ମାର୍ଚ୍ଚ ୫ରେ ଥାଇଲାଣ୍ଡରୁ ଫେରିଥିଲେ ଯୁବକ, ୧୩ ଦିନ ପରେ ଅସୁସ୍ଥ ହେବା ନେଇ ଆତଙ୍କିତ ଗ୍ରାମବାସୀ

ଖଇରା,୧୯।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଧୀନ ଜାନିକାପାଳ ଗ୍ରାମର ଜଣେ ଯୁବକ ଥାଇଲାଣ୍ଡରୁ ଫେରିବାର ୧୩ ଦିନ ପରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଥଣ୍ଡା,କାଶ ହେଉଛି। ଗୁରୁବାର ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସଞ୍ଜିବ ବିଶ୍ବାଳ ତାଙ୍କୁ କଟକ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଯୁବକ ଜଣକ ନିଜ ଘରେ କିଛି ଦିନ ରହିଥିଲେ। ସେଠାରେ ତାଙ୍କୁ ଥଣ୍ଡା ହେବା ପରେ ଖଇରା ବ୍ଲକ ପୂର୍ବପଡା ଗ୍ରାମର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ। ମାର୍ଚ୍ଚ ୫ରେ ସେ ଥାଇଲାଣ୍ଡରୁ କଲିକତା ବିମାନବନ୍ଦର ଦେଇ ଘରକୁ ଫେରିଥିଲେ। ଜାନିକାପାଳରେ କିଛି ଦିନ ରହିବା ପରେ ଥଣ୍ଡାରେ ଆକ୍ରାନ୍ତ ହେବାରୁ ପୂର୍ବପଡା ଗ୍ରାମକୁ ଚାଲି ଆସିଥିଲେ। ଥଣ୍ଡା ନ ଛାଡିବାରୁ ସେ ଗୁରୁବାର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା କୁହାଯାଉଛି। ଏହାକୁ ନେଇ ବର୍ତ୍ତମାନ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ

ଭୁବନେଶ୍ବର,୮।୧୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ ଆୟୋଗ...

ଏଥର ହ୍ବାଟ୍‌ସଆପ୍‌ରେ ଅଭିଯୋଗ: ନମ୍ବର ଜାରି କଲା କଟକ ପୋଲିସ

କଟକ ଅଫିସ,୨୭।୭: ଥାନାକୁ ଯିବା ଆଉ ଦରକାର ପଡ଼ିବ ନାହିଁ। ଏବେ ହ୍ବାଟ୍‌ସଆପ୍‌ ନମ୍ବରରେ ଅଭିଯୋଗ କରିହେବ। ପ୍ରଦତ୍ତ ନମ୍ବରରେ ମେସେଜ କଲେ ପୋଲିସ ତଦନ୍ତ...

ଅଟକିଲା ନାବାଳିକା ବିବାହ

ନୟାଗଡ ଅଫିସ,୪।୩-ନୟାଗଡ ଜିଲା ଦଶପଲ୍ଲା ବ୍ଲକର ଘୋଳାହାଣ୍ଡି ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ବିବାହ ବନ୍ଦ କରାଇବାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ...

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ...

କଲ୍ୟାଣୀଗ୍ରାମର ୧୫ ପରିବାର ଜଳବନ୍ଦୀ

ବାହାନଗା,୧୨।୯(ଡି.ଏନ.ଏ.-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣୀ ଗ୍ରାମର ୬ ନମ୍ବର ୱାର୍ଡର ୧୫ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗ୍ରାମରେ ନୂଆ କରି ତିଆରି...

ଦଲାଲଙ୍କ ମସୁଧା

କୋରାପୁଟ ଜିଲାରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକିଣା ପାଇଁ ପ୍ରଶାସନ ୪୪ଟି ମଣ୍ଡି ସ୍ଥାପନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ସାଢ଼େ ୧୩ ଲକ୍ଷ କୁଇଣ୍ଟାଲ ଧାନ...

ଶ୍ରୀଜଗନ୍ନାଥ ବଲ୍ଲଭ ମଠ : ୧୬ କୋଟିର ଅନିୟମିତତା ଅଭିଯୋଗ

ପୁରୀ ଅଫିସ, ୭ା୮: ଶ୍ରୀମନ୍ଦିର ରୀତିନୀତି ସହିତ ଜଡ଼ିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ଏହି ମଠର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ପ୍ରାୟ ୧୬କୋଟି ଟଙ୍କାର...

ଚାକିରି ପ୍ରଲୋଭନ ଦେଖାଇ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ଚାକିରି ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ବିଧବାଙ୍କୁ ଗଣବଳାତ୍କାର କରାଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏନେଇ...

Advertisement
Archives

Model This Week