ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌, ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ ବିଭାଗ କାର୍ଯ୍ୟ କରୁଛି। ହେଲେ ଏହି ବିଭାଗଗୁଡିକର କାହା ସହିତ କାହାର ସମନ୍ବୟ ନାହିଁ। ବିଭିନ୍ନ ସମୟରେ ଉଦ୍ଧାର ହେଉଥିବା ଶିଶୁମାନେ କେଉଁଠାରେ କେଉଁ ପରିସ୍ଥିତିରେ ଅଛନ୍ତି ତାହାର ତଦାରଖ ହେଉନାହିଁ। ତଥ୍ୟ ଅନୁଯାୟୀ, ଜିଲା ଚାଇଲ୍ଡଲାଇନ ପକ୍ଷରୁ ୨୦୧୭ରୁ ୨୦୧୯ ଜୁନ୍‌ ମଧ୍ୟରେ ୮୬୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଜିଲା ଶିଶୁ ସୁରକ୍ଷା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା। କାଉନସେଲିଂ ପରେ ସେମାନଙ୍କ ମଧ୍ୟରୁ କେତେଜଣ ୧୮ ବର୍ଷରୁ ଊର୍ଦ୍ଧ୍ୱ ଜଣାପଡିବା ପରେ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଏବେ ସେହି ଯୁବତୀ ଯୁବକମାନେ ନିଜ ଅଞ୍ଚଳରେ ଶିକ୍ଷା ଗ୍ରହଣ କରୁଛନ୍ତି ନା ଡ୍ରପ୍‌ ଆଉଟ୍‌ ହୋଇଛନ୍ତି ତାହା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଯଦି ସେହି ଯୁବତୀଯୁବକମାନେ ଅଳ୍ପ ଶିକ୍ଷିତ ଥିଲେ ସେମାନଙ୍କ ପାଠପଢ଼ା ଦାୟିତ୍ୱ ସରକାର ବହନ କରିବାର ନିୟମ ରହିଛି। ଜିଲା ଶିଶୁ ମଙ୍ଗଳ ସମିତି ଏବଂ ଜିଲା ଶିଶୁ ସୁରକ୍ଷା ସମିତିର ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ୧୧୧ଜଣ ଶିଶୁ ଶ୍ରମିକ ଏବଂ ୨୦୧୮-୧୯ରେ ୬୦ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଯେଉଁମାନେ ଅଳ୍ପ ପାଠ ପଢିଥିଲେ ସେହି ପିଲାଙ୍କୁ ଜିଲାର ବିଭିନ୍ନ ବିଦ୍ୟାଳୟ ଛାତ୍ରାବାସରେ ରଖି ଶିକ୍ଷାଦାନ କରାଯାଉଛି। ଖାଦ୍ୟପେୟ ଦାୟିତ୍ୱ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ କରାଯାଇଛି। ଉଦ୍ଧାର ଶିଶୁଙ୍କ ମଧ୍ୟରୁ ଯେଉଁମାନେ ପାଠ ପଢିନାହାନ୍ତି ସେମାନଙ୍କୁ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ହେଲେ ଏବେ ସେମାନେ କ’ଣ କରୁଛନ୍ତି ସେ ଖବର କାହା ପାଖରେ ନାହିଁ। ସେହି ଶିଶୁମାନେ ହୁଏତ ପୁଣି ଥରେ ଶିଶୁଶ୍ରମିକ ଭାବେ କାମ କରିବାକୁ ଜିଲା ବାହାରକୁ ଯାଇଥାଇପାରନ୍ତି, ତା’ର ହିସାବ କାହା ପାଖରେ ନାହିଁ। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି, ଜିଲାରେ ଏଯାଏ ୩୨ହଜାର ୯୨୦ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଶିଶୁ ମଙ୍ଗଳ, ଶିଶୁ ସୁରକ୍ଷା ଏବଂ ଶ୍ରମ ବିଭାଗ ଜିଲାର ୧୬ଟି ସ୍ଥାନରେ ଚଢାଉ କରି ୪୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବାବେଳେ ଏଥିରେ ସମ୍ପୃକ୍ତ ଦଲାଲ ଏବଂ ସଂସ୍ଥାର ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୫ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷେ ଜିଲାର ସ୍ବାଭିମାନ ଅଞ୍ଚଳରେ ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୦ ରୁ ୫ ବର୍ଷର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। କେନ୍ଦ୍ରଗୁଡିକ ବନ୍ଦ ଥିବା ନେଇ ଗତ ୨୬ ତାରିଖରେ ୪ଟି ପଞ୍ଚାୟତର ଲୋକେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲା ଶିଶୁ ଗୃହରେ ଏବେ ୪୮ ଜଣ ଅନାଥ ଝିଅ ପୁଅ ରହୁଛନ୍ତି। ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଖାଦ୍ୟପେୟ, ପୋଷାକ, ପାଠ୍ୟ ପୁସ୍ତକ ଆଦି ଯୋଗାଇ ନାହାନ୍ତି। ସମ୍ପୃକ୍ତ ସଂସ୍ଥା ନିଜସ୍ବ ଅର୍ଥ ଏବଂ ଧାର କରଜ କରି ଏହି ପିଲାମାନଙ୍କୁ ଚଳାଉଛନ୍ତି। ଏଥିରୁ ସ୍ପଷ୍ଟ ଯେ, ସରକାରଙ୍କ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ଉଦ୍ଧାର ଯୋଜନା ପ୍ରହସନ ପାଲଟିଛି।
– ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri