ମାପଚୁପ ହେଲା ମଙ୍ଗୁ ମଠ: ଉଚ୍ଛେଦ ଛଡ଼ାଇ ନେଇଛି ଖୁସି, ଫିକା ପଡ଼ିଲା ସୁନିଆ

ପୁରୀ ଅଫିସ, ୧୧-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ ଭଙ୍ଗାଯାଉଛି। ଇତିମଧ୍ୟରେ ୨ଟି ପୁରାତନ ମଠ ଲଙ୍ଗୁଳି ଏବଂ ବଡ଼ ଆଖଡା ମଠ ମାଟିରେ ମିଶିଥିବା ବେଳେ ଏମାର ମଠ ବି ଅଧା ଭଙ୍ଗାଯାଇଛି। ଆଗକୁ ଏକାଧିକ ମଠର ପାଳି ଥିବା ବେଳେ ମଙ୍ଗଳବାର ମଙ୍ଗୁ ମଠକୁ ମାପଚୁପ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ମଙ୍ଗୁ ମଠ ମାପଚୁପ ପରେ ପରବର୍ତ୍ତୀ ମଠ ଭାବେ ଏହାର ପାଳି ପଡିବା ନିଶ୍ଚିତ ହୋଇଛି। ସେହିପରି ସାନଛତା ମଠରୁ ଜିନିଷପତ୍ର ଖାଲି କରାଯାଉଥିବା ବେଳେ ରାଧାବଲ୍ଲଭ ମଠରେ ବି ମାପଚୁପ କରାଯାଇଛି। ଆଗକୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ ହେଲେ ଆହୁରି ୧୦ରୁ ଊର୍ଦ୍ଧ୍ୱ ମଠ ବଳି ପଡିବେ ବୋଲି କୁହାଯାଉଛି। ତେବେ ମଙ୍ଗଳବାର ପବିତ୍ର ସୁନିଆ ଥିଲେ ମଧ୍ୟ ମଠଗୁଡ଼ିକରେ ଏହାକୁ ନେଇ ଆଗଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଉଚ୍ଛେଦ ହିଁ ୭୫ ମିଟର ସୁରକ୍ଷିତ ଜୋନ ମଧ୍ୟରେ ଥିବା ମଠ ମହନ୍ତ ଏବଂ ଅନ୍ତେବାସୀଙ୍କ ଖୁସି ଛଡାଇ ନେଇଛି ବୋଲି କୁହାଯାଉଛି। ଫଳରେ ଏହିସବୁ ମଠଗୁଡ଼ିକରେ ସୁନିଆ ଫିକା ପଡିଥିଲା।
ମଙ୍ଗଳବାର କୌଣସି ନିର୍ମାଣ ଭଙ୍ଗା ଯାଇ ନ ଥିଲା। କିନ୍ତୁ ବଡ଼ ଆଖଡା ମଠର ଭଗ୍ନାବଶେଷ ବୁହାଯାଇ ସେହି ସ୍ଥାନକୁ ଖାଲି କରାଯାଇଥିଲା। ପରେ ମଙ୍ଗୁ ମଠ ମାପଚୁପ କରାଯାଇଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ଆଉ ତିନୋଟି ମଠକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଦିଆଯାଇଥିବା ସୂଚନା ମିଳିଛି। ତେବେ ମଙ୍ଗଳବାର ସୁନିଆକୁ ନେଇ ମଠଗୁଡ଼ିକରେ ପୂର୍ବ ବର୍ଷଗୁଡ଼ିକ ଭଳି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ପୂର୍ବରୁ ସୁନିଆ ଅବସରରେ ମଠର ଖମାର ଅଞ୍ଚଳରୁ ପ୍ରଜା (ଭାଗଚାଷୀ)ମାନେ ଆସିଥାନ୍ତି। ସେମାନେ ମହନ୍ତଙ୍କୁ ବିଭିନ୍ନ ପ୍ରକାର ଭେଟି ଚୁଡ଼ା, ଗୁଡ଼, ଚାଉଳ, କଞ୍ଚା କଦଳୀ, ଟଙ୍କା ପଇସା ଆଦି ଦେଇଥାନ୍ତି। ମଠରେ ସେମାନଙ୍କ ଲାଗି ଖାଇବା ପିଇବାର ବ୍ୟବସ୍ଥା କରାଯାଇଥାଏ। ବ୍ରାହ୍ମଣମାନେ ଆସି ପଇତା ଦେଇ ଆଶୀର୍ବାଦ କରିଥାନ୍ତି। ଏଥିସହ ମଠରେ ଇନ୍ଦ୍ର ପୂଜା ମଧ୍ୟ କରାଯାଏ। ହେଲେ ମଙ୍ଗଳବାର ୭୫ ମିଟର ପରିଧି ମଧ୍ୟରେ ଥିବା ବହୁ ମଠରେ ସୁନିଆ ଫିକା ପଡିଥିଲା। କେତେକ ମଠରେ ବିଧି ରକ୍ଷା କରାଯାଇଥିବା ବେଳେ ଆଉ କେତେକ ମଠରେ ସୁନିଆ ପାଳନ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଲଭର୍ଟରେ ଆଶ୍ରିତ ବୃଦ୍ଧ ଦମ୍ପତି ଗଲେ ବୃଦ୍ଧାଶ୍ରମ

ଲୋଇସିଂହା,୧୩।୪(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତର ଏକ ବୃଦ୍ଧ ଦମ୍ପତି ଗତ ଦୁଇସପ୍ତାହ ହେଲା ପିଡବ୍ଲ୍ୟୁଡି ରାସ୍ତାର କଲଭର୍ଟରେ ଆଶ୍ରୟ ନେଇଥିଲେ। ସେମାନେ...

ଆଇନଜୀବୀ, ଭାଜପା ଯୁବ ନେତାଙ୍କୁ ପୋଲିସର ମାଡ଼: ଏସ୍‌ଆଇଙ୍କ ବିରୋଧରେ ଦୁଇ ପୃଥକ୍‌ ମାମଲା

ଆନନ୍ଦପୁର,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ରାମଚନ୍ଦ୍ରପୁର ଥାନା ଏସ୍‌ଆଇ ବିଶ୍ୱଜିତ୍‌ ବେହେରାଙ୍କ ନାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ମାମଲା ରୁଜୁ ହୋଇଛି। ଆନନ୍ଦପୁର...

ଗାନ୍ଧୀ ଜୟନ୍ତୀ: ପ୍ଲାଷ୍ଟିକ୍‌ ବର୍ଜନ ନେଇ ଶୋଭାଯାତ୍ରା

ବନ୍ତ,୨।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ପ୍ଲାଷ୍ଟିକ ବର୍ଜନ...

୧୮ରୁ ଉଚ୍ଚଶିକ୍ଷାନୁଷ୍ଠାନରେ ପୁଣି ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ହେବ। ଆସନ୍ତା...

ପିଲାଙ୍କୁ ଆଣ୍ଠେଇ ଫଟୋ ପାଇଁ ପୋଜ୍‌ ଦେଲେ ମାତାଲ ଶିକ୍ଷକ

କାଳିଆପାଣି,୫।୧୨(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତାଲ ଶିକ୍ଷକଙ୍କ କାରନାମା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ...

ନିର୍ବାଚନରେ ହାରିବା ପରେ ବିଜୟଙ୍କ ପ୍ରତିକ୍ରିୟା: କହିଲେ ‘ଫଳାଫଳ ଆଶ୍ଚର୍ଯ୍ୟ କରିଛି, ଏହା ମୋ’ ସପକ୍ଷରେ ଥିଲା’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ବହୁ ଉପେକ୍ଷିତ ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।...

ରାଜ୍ୟର ୧୪ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୫୫କୁ ବୃଦ୍ଧି

ଭୁବନେଶ୍ୱର,୧ା୫(ବ୍ୟୁରୋ): ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି।...

ଆମ୍ବ ତୋଳୁଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ନାବାଳିକାଙ୍କ ଜୀବନ

ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବେହାଲ ହୋଇଛି। ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକ ଲୋକଙ୍କ ବିଦ୍ୟୁତ୍‌ଚାଳିତ ସାମଗ୍ରୀ...

Advertisement
Archives

Model This Week