Posted inଖେଳ

ମାର୍ଚ୍ଚ ୨୯ରୁ ଆଇପିଏଲ-୧୩

ମୁମ୍ବାଇ,୩୧।୧୨- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ସଂସ୍କରଣ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ସିଜନର ଉଦ୍‌ଘାଟନୀ ମ୍ୟାଚ୍‌ରେ ଖେଳିବ। ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଜଣେ ଅଫିସିଆଲ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଯଦି ତାଙ୍କ ମତାମତକୁ ସତ ବୋଲି ଗ୍ରହଣ କରାଯାଏ, ତେବେ କିଛି ଫ୍ରାଞ୍ଚାଇଜଙ୍କୁ ପ୍ରାରମ୍ଭିକ ମ୍ୟାଚ୍‌ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳର ଖେଳାଳିଙ୍କ ବିନା ଖେଳିବାକୁ ପଡ଼ିପାରେ। ଏହାର କାରଣ ହେଉଛି ସେତେବେଳେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜ୍‌ ଖେଳାଯିବାର ଅଛି। ସେହିଭଳି ଶ୍ରୀଲଙ୍କା ଓ ଇଂଲଣ୍ଡ ସିରିଜ୍‌ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଦୁଇ ସିରିଜ୍‌ ୩୧ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଏଥିପୂର୍ବରୁ ଅନ୍ୟ ଏକ ଫ୍ରାଞ୍ଚାଇଜର ଜଣେ ସିନିୟର ଅଫିସିଆଲ କହିଥିଲେ ଆଇପିଏଲ ଗଭର୍ନିଂ କାଉନ୍ସିଲ ପୁରୁଣା ଡବଲ ହେଡର(ଗୋଟିଏ ଦିନରେ ଦୁଇ ମ୍ୟାଚ୍‌) ଭିତ୍ତିରେ ଖେଳିବାକୁ ଯୋଜନା କରୁଛି। ଏହା ଦ୍ୱାରା ଭ୍ୟୁୟର୍ସ ସଂଖ୍ୟା ଅଧିକ ଆସିବ। କିଛି ଅନ୍ତର୍ଜାତୀୟ ସିରିଜ୍‌ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବା ପରେ ଏପ୍ରିଲ ୧ତାରିଖରୁ ଆଇପିଏଲ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉ ନାହାନ୍ତି କ୍ରିକେଟ କିମ୍ବଦନ୍ତୀ ଶେନ୍‌ ଓ୍ବର୍ନ

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର କ୍ରିକେଟ୍‌ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କର ୫୨ ବର୍ଷରେ ପରଲୋକ ଘଟିଛି। ହୃଦଘାତରେ ଓ୍ବର୍ନଙ୍କର ମୃତ୍ୟୁ ଘଟିଥିବା...

ହକି କୋଚ୍‌ ରେସ୍‌ରେ ୨ ବିଦେଶୀ ଆଗରେ

ନୂଆଦିଲ୍ଲୀ,୨ା୨: ହକି ବିଶ୍ୱକପ୍‌ରେ ଭାରତୀୟ ଦଳର ବିଫଳତା ପରେ କାର୍ଯ୍ୟକାଳ ପୂର୍ବରୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ପୁଣି...

ବିଜୟ ସହ ଭାରତର ଅଭିଯାନ

ଭୁବନେଶ୍ୱର, ୧୦।୭ (ତପନ ସ୍ବାଇଁ): ତାଇପେରେ ଚାଲିଥିବା ଏସିଆନ ପୁରୁଷ ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତୀୟ ସିନିୟର ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି।...

ମନୋଜ ତିଓ୍ବାରୀଙ୍କ ତ୍ରିଶତକ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୨୧ା୧ (ପି.ଟି.)- ହାଇଦ୍ରାବାଦ ବିପକ୍ଷ ଗ୍ରୁପ୍‌ ଏ’ ରଣଜୀ ଟ୍ରଫି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ମନୋଜ ତିଓ୍ବାରୀଙ୍କ ତ୍ରିଶତକ ସହାୟତାରେ ବେଙ୍ଗଲ...

ପ୍ରଥମ ମହିଳା ଭାବେ ପଏଣ୍ଟ ସ୍କୋର କଲେ ସୋଫିଆ

ନୂଆଦିଲ୍ଲୀ, ୩ା୭: ପ୍ରଥମ ମହିଳା ଖେଳାଳି ଭାବରେ ଫର୍ମୁଲା-୩ ଗ୍ରାଁ ପ୍ରିରେ ପଏଣ୍ଟ ସ୍କୋର କରି ଇତିହାସ ରଚିଛନ୍ତି ଜର୍ମାନୀର ସୋଫିଆ ଫ୍ଲୋରେସ। ରବିବାର ଶେଷ...

ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ, ୧୬ା୪- କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ...

ଚେନ୍ନାଇ, ମୁମ୍ବାଇ ଆଇପିଏଲ ଫ୍ରାଞ୍ଚଇଜ ମିଶିଲେ ମଧ୍ୟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ଆଗରେ

ଆଇପିଏଲ ଇତିହାସର ସବୁଠୁ ବଡ଼ ତଥା ଲାଭବାନ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। କିନ୍ତୁ ଦୁଇ ଫ୍ରାଞ୍ଚାଇଜର ବ୍ରାଣ୍ଡ...

କେକେଆର କୋଚ୍‌ ହେଲେ ଟ୍ରେଭର ବାଇଲିସ

ମୁମ୍ବାଇ,୧୭।୭- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଦୁଇ ଥର ଆଇପିଏଲ ଚାମ୍ପିୟନ ଦଳ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଇଂଲଣ୍ଡ ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ୍‌...

Advertisement
Archives

Model This Week