Posted inଖେଳ

ମାର୍ଟିନେଜ୍‌ ଜିତିଲେ ଓ୍ବାଲର୍‌ଡ ଫ୍ଲାଇଓ୍ବେଟ୍‌ ଟାଇଟଲ

ଲସ୍‌ ଆଞ୍ଜେଲ୍ସ, ୨୧ା୧୨ (ଏଏଫ୍‌ପି)-ମେକ୍ସିକୋର ଜୁଲିଓ ସେସାର୍‌ ମାର୍ଟିନେଜ୍‌ ଡବ୍ଲ୍ୟୁବିସି (ଓ୍ବାଲର୍‌ଡ ବକ୍ସିଂ କାଉନ୍‌ସିଲ) ଫ୍ଲାଇଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଶୁକ୍ରବାର ସେ ଏକ ୯ ରାଉଣ୍ଡ ବିଶିଷ୍ଟ ମୁକାବିଲାରେ ସେ ନିକାରାଗୁଆର କ୍ରିଷ୍ଟୋଫର ରୋସେଲ୍ସଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଆରିଜୋନାର ଫୋନିକ୍ସଠାରେ ଅନୁଷ୍ଠିତ ଏହି ଫାଇଟ୍‌ ପରେ ମାର୍ଟିନେଜଙ୍କ ବିଜୟ ଓ ପରାଜୟ ରେକର୍ଡ ୧୫-୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ପରାଜୟ ଦ୍ୱାରା ରୋସସେଲ୍ସଙ୍କ ରେକର୍ଡ ୨୯-୫ ହୋଇଛି। ମାର୍ଟିନେଜଙ୍କର ଏହା ଥିଲା କ୍ରମାଗତ ୧୫ତମ ବିଜୟ। ଦୁଇଥର ପ୍ରଚେଷ୍ଟାରେ ସେ ଡବ୍ଲ୍ୟୁବିସି ଫ୍ଲାଇଓ୍ବେଟ୍‌ ଜିତିଛନ୍ତି। ୨୪ ବର୍ଷୀୟ ମାର୍ଟିନେଜ ଗତ ଅଗଷ୍ଟରେ ଲଣ୍ଡନରେ ଚାର୍ଲି ଏଡଓ୍ବାଡର୍‌ସଙ୍କୁ ନକ୍‌ଆଉଟ କରି ପ୍ରଥମେ ଏହି ଟାଇଟଲ ଜିତିଥିଲେ। ମାତ୍ର ଏଥିରେ ତ୍ରୁଟି ଥିବାରୁ ପରବର୍ତ୍ତୀ କାଳରେ ଏହି ଫାଇଟ୍‌କ ରଦ୍ଦ କରି ଦିଆଯାଇଥିଲା। ୧୧୨-ପାଉଣ୍ଡ ଡିଭିଜନ ଅନ୍ତର୍ଗତ ଅନ୍ୟ ବିଶ୍ୱ ଚାମ୍ପିୟନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ମୋରୁତି ଏମ୍‌ଥାଲେନ୍‌ଙ୍କୁ ଚଳିତ ମାସ ଶେଷ ଭାଗରେ ତାଙ୍କ ଇଣ୍ଟରନ୍ୟାଶନାଲ ବକ୍ସିଂ ଫେଡରେଶନ (ଆଇବିଏଫ୍‌) ଟାଇଟଲ ବଜାୟ ରଖିବାକୁ ହେବ। ୟୋକୋହାମାଠାରେ ହେବାକୁଥିବା ଏହି ବାଉଟ୍‌ରେ ସେ ଜାପାନର ଆକିରା ୟେଗାଶିଙ୍କ ସହିତ ମୁକାବିଲା କରିବେ। ଏହାଛଡ଼ା ୟୁକ୍ରେନର ଅପରାଜେୟ ଆର୍ଟେମ ଡାଲାକିଆନ୍‌ଙ୍କୁ ଓ୍ବାଲର୍‌ଡ ବକ୍ସିଂ ଆସୋସିଏଶନ ଚାମ୍ପିୟନ ଟାଇଟଲ ବଜାୟ ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri