ମା’ମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ; ମହିଳାମାନଙ୍କୁ ଗ୍ୟାସ ବଣ୍ଟନ

ନୂଆପଡା ଅଫିସ,୧୫ା୮: ମାତୃଶକ୍ତି ମହାନ ଶକ୍ତି । ମା’ମାନେ ସଶକ୍ତ ହେଲେ ଦେଶ ଆଗକୁ ଯିବ ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ସାରାବଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପ୍ରଦାନ ସହ ଉଜ୍ଜ୍ୱଳା ଯୋଜନାରୁ ମହିଳାଙ୍କୁ ଗ୍ୟାସ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ କଳାହାଣ୍ଡି ଏମପି ବସନ୍ତ କୁମାର ପଣ୍ଡା ବକ୍ତବ୍ୟରେ ଏହା କହିଥିଲେ।
ବୁଧବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଭରତଲାଲ ରାଉତ ସଭାପତିତ୍ୱ କରିଥିବାବେଳେ ଏମ୍‌ପି ପଣ୍ଡା ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ବିଡିଓ ସୁନୀଲ କୁମାର କେର୍କେଟା, ସମିତି ସଭ୍ୟ ମନୁଲାଲ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତରେ ବିଭିନ୍ନ ଗାଁରୁ ଶତାଧିକ ମହିଳାପୁରୁଷମାନେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସରକାର ପଞ୍ଚାୟତଗୁଡିକର ଉନ୍ନତି ସକାଶେ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି । ଏହି ଜରିଆରେ ଲୋକେ ଉଚିତ ଶାସନ ବ୍ୟବସ୍ଥା ପାଇପାରିବେ । ତେଣୁ କରି ନିଜର ଅଧିକାର ପ୍ରତି ସଜାଗ ହେବାକୁ ଅତିଥିମାନେ କହିଥିଲେ। ମା’ମାନଙ୍କ ବିକାଶ ସକାଶେ ମୁଖ୍ୟଅତିଥି ପଣ୍ଡା ଗୁରୁତ୍ୱାରୋପ କରିଥିଲେ। ମା’ମାନେ ଆଗେଇଲେ ଦେଶ ଆଗେଇବ ବୋଲି କହିଥିଲେ। ଏହି ଅବସରରେ ପଞ୍ଚାୟତର ମୋଟ ୬୫ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏଥିସହିତ ଉଜ୍ଜ୍ୱଳ ଯୋଜନାରେ ୧୫ଜଣ ମହିଳାଙ୍କୁ ମୁକ୍ତ ଗ୍ୟାସ ସଂଯୋଗ ସକାଶେ କିଟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସରପଞ୍ଚ ଭରତଲାଲ ରାଉତ ପରିଚାଳନା କରିଥିବାବେଳେ ପଞ୍ଚାୟତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ସପ୍ତାହରେ ହେବ ନୃତ୍ୟ, ଗୀତ କାର୍ଯ୍ୟକ୍ରମ

ଯାଜପୁର ଅଫିସ,୧୩।୪:  ଯାଜପୁର ଜିଲା ସଂସ୍କୃତି ପରିଷଦ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ତଥା ଜିଲା ସଂସ୍କୃତି ଭବନ...

କନିଷ୍ଠ ଯନ୍ତ୍ରୀ ନିଖୋଜ: ଥାନାରେ ମାମଲା ରୁଜୁ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ଜଣେ କନିଷ୍ଠ ଯନ୍ତ୍ରୀ ସୋମବାର ନିଖୋଜ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ଆରଡବ୍ଲୁଏସ୍‌ଏସ ଏସ୍‌ଡିଓ ବିସିଂହପୁର...

ମହିଳାଙ୍କ ସହ ସେଲ୍ଫି ନେଲେ, ତା ’ପରେ ଆକାଉଣ୍ଟ ଖୋଳ କରିଦେଲେ

ବାହନଗା,୨।୧୦(ଡି.ଏନ୍‌.ଏ.): ଜିନିଷ କିଣିବାକୁ ଆସି ମହିଳାଙ୍କ ସହିତ ସେଲ୍ଫି ଉଠାଇଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ ଚୋରି କରି ଆକାଉଣ୍ଟ ଖୋଳ କରିଦେଲେ। ଏପରି...

୨୧ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ

ଗଞ୍ଜାମ, ୨୦।୪(ଡି.ଏନ.ଏ.) ଗଞ୍ଜାମ ସହର ବଡ଼ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଅବସ୍ଥିତ। ଏଠାରେ ସ୍କୁଲ ନିର୍ମାଣ ପାଇଁ ଗଞ୍ଜାମ ତଥା ସ୍ଥାନୀୟ ଅଞ୍ଚଳର...

ପାଣି ପାଇଁ ହାଣ୍ଡି, ମାଠିଆଧରି ବ୍ଲକ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଚିତ୍ରକୋଣ୍ଡା, ୫।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କୁରୁମାନୁର ପଞ୍ଚାୟତ କୁରୁମାନୁର ଗ୍ରାମର ଶତାଧିକ ଗ୍ରାମବାସୀ ପାଣି ସମସ୍ୟା ନେଇ ସୋମବାର ଚିତ୍ରକୋଣ୍ଡା ବ୍ଲକ...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

କୁଜଙ୍ଗ,୨୫।୫ (ଡି.ଏନ୍‌.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ...

ବଳାତ୍କାରୀଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୯ା୨: ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲା ଶୁଣାଣି କରିଥିଲେ। ପ୍ରମାଣ ମିଳଥିବାରୁ କାଳୁ...

ଖାଲଖମା ରାସ୍ତା, ଲୋକେ ହୀନସ୍ତା

ଯୋଡା,୩୦ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର...

Advertisement
Archives

Model This Week