ବଜେଟରେ ପ୍ରତିବର୍ଷ ଅର୍ଥ ବରାଦ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସର୍ଭେ କିମ୍ବା ଜମି ଅଧିଗ୍ରହଣ ଆରମ୍ଭ ହୋଇନାହିଁ ା ଫଳରେ ରେଳ ମାନଚିତ୍ରରେ ଜିଲା କେବେ ସ୍ଥାନ ପାଇବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri