Posted inଖେଳ

ମାର୍ଟିନେଜ୍‌ ଜିତିଲେ ଓ୍ବାଲର୍‌ଡ ଫ୍ଲାଇଓ୍ବେଟ୍‌ ଟାଇଟଲ

ଲସ୍‌ ଆଞ୍ଜେଲ୍ସ, ୨୧ା୧୨ (ଏଏଫ୍‌ପି)-ମେକ୍ସିକୋର ଜୁଲିଓ ସେସାର୍‌ ମାର୍ଟିନେଜ୍‌ ଡବ୍ଲ୍ୟୁବିସି (ଓ୍ବାଲର୍‌ଡ ବକ୍ସିଂ କାଉନ୍‌ସିଲ) ଫ୍ଲାଇଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଶୁକ୍ରବାର ସେ ଏକ ୯ ରାଉଣ୍ଡ ବିଶିଷ୍ଟ ମୁକାବିଲାରେ ସେ ନିକାରାଗୁଆର କ୍ରିଷ୍ଟୋଫର ରୋସେଲ୍ସଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ଆରିଜୋନାର ଫୋନିକ୍ସଠାରେ ଅନୁଷ୍ଠିତ ଏହି ଫାଇଟ୍‌ ପରେ ମାର୍ଟିନେଜଙ୍କ ବିଜୟ ଓ ପରାଜୟ ରେକର୍ଡ ୧୫-୧ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ପରାଜୟ ଦ୍ୱାରା ରୋସସେଲ୍ସଙ୍କ ରେକର୍ଡ ୨୯-୫ ହୋଇଛି। ମାର୍ଟିନେଜଙ୍କର ଏହା ଥିଲା କ୍ରମାଗତ ୧୫ତମ ବିଜୟ। ଦୁଇଥର ପ୍ରଚେଷ୍ଟାରେ ସେ ଡବ୍ଲ୍ୟୁବିସି ଫ୍ଲାଇଓ୍ବେଟ୍‌ ଜିତିଛନ୍ତି। ୨୪ ବର୍ଷୀୟ ମାର୍ଟିନେଜ ଗତ ଅଗଷ୍ଟରେ ଲଣ୍ଡନରେ ଚାର୍ଲି ଏଡଓ୍ବାଡର୍‌ସଙ୍କୁ ନକ୍‌ଆଉଟ କରି ପ୍ରଥମେ ଏହି ଟାଇଟଲ ଜିତିଥିଲେ। ମାତ୍ର ଏଥିରେ ତ୍ରୁଟି ଥିବାରୁ ପରବର୍ତ୍ତୀ କାଳରେ ଏହି ଫାଇଟ୍‌କ ରଦ୍ଦ କରି ଦିଆଯାଇଥିଲା। ୧୧୨-ପାଉଣ୍ଡ ଡିଭିଜନ ଅନ୍ତର୍ଗତ ଅନ୍ୟ ବିଶ୍ୱ ଚାମ୍ପିୟନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ମୋରୁତି ଏମ୍‌ଥାଲେନ୍‌ଙ୍କୁ ଚଳିତ ମାସ ଶେଷ ଭାଗରେ ତାଙ୍କ ଇଣ୍ଟରନ୍ୟାଶନାଲ ବକ୍ସିଂ ଫେଡରେଶନ (ଆଇବିଏଫ୍‌) ଟାଇଟଲ ବଜାୟ ରଖିବାକୁ ହେବ। ୟୋକୋହାମାଠାରେ ହେବାକୁଥିବା ଏହି ବାଉଟ୍‌ରେ ସେ ଜାପାନର ଆକିରା ୟେଗାଶିଙ୍କ ସହିତ ମୁକାବିଲା କରିବେ। ଏହାଛଡ଼ା ୟୁକ୍ରେନର ଅପରାଜେୟ ଆର୍ଟେମ ଡାଲାକିଆନ୍‌ଙ୍କୁ ଓ୍ବାଲର୍‌ଡ ବକ୍ସିଂ ଆସୋସିଏଶନ ଚାମ୍ପିୟନ ଟାଇଟଲ ବଜାୟ ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri